‘ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ ଭାରତ’

ନୂଆଦିଲ୍ଲୀ,୧୨।୪: ଭାରତ ପୂର୍ବଭଳି ବିଶ୍ୱ ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ। କରୋନା ପରବର୍ତ୍ତୀ ସମୟରେ ମଧ୍ୟ ଊର୍ଜା ଚାହିଦା କ୍ଷେତ୍ରରେ ଭାରତ ଏହାର ପ୍ରମୁଖ ସ୍ଥାନ ବଜାୟ ରଖିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସାଉଦି ରାଜକୁମାର ଅବଦୁଲ ଅଜିଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଅନ୍ତର୍ଜାତୀୟ ସହଯୋଗ ନେଇ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ଏଲ୍‌ପିଜି ଛଡ଼ା ଅନ୍ୟ ସବୁ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର କମିଛି। ଦେଶର ୮୦.୩ ନିୟୁତ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲ୍‌ପିଜି ଯୋଗାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭାରତରେ ୨୩ ବିଲିୟନ ଡଲାର ଆର୍ଥତ୍କ ପ୍ୟାକେଜରେ ମାଗଣା ଏଲ୍‌ପିଜି ଯୋଗାଣ ଯୋଗୁ ଏହାର ଚାହିଦା ଦେଶରେ ବଢ଼ିଥିବା ପ୍ରଧାନ ମତ ରଖିଛନ୍ତି।
ଭାରତର ଏଲ୍‌ପିଜି ଚାହିଦାକୁ ମିତ୍ର ରାଷ୍ଟ୍ରଗୁଡ଼ିକ ପୂରଣ କରିଥିବାରୁ ପ୍ରଧାନ ଏଥିଲାଗି ଧନ୍ୟବାଦ ଦେଇଛନ୍ତି। ଏହାବାଦ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଲାଗି ଉଚିତ ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ଭଳି ଦେଶଗୁଡିକ ପାଇଁ କଷ୍ଟ ନ ହେବା ଭଳି ମୂଲ୍ୟ ଉପରେ ସେ ଦେଶର ଏଜେଣ୍ଡାକୁ ଦୋହରାଇଥିଲେ। ବିଶ୍ୱର ତୈଳ ଚାହିଦା କମୁଥିବାରୁ ଆଗାମୀ ଦିନରେ ବିଶ୍ୱର ଇନ୍ଧନ ଚାହିଦା ବଢ଼ାଇବା ସହ ଯୋଗାଣ ବୃଦ୍ଧି ଦ୍ୱାରା ଉତ୍ପାଦନକାରୀ ଦେଶଗୁଡ଼ିକ ମୂଲ୍ୟ କମ୍‌ ରଖିବା ସମୟର ଆବଶ୍ୟକତା ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri