ନିରନ୍ତର ଏଲ୍‌ପିଜି ଯୋଗାଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନର ଲକ୍‌ଡାଉନ ସମୟରେ ଲୋକଙ୍କ ନିକଟରେ ନିରନ୍ତର ଏଲ୍‌ପିଜି ଯୋଗାଣ ଦିଗରେ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଫୋକସ ରଖିଛନ୍ତି। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଲ୍‌ପିଜି ଯୋଗାଣ ସାଧାରଣ ଭାବେ ଚାଲିଛି। ଏଲ୍‌ପିଜି ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାକୁ ତାଲାବନ୍ଦରୁ ବାଦ୍‌ ଦିଆଯାଇଛି। ଘର ପାଖକୁ ନିରନ୍ତର ଏଲ୍‌ପିଜି ଯୋଗାଣ ଲାଗି କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ସମୟରେ ଯଥେଷ୍ଟ ପରିମାଣର ଏଲ୍‌ପିଜି ଉପଲବ୍ଧ ରହିଛି। ଏହାର କୌଣସି ଅଭାବ ନାହିଁ। ଏଣୁ ଏନେଇ କୌଣସି ଗୁଜବରେ ବିଶ୍ୱାସ ନ କରି ଆତଙ୍କିତ ହୋଇ କିଣିବାଠାରୁ ଦୂରେଇ ରହିବାକୁ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କୁ ନିବେଦନ କରିଛନ୍ତି। ବିତରକଙ୍କ ପାଖରେ ଲୋକମାନେ ଆତଙ୍କିତ ହୋଇ ଗହଳି କରୁଥିବାର ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସହାୟତା ପାଇବାକୁ ଥିବା ହିତାଧିକାରୀ ସାମାଜିକ ଦୂରତା ନିୟମକୁ ଭାଙ୍ଗି ବିତରକଙ୍କ ପାଖରେ ଭିଡ଼ ଜମାଉଛନ୍ତି। ବିତରକଙ୍କ ପାଖକୁ ନ ଆସି ଘରେ ଥାଇ ଏସ୍‌ଏମ୍‌ଏସ୍‌ କିମ୍ବା ଆଇଭିଆର୍‌ସି ମାଧ୍ୟମରେ ଲୋକମାନେ ବୁକିଂ କରିପାରିବେ ବୋଲି କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଜଣେ ଉଜ୍ଜ୍ୱଳା ଉପଭୋକ୍ତା ମାସକୁ ଗୋଟିଏ ସିଲିଣ୍ଡର ପାଇପାରିବେ। ଗୋଟିଏ ରିଫିଲ୍‌ ପାଇବାର ୧୫ ଦିନ ପରେ ଅନ୍ୟଟିକୁ ରିଫିଲ୍‌ କରାଇପାରିବେ। ଉଜ୍ଜ୍ୱଳାରେ ୮ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପ୍ରିଲ ୨୦୨୦ର ଆଗୁଆ ଖୁଚୁରା ବିକ୍ରି ଦର ସ୍ଥାନାନ୍ତର କରାଯିବ। ଏହା କେବଳ ଏଲ୍‌ପିଜି କିଣିବା ପାଇଁ ଉଦ୍ଦିଷ୍ଟ। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ୍‌ ପ୍ରଦାନ ନେଇ ସରକାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri