Posted inଜାତୀୟ

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ ନୂଆ ସରକାର ଆସିଲେଣି କିନ୍ତୁ ବଲିଆ ବାସିନ୍ଦାଙ୍କ ଦୁଃଖ କମିନି। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମିରେ ଫସଲ ଅମଳ ସମୟରେ ବ୍ୟବହୃତ ହେଉଛି ବାହୁବଳ। ଫସଲ ନେବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ଜାରି ରହିଥିବା ବିବାଦରୁ କେତେକ ସମୟରେ ବନ୍ଧୁକ ଗର୍ଜୁଛି। ଜୋର୍‌ ଯାର୍‌ ମୂଲକ ତାର୍‌ ନ୍ୟାୟରେ ବଳଶାଳୀ ଗୋଷ୍ଠୀ ଉତ୍ପାଦିତ ଫସଲ ଉପରେ କବ୍‌ଜା କରୁଛନ୍ତି। ଏଥି ପାଇଁ ଅନେକ ଲୋକଙ୍କର ଜୀବନ ଯାଉଛି। ଏହା ଏଠାରେ ଏକ ନିତି ଦିନିଆ ସମସ୍ୟା ପାଲଟିଛି। ଭୋଟ ବେଳେ ବିଭିନ୍ନ ରାଜନେତା ଏହି ଅଞ୍ଚଳକୁ ଆସି ନାନା ପ୍ରତିଶ୍ରୁତି ଦେଇଗଲେ ମଧ୍ୟ ପରେ ଏହା କେବଳ ପାଣିର ଗାର୍‌ ହୋଇ ରହିଯାଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଗଙ୍ଗାକୂଳରେ ଥିବା ହାଂସନଗର ଅଞ୍ଚଳର ୪ ହଜାର ୨ଶହ ଏକର ଜମି ଦୁଇ ରାଜ୍ୟର ସୀମା ବିବାଦରେ ଫଶି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶାଖୀରେ ଆରମ୍ଭ ହୋଇଥିଲା କାହାଣୀ! ଜ୍ୟୋତି ମାଲହୋତ୍ରାଙ୍କ ତୀର୍ଥଯାତ୍ରା ଭାରତର ସୁରକ୍ଷା ପାଇଁ କିପରି ବିପଦ ପାଲଟିଲା?

ନୂଆଦିଲ୍ଲୀ,୧୯।୫: ହରିୟାଣାର ଜଣେ ଲୋକପ୍ରିୟ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ଗିରଫଦାରୀ ଭାରତରେ ଏକ ବିସ୍ଫୋରକ ବିବାଦର ସୃଷ୍ଟି କରିଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା (ଆଇଏସଆଇ)...

ଭାରତରେ ବଢ଼ିଲା କୋଭିଡ-୧୯ ମାମଲା, ଏହି ଦୁଇ ରାଜ୍ୟରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ,୧୯ା୫: ୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି...

ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ, ସଂସଦୀୟ ପ୍ୟାନେଲକୁ ସୂଚନା ଦେଲେ ସରକାର

ନୁଆଦିଲ୍ଲୀ,୧୯।୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ଏକ ସଂସଦୀୟ କମିଟିକୁ କହିଛନ୍ତି ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି ସ୍ଥାପନରେ ଆମେରିକାର କୌଣସି ଭୂମିକା ନଥିଲା। ସେ...

୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ

ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ...

ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର...

ଝିଅର କାଣ୍ଡ କାରାନାମା ଜାଣି ଏମିତି କହିଦେଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ବାପା, ମୋର କିଛି…

ନୂଆଦିଲ୍ଲୀ,୧୯।୫: ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି...

ଭାରତ ଏକ ଧର୍ମଶାଳା ନୁହେଁ: ଶ୍ରୀଲଙ୍କା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୫: ସୁପ୍ରିମକୋର୍ଟ ସୋମବାର ଜଣେ ଶ୍ରୀଲଙ୍କା ନାଗରିକଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି, ଯିଏ ଜେଲ ଦଣ୍ଡ ଭୋଗ...

ଶାହାଙ୍କ କ୍ଷମା ପ୍ରାର୍ଥନା ଖାରଜ: ସୁପ୍ରିମକୋର୍ଟ କହିଲେ, ଏସବୁ କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ,୧୯।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶାହାଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri