Posted inଖେଳ

ଉଷୁରେ ପ୍ରବୀଣଙ୍କ କୃତିତ୍ୱ

ସାଂଘାଇ, ୨୩।୧୦ (ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ପ୍ରବୀଣ କୁମାର ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଅବସରରେ ପ୍ରବୀଣ ପୁରୁଷ ୪୮ କିଗ୍ରା ବର୍ଗରେ ଫିଲିପାଇନ୍ସର ରସେଲ ଡିଆଜଙ୍କୁ ୨-୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ସେମିଫାଇନାଲରେ ପ୍ରବୀଣ ୨-୦ରେ ଉଜବେକିସ୍ତାନର ଖାସନ ଇକ୍ରୋମୋଭଙ୍କୁ ପରାସ୍ତ କରିଥିଲେ। ଏଥିପୂର୍ବରୁ ୨୦୧୭ରେ ପୂଜା କାଡିଆନ ପ୍ରଥମ ଭାରତୀୟ ଭାବେ ଉଷୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ମହିଳା ୭୫ କିଗ୍ରା ବିଭାଗ ଫାଇନାଲରେ ପୂଜା ରୁଷିଆର ଏଭଗେଡ଼ିଆ ଷ୍ଟେପାନୋଭାଙ୍କୁ ହରାଇଥିଲେ। ଉଷୁ ହେଉଛି ଏକ ସାମିରିକ କଳା। ଯେଉଁଥିରେ କିକ୍‌ ବକ୍ସିଂ, କ୍ଲୋଜ ରେଞ୍ଜ ପଞ୍ଚ୍‌,ରେସ୍‌ଲିଂ, ଟାଏକୋଣ୍ଡୋ, ଥ୍ରୋ, ସୁଇପ୍‌ ଆଣ୍ଡ୍‌ କିକ୍‌ କ୍ୟାଚ୍‌ ଏହି କ୍ରୀଡ଼ାର ଅଂଶବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ କ୍ରିକେଟର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଡିପ୍ରେସନର ଶିକାର ହୋଇ ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ବଲିଉଡ୍‌ଠାରୁ କ୍ରୀଡାଜଗତର...

ଡି’କକ୍‌ ଦକ୍ଷିଣ ଆଫ୍ରିକା ଦିନିକିଆ ଅଧିନାୟକ

ଜୋହାନ୍ସବର୍ଗ, ୨୨ା୧ (ଏଏଫ୍‌ପି)-ଏକ ଦୀର୍ଘ ମିଆଦି ଯୋଜନା ପରିପ୍ରେକ୍ଷୀରେ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମନୋନୀତ କରାଯାଇଛି। ନିଯୁକ୍ତି...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୩୦।୧୨(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

ଆକମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

କରାଚୀ,୩୦।୭ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ୩ ବର୍ଷିଆ ବାସନ୍ଦ ଅବଧୀକୁ ପାଖାପାଖି ଅଧା କରିଦିଆଯାଇଛି। ଫିକ୍ସିଂ କରିବାକୁ ତାଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ସେ...

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର...

ଏହି କ୍ରିକେଟରଙ୍କ ନାମରେ ରହିଛି ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଲମ୍ବା ଓଭର୍‌ର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍‌ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍‌ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ...

ଫାଇନାଲରେ ହକି ଓଡ଼ିଶା

କଟକ ଅଫିସ,୨୨ା୫- ହକି ଇଣ୍ଡିଆ ଆନୁକୂଲ୍ୟରେ ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୯ମ ସବ୍‌ଜୁନିୟର ବାଳକ ଜାତୀୟ ଚାମ୍ପିୟନଶିପ-୨୦୧୯ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ...

Play 250+ Trending Games
Archives

Model This Week

Why Dharitri