ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ସହିତ ଭିଟାମିନ-ସି, ଭିଟାମିନ-ଏ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଉପକାରୀ। ଏଥିସହ ଏହା ଶରୀରରେ ପୋଡାଜଳା, କଟା ଘା’ ଓ ସମସ୍ତ ପ୍ରକାର ଘା’କୁ ମଧ୍ୟ ଭଲ କରିଦେଇଥାଏ।
* ଯଦି ମୁହଁରେ ବାରମ୍ବାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ରାତିରେ ଲବଙ୍ଗ ତେଲ ଲଗାଇ ସକାଳେ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ।
*ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହାକୁୁ ଦୁଇ ବୁନ୍ଦାରୁ ଅଧିକ ବ୍ୟବହାର ନ କରି ବାଦାମ କିମ୍ବା ନଡ଼ିଆ ତେଲ ସହିତ ମିଶାଇ ଲଗାନ୍ତୁ।
*ଯଦି ମୁହଁର ତ୍ୱଚାରେ ରିଙ୍କିଲ୍ସ ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ। ନଡ଼ିଆ ତେଲ ସହ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ। ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ ରିଙ୍କିଲ୍ସ(କୁଞ୍ଚନ)ସମସ୍ୟା କମ୍‌ ହେବା ଆପଣ ଲକ୍ଷ୍ୟ କରିପାରିବେ।
*ଘରୁ ବାହାରକୁ ବାହାରିଲେ ଧୂଳି ଓ ପ୍ରଦୂଷଣ ଯୋଗୁ ମୁହଁର ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ। ପ୍ରଦୂଷଣ ତ୍ୱଚାକୁ ଫିକା କରିଦେଇଥାଏ। ଏଥିପାଇଁ ଘରକୁ ଆସିଲେ, ତୁଳାରେ ଅଳ୍ପ ଲବଙ୍ଗ ତେଲ ନେଇ ମୁହଁକୁ ଭଲ ଭାବରେ ସଫା କରନ୍ତୁ। ଲବଙ୍ଗ ତେଲ କେବଳ ତ୍ୱଚାକୁ ସଫା କରି ନ ଥାଏ, ଏହା ସହିତ ମୁହଁରେ ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ ଏବଂ ଏହା ମୁହଁରେ ଉଜ୍ଜ୍ୱଳ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବର୍ଷାଦିନିଆ ପେଡିକିଓର୍‌

ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି। ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ...

ଚର୍ବି ନିୟନ୍ତ୍ରଣ କରେ କାଜୁ

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର...

ଏମିତି ଦାନ୍ତ ଥିବା ଲୋକ ହୁଅନ୍ତି ଦରିଦ୍ର

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ପୃଥିବୀରେ ଏହି ୩ ଟି ଜିନିଷ ସବୁଠୁ ମୂଲ୍ୟବାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ...

ବର୍ଷାଦିନେ ଶିଶୁର ଯତ୍ନ

ବର୍ଷାଦିନେ ପାଣି ଏବଂ ଥଣ୍ଡା ପାଗ ସଭିଙ୍କ ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ହେଲେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଶିଶୁମାନେ।...

ପିଲାଙ୍କୁ ଗଢ଼ନ୍ତୁ ଏମିତି

ପିଲାଙ୍କୁ ଲାଳନପାଳନ କରି ଭଲ ମଣିଷ କରିବାକୁ ହେଲେ ଛୋଟବେଳରୁ ହିଁ ସବୁ ଦିଗକୁ ଦୃଷ୍ଟି ଦେବାକୁ ହେବ। ତେବେ ଏନେଇ ଜାଣି ରଖନ୍ତୁ କିଛି...

କରୋନା ଟିକା

ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍‌.ଏ. କିମ୍ବା ଆର୍‌.ଏନ୍‌.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର...

ବୟସ୍କଙ୍କ ଲାଗି ଚିନ୍ତାର କାରଣ ପାଲଟେ ଏସବୁ ସମସ୍ୟା

ମନୁଷ୍ୟ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡ଼େ। କାରଣ...

Advertisement
Archives

Model This Week