Posted inଫୁରସତ

ଉତ୍ତର କୋରିଆର ଅଭିଶପ୍ତ ହୋଟେଲ: ୧୯୮୭ରୁ ଆଜିଯାଏ ଶେଷ ହୋଇପାରୁନି ନିର୍ମାଣ କାମ

ଉତ୍ତର କୋରିଆ ଭିନ୍ନ ଆଇନ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ବିଶ୍ୱରେ ପରିଚିତ। ଏହା ବ୍ୟତିତ ସେଠାରେ ଏମିତି ଅନେକ କିଛି ରହିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜଧାନୀ ପାୟୋଙ୍ଗୟାଙ୍ଗରେ ଥିବା ପିରାମିଡ ଆକାରର ଏକ ସୁଉଚ୍ଚ ହୋଟେଲ। ଏହି ହୋଟେଲର ଅଫିସିଆଲ ନାମ ‘ରୟୁରୟୋଙ୍ଗ’। ହେଲେ ଏହା ୟୁ-କ୍ୟୁଙ୍ଗ ନାମରେ ପରିଚିତ। ୩୩୦ ମିଟର ଉଚ୍ଚ ଏହି ହୋଟେଲରେ ସମୁଦାୟ ୧୦୫ଟି କୋଠରୀ ରହିଛି। ଏଣୁ ଏହା ୧୦୫ ବିଲ୍ଡିଂ ନାମରେ ମଧ୍ୟ ଜଣାଯାଏ। ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ହୋଟେଲ ଅଭିଶପ୍ତ ବୋଲି କୁହାଯାଏ।
କିଛି ବର୍ଷ ପୂର୍ବେ ଆମେରିକାର ଏକ ମାଗାଜିନ୍‌ ଏହି ହୋଟେଲକୁ ମାନବ ଇତିହାସର ସବୁଠାରୁ ଖରାପ ହୋଟେଲ ବୋଲି କହିଥିଲା। ଏହାର ନିର୍ମାଣରେ ୭୫୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୪୭ ଆରବ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର କାମ ଶେଷ ହୋଇପାରିନାହିଁ। ଏହାର ନିର୍ମାଣ କାର୍ଯ୍ୟ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା। ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିଲା, ମାତ୍ର ତାହା ହୋଇପାରିଲା ନାହିଁଁ। ୧୯୯୨ରେ ଏହାର ନିର୍ମାଣ କାର୍ଯ୍ୟକୁ ଅଧାରୁ ବନ୍ଦ କରିଦିଆଗଲା। କାରଣ ଉକ୍ତ ସମୟରେ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିଲା। ୨୦୦୮ରେ ପୁଣି ଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୨ରେ ଶେଷ ହେବ ବୋଲି ଉତ୍ତର କୋରିୟା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇନାହିଁ। ଆଜି ପର୍ଯ୍ୟନ୍ତ ଏହି ହୋଟେଲ ପୂର୍ବବତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri