ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ନେଟ୍‌ଓ୍ବର୍କ ଏଠାରେ ପ୍ରମୁଖ ସମସ୍ୟା ହୋଇଛି। ସରକାରୀ ଯୋଜନା, ଡିଜିଟାଲ ସେବା ଓ ମୌଳିକ ସୁବିଧା ଏଠାକାର ଲୋକଙ୍କ ପାଇଁ ସାତସପନ ପାଲଟିଛି। ଦେଓଦରା ପଞ୍ଚାୟତର ମାଲପଡା, ଧରାଭଟା, ଦେଓଦରା, ଜାମପଡା, କୁଞ୍ଜଳପଡା, ମଲ୍ଲିକମୁଣ୍ଡା ଓ ନାଗପଡା ପଞ୍ଚାୟତର ଝରନାମାଲ, ନାଗପଡା, ସିରଲି, ମାକରବିର୍ଲି ଆଦି ଗଁାରେ ନେଟ୍‌ୱର୍କ ନିତିଦିନିଆ ସମସ୍ୟା ହୋଇରହିଛି। ଆମ୍ବୁଲାନ୍ସ, ଅଗ୍ନିଶମ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ଉପରୋକ୍ତ ଗ୍ରାମର ଲୋକେ ଗଛ ଉପରେ ବା ଦୂରଦୂରାନ୍ତକୁ ଯାଇ ଫୋନ କଲ କରୁଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଏଠାକାର ଛାତ୍ରୀଛାତ୍ର। ଅନ୍‌ଲାଇନ ପାଠପଢା, ସ୍କଲାରଶିପ ଆବେଦନ, ପରୀକ୍ଷା ଫର୍ମ ପୂରଣ ଭଳି କାର୍ଯ୍ୟ ପାଇଁ ସେମାନେ ଦୂର ଦୂରାନ୍ତକୁ ଯାଇ ହଇରାଣ ହେଉଛନ୍ତି। ସେହିପରି ପେନ୍‌ସନ୍‌, ରାଶନ କାର୍ଡ, ଆୟୁଷ୍ମାନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇଁ ଅନ୍‌ଲାଇନରେ ଆବେଦନ କରାଯାଉଥିବାରୁ ଲୋକେ ଉକ୍ତ ସେବାଗୁଡିକ ପାଇବାରୁ ବଞ୍ଚତ୍ତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟ୍‌ୱର୍କ ନ ଥିବାରୁ ସରକାରଙ୍କ ଅନେକ ଯୋଜନା କାଗଜକଲମରେ ସୀମିତ ହୋଇ ରହିଯାଉଛି ା ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ଆସି ମୋବାଇଲ ଟାୱାର ସ୍ଥାପନାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ସୁବିଧା ପାଇଁ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି ା କିନ୍ତୁ ଭୋଟ ସରିଲା ପରେ ସବୁ ଭୁଲିଯାଆନ୍ତି। ଜିଲା ପ୍ରଶାସନ ତଥା ସରକାର ଏଥିପ୍ରତି ଦୃଷ୍ଟି ଦେଇ ମୋବାଇଲ ଟାୱାର ସ୍ଥାପନା ସହ ମୋଳିକ ସୁବିଧା ପହଞ୍ଚାଇବା ପାଇଁ ଜିଲା ପରିଷଦ ସଭ୍ୟ ମୁରଲି ଭୋଇ, ଧବଲେଶ୍ୱର ପୂଜାରୀ, କେଶରାଜ ମାଝି, ଭଜ ମାଝି, ମହେନ୍ଦ୍ର ଦୀପ, ଦିଲିପ ଦୀପ, ମହାଦେବ ଦୀପ ପ୍ରମୁଖ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଶାସେବନ ଯୁବସମାଜର ଭବିଷ୍ୟତକୁ କରିଦିଏ ନଷ୍ଟ: ନିଶାମୁକ୍ତ ସମାଜ ଆହ୍ବାନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩।୯(ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆଠାରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ,…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ରାଜନୀତିରେ ବଡ଼ ହଲଚଲ: ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ…

ନୂଆଦିଲ୍ଲୀ,୩।୯: SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ କଟିବାକୁ ନେଇ ରାଜ୍ୟ ସଭା ସାଂସଦ ରାଘବ ଚଢା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଭୋଟର ଲିଷ୍ଟରୁ…

ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ନୂଆଦିଲ୍ଲୀ,୩।୯: ଆଜିର ସମୟରେ ଗୋଟିଏ ପରିବାରର ଦୁଇ, ତିନି କିମ୍ବା ଚାରି ଜଣଙ୍କ ପାଖରେ ଅଲଗା ଅଲଗା Airtel SIM ରହିବା ସାଧାରଣ କଥା। ଏପରି ସ୍ଥିତିରେ…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

SBI Customer Alert: ଆସନ୍ତାକାଲି ଠପ୍‌ ହୋଇଯିବ UPI ସେବା, ନୋଟ୍‌ କରିନିଅନ୍ତୁ କେତେ ଟାଇମ୍‌…

ନୂଆଦିଲ୍‌ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ…

ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri