ଉପକୂଳବର୍ତ୍ତୀ ୮୮ ଗାଁ ସୁନାମିପ୍ରବଣ

ପୁରୀ ଅଫିସ,୧୩ା୬: ଆସନ୍ତା ୧୯ ତାରିଖରେ ପୁରୀ ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ମକ୍‌ଡ୍ରିଲ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓସ୍‌ୱାନ ସମ୍ମିଳନୀ କକ୍ଷରେ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ବିଡିିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଜିଲାର ୧୧୮ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମେତ ପ୍ରତି ବ୍ଲକରେ ଏହି ପ୍ରତୀକ ପ୍ରସ୍ତୁତି ଆୟୋଜନ ହେବ। ଏଥିରେ ସରକାରୀ ଅଧିକାରୀ, ଶିକ୍ଷୟିତ୍ରୀ ଶିକ୍ଷକ, ଆପଦମିତ୍ର, ଆଶାକର୍ମୀ, ସ୍ଥାନୀୟ ଲୋକପ୍ରତିନିଧି, ବେସରକାରୀ ସଂସ୍ଥା ସଦସ୍ୟ ପ୍ରମୁଖ ଯୋଗଦେବେ। ଏହି ପ୍ରତୀକ ପ୍ରସ୍ତୁତି ସମୟରେ ସମସ୍ତେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ସମ୍ପୃକ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ ଭଳି ଉପକୂଳବର୍ତ୍ତୀ ବ୍ଲକର ୮୮ଟି ଗଁ। ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତ ରହି ଏହାର ସଫଳ ମୁକାବିଲା ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ। ଏହି ବୈଠକରେ ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର, ଜିଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ସହାୟକ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ, ସଂଯୋଜକ ସୁମନ୍ତ କୁମାର ଦାଶ, ଜିଲା ଇ-ଗଭର୍ନାନ୍ସ ମ୍ୟାନେଜର ପୀୟୂଷ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ବିଏମ୍‌ସିର ରାଶନ ବଣ୍ଟନ

ବ୍ରହ୍ମପୁର ଅଫିସ,୩୧ା୩-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଜିଲାପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ବ୍ରହ୍ମପୁରରେ ରାଜ୍ୟ ବାହାରୁ ଆସି ଫସି ରହିଥିବା...

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ,...

ଝଡ଼ବର୍ଷାରେ ଭାଙ୍ଗିଲା ଅନେକ ଘର, ଉଡ଼ିଲା ଛପର

ପଟାଙ୍ଗି,୧୯ା୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଗତ ୪ ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପ୍ରବଳ...

୨ ଲକ୍ଷ ଟଙ୍କା ନେଇ ସୁରକ୍ଷା କର୍ମଚାରୀ ଫେରାର

ଅନୁଗୋଳ ଅଫିସ, ୯।୩: ଅନୁଗୋଳ ପଞ୍ଚମହଲାସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରୁ ଗତ ୬ ତାରିଖରେ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ତେବେ ଏହି ଚୋରି ଅନ୍ୟ...

ପୁରୀ ଷ୍ଟେଶନରେ ଅଭାବନୀୟ ଦୃଶ୍ୟ: ଟ୍ରେନ୍‌ ସିଟ୍‌ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ପୁରୀ ଅଫିସ,୨୭।୭: ପୁରୀ ଷ୍ଟେଶନରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୪ ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ବିନୀ ଏକ୍ସପ୍ରେସର ଏକ ବଗି...

ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଟପିଲା ୯ ସହର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ପୁଣି ତାତି ଲେଉଟିଛି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା।...

ଫେଲ୍‌ ହେଲେ ୮୬୯୯ ପିଲା

କଟକ ଅଫିସ,୬।୭: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କଟକ ବୋର୍ଡ କାର୍ଯ୍ୟାଳୟରେ...

ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ...

Advertisement
Archives

Model This Week