Advertisement

ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ଯୋଜନା। କପିଳାସ ପ୍ରାଣୀ ଉଦ୍ୟାନ ସୀମାକୁ ଲାଗି ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି। ଏଥିରେ ୨୮ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷ କରି ଉଦ୍ଧାର ହାତୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଏବଂ ସେମାନଙ୍କୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରିବା ଲାଗି ଏହି ପ୍ରକଳ୍ପ ବିଶେଷ ଭାବେ ସହାୟକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସାମୟିକ ରହଣିସ୍ଥଳର ୧ ହେକ୍ଟର ପରିଧିରେ ଟ୍ରେଞ୍ଚ୍‌ ଖୋଳାଯାଇଛି। ଉଦ୍ଧାର ପ୍ରାଣୀଙ୍କ ପାଇଁ ଶୋଷ ମେଣ୍ଟାଇବାକୁ ପୋଖରୀ ଖୋଳାଯାଇଛି। ଏତଦ୍‌ବ୍ୟତୀତ ଜନ୍ତୁଙ୍କ ଲାଗି ପ୍ରବେଶପଥ ଏବଂ ୱାଚ ଟାୱାର ନିର୍ମାଣ ହେବ। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୬ଜଣଙ୍କୁ ନିଯୁକ୍ତି ଦିଆଯିବ। ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦଳରୁ ଅଲଗା ହୋଇଯାଉଥିବା ଶାବକ ଏବଂ ଉପଦ୍ରବ କରୁଥିବା ହାତୀଙ୍କୁ ଉଦ୍ଧାର କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସକ୍ୟୁ ସେଣ୍ଟରକୁ ଅଣାଯାଉଛି। ଏବର ପରିକଳ୍ପିତ ପ୍ରକଳ୍ପ ହାତୀଙ୍କ ଲାଗି ସହାୟକ ହେବ। ଉଦ୍ଧାର ହାତୀଙ୍କୁ ରେସ୍‌କ୍ୟୁ ସେଣ୍ଟର ପରିବର୍ତ୍ତେ ପ୍ରଥମେ ସାମୟିକ ରହଣି ସ୍ଥଳରେ ରଖାଯିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଉଦ୍ଧାର ବନ୍ୟଜୀବ ନିର୍ଭୟରେ ଗୋଟିଏ ଇଲାକା ଭିତରେ ଚଳପ୍ରଚଳ କରିପାରିବେ। ପୋଖରୀରେ ଜଳକ୍ରୀଡ଼ା କରିପାରିବେ। ହିଂସ୍ର ଜନ୍ତୁମାନେ ଯେପରି ବାହାରକୁ ନ ଯାଇପାରିବେ ସେଥିଲାଗି ଟ୍ରେଞ୍ଚ୍‌ ଖୋଳାଯାଉଛି। ସୂଚନାଯୋଗ୍ୟ, କପିଳାସ ଚିଡ଼ିଆଖାନାରେ ୨୦୦୭ରେ ରାଜ୍ୟର ଏକମାତ୍ର ହାତୀ ରେସ୍‌କ୍ୟୁ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ହେଲେ କର୍ମଚାରୀ ଏବଂ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଠାରେ ଅଧିକ ସଂଖ୍ୟକ ହାତୀଙ୍କୁ ଆଣି ରଖିବା କଷ୍ଟକର ବ୍ୟାପାର ହୋଇଛି। ଆରମ୍ଭ ହୋଇଥିବା ସାମୟିକ ରହଣିସ୍ଥଳ ଯୋଜନା ଏ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ବନ୍ୟପ୍ରାଣୀ ବିଭାଗର ପ୍ରସ୍ତାବ ଓ ଗାଇଡ୍‌ଲାଇନ୍‌ ଅନୁଯାୟ ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ବା ବନ୍ୟପ୍ରାଣୀ ସାମୟିକ ରହଣିସ୍ଥଳ ଯୋଜନା ଆରମ୍ଭ ହୋଇଛି। ଏଥିରେ ହାତୀ ଉପଦ୍ରୁତ ଢେଙ୍କାନାଳ ଏବଂ ଅନୁଗୋଳ ଜିଲା ଉପକୃତ ହେବେ। ଉଦ୍ଧାର ବନ୍ୟପ୍ରାଣୀଙ୍କୁ ଏହା ମଧ୍ୟରେ କିଛିଦିନ ରଖାଯିବ। ସେମାନଙ୍କ ପ୍ରବୃତ୍ତିରେ ପରିବର୍ତ୍ତନ ଆସିବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି।...

ବଡ଼ବିଲରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ତଳକୁ ଖସିଲା

ବଡ଼ବିଲ,୨୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳର ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବେଲକୁଣ୍ଡି...

ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌...

ପାରାଦୀପ ବନ୍ଦର ନାମ ବଦଳିଲା

ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ...

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ...

ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍‌ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍‌ ହାର...

୯୩ ବର୍ଷ ପରେ ହେବ ନୂତନ ବନ୍ଦୋବସ୍ତ

ଚଣ୍ଡିଖୋଲ, ୮ା୮ (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲର ୯ଟି ରାଜସ୍ବ ମୌଜା ୧୯୨୯ ପରେ ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ହୋଇପାରି ନ ଥିଲା। ଯେଉଁଥିପାଇଁ...

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ହୋଟେଲ ସିଲ୍‌

ବଡ଼ବିଲ,୧୫ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ମ୍ରିନାଲ କଲୋନୀସ୍ଥିତ ହୋଟେଲ ନୀଳକଣ୍ଠରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ହୋଟେଲ ମାଲିକଙ୍କ ସମେତ ୧୦ ଜୁଆଡ଼ିଙ୍କୁ...

Advertisement
Archives

Model This Week