ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ କାଠମାଣ୍ଡୁ ଓ ପରେ ଭୁବନେଶ୍ୱର ଅଣାଯିବା ନେଇ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏ ନେଇ ନେପାଳ ଦୂତାବାସ ସହ ମିଶି ରାଜ୍ୟ ସରକାର କାମ କରୁଥିବା ବେଳେ ତାଙ୍କ ମରଶରୀରକୁ ଖୁବ୍‌ଶୀଘ୍ର ଓଡ଼ିଶା ଅଣାଯିବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ଲାଗି କଳ୍ପନା ‘ତିନି ମହିଳା ଅଭିଯାତ୍ରୀ’ ଦଳର ସଦସ୍ୟ ଭାବେ ଏଭେରେଷ୍ଟ ଆରୋହଣ କରୁଥିଲେ। ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ସେ ଅସୁସ୍ଥ ହୋଇ ଏଭେରେଷ୍ଟର ବାଲ୍‌କୋନୀ ଏରିୟାରେ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ସମଗ୍ର ରାଜ୍ୟ ଓ ଦେଶକୁ ସ୍ତବ୍ଧ କରିଦେଇଥିଲା। ୨୦୦୮ରେ କଳ୍ପନା ଆମେରିକା, କାନାଡ଼ା ଓ ନେପାଳର ପର୍ବତାରୋହୀଙ୍କ ଦଳରେ ସାମିଲ ହୋଇ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ କ୍ରିକେଟର ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ଘଟିଥିଲା

ମାର୍ଚ୍ଚ ୧୬ ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। କ୍ରିକେଟ ଭାରତରେ ଏକ ଧର୍ମ ଭାବରେ ବିବେଚନା କରାଯାଏ। ସଚିନ ତେନ୍ଦୁଲକର କ୍ରିକେଟର୍‌ ଜଣେ...

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌...

ମୟୂରଭଞ୍ଜର ୫ ବୁଥ୍‌ରେ ଚାଲିଛି ସାନି ମତଦାନ

ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍‌ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍‌-ଭୁଗୁଡ଼ାକଟା, ୧୯ନଂ ବୁଥ୍‌-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର...

ଏହି ଦୁଇ ଭାରତୀୟ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରି ମଧ୍ୟ ନେଇଛନ୍ତି ଉଇକେଟ୍‌

କ୍ରିକେଟରେ ଉଇକେଟ କିପିଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁ ଦଳ ଏକ ଅଭିଜ୍ଞ ଉଇକେଟ କିପର ନେଇ ଖେଳିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଉଇକେଟ...

ଜାନୁୟାରୀ ୩୧ରେ ସିଟିଇଟି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ...

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ପାଢ଼ୀ ନିଜ ପ୍ରତିକ୍ରିୟାରେ...

ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଖଜୁରିପଡା,୨୯ା୬(ଡି.ଏନ୍‌.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା...

ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ...

Advertisement
Archives

Model This Week