ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି ଅଞ୍ଚଳକୁ ସେଠାକାର ସରକାରଙ୍କ ପକ୍ଷରୁ କମ୍ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିବା ଜଣାଯାଇଛି।
ଚାଇନାର ଷ୍ଟେଟ କାଉନସିଲ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ, ଗତ ୧୪ ଦିନ ମଧ୍ୟରେ କୌଣସି  କରୋନା ସଂକ୍ରମଣ ମାମଲା ଆସି ନ ଥିବା ସହର, ଜିଲା ଆଦିକୁ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ବର୍ଗୀକୃତ କରାଯାଇଛି । ସେହିପରି ୫୦ରୁ କମ୍ ମାମଲା ଥିବା ଅଞ୍ଚଳ, ୫୦ରୁ ଅଧିକ କିନ୍ତୁ ସେହି ଅନୁପାତରେ ଅଧିକ ସଂକ୍ରମିତ ହୋଇ ନ ଥିବା ସହରକୁ ମଧ୍ୟ-ବିପଦପୂର୍ଣ୍ଣ ଅଞ୍ଚଳ ବର୍ଗରେ ରଖାଯାଇଛି। ୫୦ରୁ ଅଧିକା ମାମଲା ଥିବା ଏବଂ ସଂକ୍ରମଣ ଅଧିକ ହେଉଥିବା କିମ୍ବା ଆଶଙ୍କା ଥିବା ଅଞ୍ଚଳଗୁଡିକୁ ହାଇରିସ୍କ ଏରିଆ ବା ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି। ଗତ ଶନିବାର ଦେଶରେ ୧୬ଟି ନୂଆ କୋଭିଡ-୧୯ ମାମଲା ଆସିଥିବା ଚାଇନା ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନଏଚସି) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ୯ ଜଣ ସଂକ୍ରମିତ ବାହାର ଅଞ୍ଚଳର ହୋଇଥିବାବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଛନ୍ତି। ଶନିବାର କୌଣସି ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନ ଥିବାରୁ ମୃତ୍ୟୁ ସଂଖ୍ୟା ୪,୬୩୨ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍‌, ଆଉ ତା’ ପରେ…

ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍‌…

‘ଜେଲରେ ଟ୍ରମ୍ପ’, ଆମେରିକାକୁ କଡ଼ା ଟାର୍ଗେଟ କଲା ଇରାନ

ତେହରାନ,୨୪।୧୦: ଇରାନର ରାଜଧାନୀ ତେହରାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶିତ ହୋଇଛି। ଏଥିରେ ଟ୍ରମ୍ପଙ୍କ ବେଶଭୂଷାରେ ସଜ୍ଜିତ ଜଣେ ବ୍ୟକ୍ତିଙ୍କୁ…

ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ୪ ପାଇଲଟ୍‌ ମୃତ

ମାନିଲା,୨୪ା୧୦: ଫିଲିପାଇନ୍ସରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ବିମାନ ଦୁର୍ଘଟଣା। ମଝି ଆକାଶରେ ବାୟୁସେନାର ଦୁଇଟି ତାଲିମ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେ…

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ୭.୨ ତୀବ୍ରତାର ଭୂକମ୍ପ; ସୁନାମି ଚେତାବନୀ ଜାରି

ପୋର୍ଟ ଭିଲା,୨୪।୧୦: ଶନିବାର, ଅକ୍ଟୋବର ୨୪ରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ଭାନୁଆଟୁ ଦ୍ୱୀପପୁଞ୍ଜ ନିକଟରେ ୭.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା…

‘ଫେବୃଆରୀ ୨୮ ଭଳି ଆଉ ଏକ ଆକ୍ରମଣ କରିବ ଆମେରିକା’ ଟ୍ରମ୍ପଙ୍କ ଧମକ ପରେ ଇରାନ ଦେଲା ବଡ଼ ଚେତାବନୀ

ତେହରାନ,୨୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ପୁଣିଥରେ ଧମକ ଦେଇଛନ୍ତି। ଟ୍ରମ୍ପ ଏହି ସମ୍ଭାବ୍ୟ ଆକ୍ରମଣକୁ ଏକ ‘ଛୋଟ କିନ୍ତୁ ଭୟଙ୍କର…

ତାଇୱାନରେ ତାଣ୍ଡବ ରଚିଲା ‘ଚାମ୍ପି’, ସମୁଦ୍ରରେ ଉଠୁଛି ବିଶାଳ ଢେଉ, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ

ତାଇପେଇ,୨୪।୧୦: ଶନିବାର ଭୋର ସମୟରେ ‘ଚାମ୍ପି’ (Champi) ନାମକ ଝଡ଼ ତାଇୱାନ ନିକଟ ଦେଇ ଗତି କରିଛି। ଏହି ଝଡ଼ ଯୋଗୁ ଅନେକ ଗଛ ଭାଙ୍ଗି ପଡ଼ିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?