ଉତ୍ତାପ କମାଇବାକୁ କାର୍ଯ୍ୟକାରୀ ହେବ ପାଇଲଟ୍‌ ପ୍ରକଳ୍ପ: କୁମୁଡ଼ା ପାହାଡ ଉନ୍ନତି ଲାଗି ଖର୍ଚ୍ଚ ହେବ ୪.୭୪ କୋଟି

ବଲାଙ୍ଗୀର ଅଫିସ,୫।୬- ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ର ବୃଦ୍ଧି ରୋକିବା ଦିଗରେ ବନ ବିଭାଗ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏ ନେଇ ୪ କୋଟି ୭୪ ଲକ୍ଷ ଟଙ୍କାର ଏକ ପାଇଲଟ୍‌ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ପିସିସିଏଫ୍‌ ଏହାକୁ ଅନୁମୋଦନ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ଜଣାପଡିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୁମୁଡ଼ା ପାହାଡ଼ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବନୀକରଣ କରାଯିବା ସହ ପାହାଡ ଭିତରେ ପାଣିଟାଙ୍କି ନିର୍ମାଣ, ରାସ୍ତାକଡ଼ରେ ବନୀକରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ କରାଯିବ। ଫଳରେ ଅଞ୍ଚଳରେ ତାପମାତ୍ରା କମିବା ସହ ପାହାଡ଼ ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ହେବ।
ଟିଟିଲାଗଡ଼ ସହର ସଂଲଗ୍ନ ପ୍ରସିଦ୍ଧ କୁମୁଡ଼ା ପାହାଡରେ ଗଛ ନାହିଁ ା ଏଠାକାର ପଥର ଚଟାଣରୁ ତାପ ବିକିରଣ ଯୋଗୁ ଖରାଦିନେ ଏଠାରେ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ଅନ୍ୟତମ କାରଣ ବୋଲି କୁହାଯାଇଛି। ୨୦୦୪ରୁ ୨୦୦୭ ମଧ୍ୟରେ ଟିଟିଲାଗଡ଼ ଶୀତଳୀକରଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସେତିକିବେଳେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା ା ଏହି ଶୀତଳୀକରଣ ଯୋଜନାରେ କୁମୁଡ଼ା ପାହାଡ ଉପରେ ମାଟି ଫିଲିଂ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ହେଲେ ତାହା ବିଶେଷ ଫଳପ୍ରଦ ହେଲାନାହିଁ ା ବର୍ଷାଦିନେ ପଥର ଚଟାଣରୁ ମାଟି ଖସିଯିବାରୁ ଏହି ଯୋଜନା ଫେଲ୍‌ ମାରିଥିଲା। ବର୍ତ୍ତମାନ ଏକ ନୂଆ ଟେକ୍‌ନିକ୍‌ରେ ପାହାଡ଼ରେ ବୃକ୍ଷରୋପଣ କରିବାକୁ ଯୋଜନା କରାଯାଇଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ପାଇଲଟ୍‌ ପ୍ରକଳ୍ପରେ କୁମୁଡ଼ା ପାହାଡ଼ ଉପରେ ମାଟି ଫିଲିଂ କରାଯିବ ନାହିଁ ା ପାହାଡ଼ ପଥର ଚଟାଣରେ ଡ୍ରିଲିଂ କରାଯାଇ ମାଟି ଭର୍ତ୍ତି କରାଯିବ ଓ ସେଠାରେ ବୃକ୍ଷରୋପଣ କରାଯିବ। ଏହାସହିତ ସ୍ବତନ୍ତ୍ର କିସମର ଗଛ ଲଗାଯିବ। ବର, ଅଶ୍ୱତ୍‌ଥ, ଡିମିରି ଭଳି କମ୍‌ ମାଟିରେ ବଞ୍ଚତ୍ପାରୁଥିବା ଗଛ ଲଗାଇବା ପାଇଁ ଯୋଜନା କରାଯାଇଛି। ୩୪ ଏକର ପରିମିତ ପାହାଡକୁ ସବୁଜ ସୁନ୍ଦର କରାଯିବା ସହ ଆଖପାଖ ଅଞ୍ଚଳରେ ଥିବା ଖାଲି ସ୍ଥାନ ଓ ରାସ୍ତାକଡରେ ଗଛ ଲଗାଯିବ। ଗତ ଜାନୁୟାରୀ ମାସରେ ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ପଠାଯାଇଛି। ପ୍ରକଳ୍ପ ତଦାରଖ ପରେ ପିସିସିଏଫ୍‌ ଗତ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିବା ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ସୂଚନା ଦେଇଛନ୍ତି। ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠି(ଓଇଏମ୍‌ଏଫ୍‌)ରେ ଏହି ପାଇଲଟ୍‌ ପ୍ରକଳ୍ପ ଉପସ୍ଥାନ କରାଯାଇଛି। ଏହାର ଅର୍ଥ ଅନୁମୋଦନ ହେଲେ ଖୁବ୍‌ ଶୀଘ୍ର କୁମୁଡ଼ା ପାହାଡ ବନୀକରଣ ଉନ୍ନୟନ କାମ ଆରମ୍ଭ କରାଯିବ ବୋଲି ଡିଏଫ୍‌ଓ ଶତପଥୀ କହିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟିଟିଲାଗଡ ଅଞ୍ଚଳର ତାପମାତ୍ରା ବୃଦ୍ଧିକୁ ନିଶ୍ଚିତ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲାର…

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି ।…

ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ ସଭାପତିତ୍ୱରେ…

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨…

ପଞ୍ଚାୟତ- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଯୋଗଦେଲେ ୧୨ ଜିଲାର…

ସମ୍ବଲପୁର, ୧୩।୧(ପ୍ରମୋଦ ବହିଦାର):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ବଲପୁରରେ ଡିଭିଜନାଲ ଜିଲାପାଳ ସମ୍ମିଳନୀ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri