ଉପଯୁକ୍ତ କ୍ଷତିପୂରଣ ଦାବି କଲେ ଚାଷୀ

ବାଲିଆପାଳ, ୧୩।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ମୁହାଣ ଚଉମୁଖଠାରେ ୫ହଜାର କୋଟି ଟଙ୍କାର ବୃହତ୍‌ ବନ୍ଦର ନିର୍ମାଣ ହେବାକୁ ଯାଉଛି। ଦ.ପୂ-ରେଳପଥର ଅମର୍ଦ୍ଦାଠାରୁ ଏହି ବନ୍ଦରକୁ ରେଳପଥ ସଂଯୋଗ କରିବ। ରେଳପଥ ସକାଶେ ଜମି ହରାଉଥିବା ଚାଷୀମାନେ ଶ୍ରୀରାମପୁର ଗ୍ରାମରେ ଏକ ବୈଠକ କରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।
ବାଲିଆପାଳ ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଜୟ କୁମାର ଦେ, ଅମୂଲ୍ୟ ସେଠୀ, ବିଜୟ କୃଷ୍ଣ ବେହେରା, ଯତୀନ୍ଦ୍ର ନାଥ ଗିରି, ଭୂପତି ଚରଣ ଦାସ, ଶ୍ରୀହରି ସେଠୀ, ସୁରଥ ମାଣିକ, ଜ୍ୟୋତିପ୍ରକାଶ ରାୟ, ନଟବର ସାହୁ, ଗୋପନାରାୟଣ ଜେନା ପ୍ରମୁଖ ଯୋଗଦେଇ ଜମି ହରାଉଥିବା ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପ୍ରାରମ୍ଭରେ ଜମି ଲାଗି ଧାର୍ଯ୍ୟମୂଲ୍ୟର ୫ଗୁଣ ଅର୍ଥ ପ୍ରଦାନ, ଗୋଟିଏ ଜମିରେ ବଳିଯାଉଥିବା ଅବଶିଷ୍ଟ ଜମି ବାବଦକୁ ଅନୁରୂପ କ୍ଷତିପୂରଣ ଦେବା, ମୁଖ୍ୟ ରାସ୍ତାକୁ ଲାଗିଥିବା ଜମି ସକାଶେ ବର୍ତ୍ତମାନର ବଜାର ମୂଲ୍ୟ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ, ଜମିରେ ଥିବା ଗଛ ଆଦିର ମୂଲ୍ୟ ଦେବା, ଜମି ହରାଉଥିବା ପରିବାରରୁ ଜଣକୁ ଚାକିରି ପ୍ରଦାନ ଏବଂ ଜମିହରା ଲୋକଙ୍କୁ କମ୍ପାନୀ ପକ୍ଷରୁ ବାର୍ଷିକ ରୟାଲଟ ଦିଆଯିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା। ଏକ ପ୍ରତିନିଧି ଦଳ ଏସବୁ ଦାବି ସମ୍ପର୍କରେ କମ୍ପାନୀର ଉଚ୍ଚକର୍ତ୍ତୃପକ୍ଷ, ଜିଲାପାଳ, ଏମ୍‌ପି ଓ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଉଲ୍ଲେଖନୀୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ବନ୍ଦର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ କମ୍ପାନୀ ପକ୍ଷରୁ ବନ୍ଦର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଚଉମୁଖଠାରେ ହେବାକୁ ଥିବା ବନ୍ଦରକୁ ରେଳପଥ ସଂଯୋଗ ସକାଶେ ସର୍ଭେ ହୋଇ ଏହା ମଧ୍ୟରେ ଜମି ଚିହ୍ନଟ କାର୍ଯ୍ୟ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଡିପିରକୁ ରେଳ ବିଭାଗ ଅନୁମୋଦନ ଦେବା ପରେ ରାଜ୍ୟସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଚିଠି ନଂ .୨୨୬୬/ତା ୧୫।୭।୨୦୧୯ରିଖରେ ଅନୁମୋଦନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଜିମ ଅଧିଗ୍ରହଣ ସକାଶେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ରେଳ ପ୍ରକଳ୍ପ ପାଇଁ ସେମାନଙ୍କ ଜମି ଯାଉଥିବା ସୂଚନା ଦେବା ସହ ସମ୍ମତିପତ୍ରରେ ସ୍ବାକ୍ଷର କରାଉଥିବା ବୈଠକରେ କୁହାଯାଇଥିଲା। ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ପୂର୍ବରୁ କେତେକ ସଂଗଠନ ଆନ୍ଦୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଗ ଆଲୋଚନା କରି ପ୍ରଶାସନ ପଦକ୍ଷେପ ନେଉ ବୋଲି ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri