ଉପକାରୀ ମାଠିଆ ପାଣି

ମାଠିଆ ପାଣି ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୂୁଲ୍ୟ। ମାଠିଆରୁ ଆଣି ଗ୍ଲାସେ ପାଣି ପିଇଦେଲେ ବେଶ୍‌ ଶାନ୍ତି ଲାଗେ। ତେବେ ଏଥିରେ ଥିବା ଉପକାରୀ ଗୁଣ ବିଷୟରେ ଟିପ୍ସ…

ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ। ପ୍ରାକୃତିକ ଉପାୟରେ ମାଠିଆ ପ୍ରାକୃତିକ ଉପାୟରେ ଏଥିରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। କ୍ଳାନ୍ତିରୁ ମଧ୍ୟ ଏହି ପାଣି ଉପଶମ ଦିଏ।
ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ।
ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି।
ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍‌ ଉପକାରୀ।
ଗୋଟିଏ କଥା। ଯଦି ଆପଣଙ୍କର ଆଜ୍‌ମାଜନିତ ସମସ୍ୟା ରହିଛି ତେବେ ଏହି ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ।
ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ। କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri