ଉହାନକୁ ଫେରିଲା କରୋନା !

ବେଜିଂ,୧୨।୫: ଚାଇନାରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢାଇଛି। ରୁଷ ସମୀପରେ ଅବସ୍ଥିତ ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏବେ କିନ୍ତୁ ଗ୍ରାଉଣ୍ଡ ଜିରୋ ଉହାନରେ ପ୍ରାୟ ୩୦ ଦିନ ପରେ କରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି। ଉହାନରେ ପ୍ରାୟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶାସକ କମ୍ୟୁନିଷ୍ଟ ପାର୍ଟି ସ୍ଥାନୀୟ ଜଣେ ଅଧିକାରୀଙ୍କ ସମେତ କେତେଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ଦେଖାଯାଇଛି ସେହି ଅଞ୍ଚଳ ଓ ତା’ର ଆଖପାଖର ପ୍ରାୟ ୫ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି। ଚାଇନାରେ ପ୍ରଥମେ ୨୦୧୯, ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଦେଖା ଦେଇଥିବା ବେଳେ ଏହା ଉହାନ ସହରରେ ତାଣ୍ଡବ ରଚିଥିଲା। ଏହାପରେ ଏହି ସହରକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଲକ୍‌ଡାଉନରେ ରଖାଯାଇଥିଲା। ତେଣୁ ପାଖାପାଖି ଏକ ମାସ ହେବ ଏଠାରେ ଲକ୍‌ଡାଉନ ଖୋଲିଥିବା ବେଳେ ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି...

ରୁଷିଆକୁ ସହାୟତା ମହଙ୍ଗା ପଡ଼ିବ

ଟୋକିଓ,୧୯।୪: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆକୁ ସାମରିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମଙ୍ଗଳବାର ଜି୭ ରାଷ୍ଟ୍ର ସମୂହ ପକ୍ଷରୁ କଡ଼ା...

ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ, ୨୮।୫ : ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ...

କରୋନା ଟିକା କୌଣସି ଦଳର ନୁହେଁ, ଖୁସିରେ ନେବି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ନେଇ ବିବାଦୀୟ ବୟାନ ଦେଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି...

ଦେହଜୀବୀଙ୍କୁ କରୋନା ସହାୟତା: ମାସକୁ ୫ ହଜାର ସହିତ ୫ କିଲୋ ରାଶନ

ମୁମ୍ବାଇ,୨୬।୧୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୁମ୍ବାଇରେ ବାସ କରୁଥିବା ୫,୬୦୦ରୁ ଅଧିକ ଦେହଜୀବୀଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ...

୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…

ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ...

କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ...

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଲିବିୟାରେ...

Advertisement
Archives

Model This Week