ଉଦ୍‌ଘାଟିତ ହେଲା ଦ୍ୱିତୀୟ ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୨ା୪-ଗଞ୍ଜାମ-ଗଜପତି ସମବାୟ ଦୁଗ୍ଧ ଉପତ୍ାଦକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ଦ୍ୱିତୀୟ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ୍‌ ମିଶ୍ରିତ ଏଟିଏମ୍‌ ଗୁରୁବାର ବ୍ରହ୍ମପୁର ତୁଳସୀନଗର ମେନ୍‌ରୋଡରେ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିଥିଲେ। ସଂଘ ସଭାପତି ରଜନୀକାନ୍ତ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଂଘ ସାଧାରଣ ପରିଚାଳକ ଦିଲୀପ କୁମାର ପଟ୍ଟନାୟକ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ତ୍ରିନାଥ ନାୟକ, ସହ ପରିଚାଳକ କାହ୍ନୁଚରଣ ପଣ୍ଡା, ପ୍ରକଳ୍ପ ଅଧିକାରୀ ବସନ୍ତ କୁମାର ସାହୁ, ଜିଲା ଦୁଗ୍ଧ ସଂଗ୍ରହ ଅଧିକାରୀ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାର ଦୁଗ୍ଧ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ସଂଘ ପକ୍ଷରୁ ଦୁଗ୍ଧ ଏଟିଏମ୍‌ ସ୍ଥାପନ ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୁଲାଇ ୪ରେ ଶ୍ରୀଗୁଣ୍ଡିଚାଯାତ୍ରାରେ ଜିଲାର ପ୍ରଥମ ଦୁଗ୍ଧ ଏଟିଏମ୍‌ ଗେଟବଜାରସ୍ଥିତ ସଂଘ କାର୍ଯ୍ୟାଳୟରେ ଉଦ୍‌ଘାଟିତ ହୋଇଥିଲା। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଏଟିଏମ୍‌ ଖୋଲାଯାଇଛି। ଚାଷୀଙ୍କଠାରୁ କିଣାଯାଉଥିବା କ୍ଷୀରକୁ ବିଶୁଦ୍ଧୀକରଣ ସହ ଭିଟାମିନ୍‌-ଏ ଏବଂ ଭିଟାମିନ୍‌ -ବି ମିଶାଇ ବିକ୍ରି କରାଯିବ। ଲିଟର ପିଛା ଦର ୪୪ ଟଙ୍କା ରଖାଯାଇଥିବା ବେଳେ ଗ୍ରାହକ ମେଶିନରେ ଟଙ୍କା ପକାଇ କ୍ଷୀର କିଣିପାରିବେ।୨୫୦ ଏମଏଲରୁ ୫ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଗ୍ରାହକ ଏହି ଏଟିଏମ୍‌ରୁ କିଣିପାରିବେ ବୋଲି ସଂଘ ସାଧାରଣ ପରିଚାଳକ ପଟ୍ଟନାୟକ କହିଛନ୍ତି। ଏଥିସହ ଆଗାମୀ ଦିନରେ ସଂଘ ପକ୍ଷରୁ ଏମ୍‌କେସିଜି, ଛତ୍ରପୁରରେ ଦୁଇଟି ଏଟିଏମ୍‌ ଖୋଲିବାକୁ ଯୋଜନା ରହିଥିବା ବେଳେ ଏକ ମୋବାଇଲ୍‌ ଦୁଗ୍ଧ ଏଟିଏମ୍‌ ଭ୍ୟାନ୍‌୍‌ ମଧ୍ୟ ଶୁଭାରମ୍ଭ କରାଯିବାକୁ ଯୋଜନା ରଖାଯାଇଥିବା ପଟ୍ଟନାୟକ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ ଅଫିସ,୧୩ା୮: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସମ୍ବିଧାନର ଧାରା ୨୧୭ ଅନୁଯାୟୀ ବରିଷ୍ଠତା ଭିତ୍ତିରେ ବରିଷ୍ଠ...

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା

ପୁରୀ ଅଫିସ,୧ା୧: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍‌ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ,...

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି, ୩ା୭(ଡି.ଏନ୍‌.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ...

ଗର୍ଭବତୀଙ୍କୁ ବଳାତ୍କାର, ଭିଡିଓ ଶୁଟିଂ କଲେ ଆଶାକର୍ମୀ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,: ୧୫।୩(ବି.ପ୍ର./ଡି.ଏନ୍‌.ଏ.): ପାଞ୍ଚ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଛନ୍ତି। ବଳାତ୍କାର ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତଥା ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିବା...

ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ...

ଛାତ୍ରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୮ା୧୦: ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଡବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର କାର୍ତ୍ତିକ ସେଠୀ।...

ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା...

ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ...

Advertisement
Archives

Model This Week