ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଏକ ପିସ୍ତଲ ଓ ୫ଗୁଳି ଜବତ କରିଛି ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଣ୍ଟାମାଳରୁ ମନମୁଣ୍ଡା ଆଡକୁ ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଫଳରେ ଏସଆଇ ସୁସ୍ମିତା ମଗରଙ୍କ ନେତୃତ୍ୱରେ ଏସଆଇ ଅରୁଣ କୁମାର ସିଂ, କନଷ୍ଟେବଳ ସୁରେନ୍ଦ୍ର ଦନ୍ତା, ବିପିନ ବିହାରୀ ପ୍ରଧାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଗୋପାଳମାଳ ଛକକୁ ପଠାଯାଇଥିଲା ା ଆଇଆଇସି ଗୋପୀନାଥ ପ୍ରଧାନ ସାଧା ପୋଷାକରେ ଅନ୍ୟ ପୋଲିସ ବଳ ସହ ଆଉ ଏକ ସ୍ଥାନରେ ଜଗି ରହିଥିଲେ । ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ଟ୍ରକ (ନଂ. ଏମପି ୦୯ ଏଚଜି- ୮୮୭୬ )କଣ୍ଟାମାଳ ପଟରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଗୋପାଳମାଳ ଛକଠାରେ ଏସଆଇ ମଗର ଉକ୍ତ ଟ୍ରକକୁ ଅଟକାଇଥିଲେ ା ପୋଲିସ ପଚରାଉଚୁରା କରିବାରୁ ଟ୍ରକରେ ପିଆଜ ବୋଝେଇ ହୋଇଥିବା ଡ୍ରାଇଭର କହିଥିଲେ । କଣ୍ଟାମାଳରୁ ପିଆଜ ରପ୍ତାନିର ନଜିର ନ ଥିବାରୁ ଏସଆଇ ମଗର ଟ୍ରକରେ ଥିବା ୩ ଜଣଙ୍କୁ ଅଲଗା ଅଲଗା ଜେରା କରିବାରେ ସେମାନଙ୍କ ଉତ୍ତରରେ ତାଳମେଳ ରହି ନ ଥିଲା । ସନ୍ଦେହରେ ପୋଲିସ ଉକ୍ତ ତିନି ଜଣଙ୍କ ପ୍ୟାକେଟ ଚେକ କରିବାରେ ଜଣଙ୍କ ପାଖରୁ ଏକ ପିସ୍ତଲ ଓ ୫ଟି ଗୁଳି ମିଳିଥିଲା ା ପୋଲିସ ପୁଣି ଜେରା କରିବାରେ ଟ୍ରକରେ ଗଞ୍ଜେଇ ଥିବା ସେମାନେ ସ୍ବୀକାର କରିଥିଲେ । ଖବରପାଇ ଆଇଆଇସି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଥିଲେ । ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲା ସେମାଧନାର ଡ୍ରାଇଭର ଅରବିନ୍ଦ ଅହିରୱାର(୩୨), ଭରତ ଅହିରୱାର (୨୭) ଏବଂ ମନମୁଣ୍ଡା ଥାନା ଷାଣ୍ଢପାଲିର ରୋହିତ ଭୋଣ ଓରଫ ଗଦି (୨୦) । ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ଶଗଡା ଏବଂ କନ୍ଧମାଳ ଗୋଛାପଡାର ଜଙ୍ଗଲ ଅଞ୍ଚଳରୁ ସଂଗ୍ରହ କରାଯାଇ ମଧ୍ୟପ୍ରଦେଶର ମାକ୍ରୋନିଆକୁ ଚୋରା ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଉକ୍ତ ଟ୍ରକରୁ ୨୬ ବସ୍ତା ଗଞ୍ଜେଇ ଓ ୩୫ ବସ୍ତା ପିଆଜ ଜବତ କରାଯାଇଥିଲା । ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସୁଶିଲ କୁମାର କୁଅଁରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରେ ତାହା ୧୧.୨୦ କୁଇଣ୍ଟାଲ ହୋଇଥିଲା । ଚୋରାଚାଲାଣରେ ବ୍ୟବହୃତ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି ା ଏ ନେଇ ଥାନାରେ ଏକ ମାମଲା (ନଂ. ୮୦/୨୦ ) ରୁଜୁ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମାଙ୍କଡା ପଥର ଖନନ ଚାଲିଛି; ଅଭିଯୋଗ କଲେ କୁଳଙ୍ଗ ଗ୍ରାମବାସୀ

ତେଲକୋଇ, ୭।୧୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନରେ ରାଇସୁଆଁ ପଞ୍ଚାୟତର କୁଳଙ୍ଗ ଗ୍ରାମର ଖେସରା ଜଙ୍ଗଲ ମଧ୍ୟରେ ଚାଲିଛି ବେଆଇନ ଭାବେ ମାଙ୍କଡା ପଥର ଖନନ। ମାଙ୍କଡା ପଥର...

କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧ ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା...

ବାଳାଶ୍ରମରୁ ୧୩ ଅନ୍ତେବାସୀ ନିଖୋଜ: ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତିରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ...

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା...

ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଉଦ୍‌ଘାଟିତ

ଅନୁଗୋଳ ଅଫିସ୍‌, ୨୯।୨ – ଅନୁଗୋଳ ଜିଲା କୋର୍ଟର ଦ୍ୱିତୀୟ ମହଲାରେ ଥିବା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏକ ସ୍ବତନ୍ତ୍ର ପୋକ୍ସୋ...

ଖଣି ବନ୍ଦ ରଖିବାକୁ ଚେତାଇଲା ପ୍ରଶାସନ

ଖଇରା,୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ କପିଳଝୁରୀ ବନ୍ଧନଟା ଏବଂ ବଗେଇପୁର ମୌଜାରେ ଚାଲିଥିବା ଖଣି ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା...

ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍‌

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ...

ବାଢ଼ୁନ୍‌ ବେପାର ଦେଉଛେ ଦାନା: ଭତା, ଆବାସ ଯୋଜନାରୁ ବଁଚିତ୍‌ ପରିବାର

ଅତାବିରା, ୧୮।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ସରକାରୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *