Posted inଜାତୀୟ

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ ନୂଆ ସରକାର ଆସିଲେଣି କିନ୍ତୁ ବଲିଆ ବାସିନ୍ଦାଙ୍କ ଦୁଃଖ କମିନି। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମିରେ ଫସଲ ଅମଳ ସମୟରେ ବ୍ୟବହୃତ ହେଉଛି ବାହୁବଳ। ଫସଲ ନେବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ଜାରି ରହିଥିବା ବିବାଦରୁ କେତେକ ସମୟରେ ବନ୍ଧୁକ ଗର୍ଜୁଛି। ଜୋର୍‌ ଯାର୍‌ ମୂଲକ ତାର୍‌ ନ୍ୟାୟରେ ବଳଶାଳୀ ଗୋଷ୍ଠୀ ଉତ୍ପାଦିତ ଫସଲ ଉପରେ କବ୍‌ଜା କରୁଛନ୍ତି। ଏଥି ପାଇଁ ଅନେକ ଲୋକଙ୍କର ଜୀବନ ଯାଉଛି। ଏହା ଏଠାରେ ଏକ ନିତି ଦିନିଆ ସମସ୍ୟା ପାଲଟିଛି। ଭୋଟ ବେଳେ ବିଭିନ୍ନ ରାଜନେତା ଏହି ଅଞ୍ଚଳକୁ ଆସି ନାନା ପ୍ରତିଶ୍ରୁତି ଦେଇଗଲେ ମଧ୍ୟ ପରେ ଏହା କେବଳ ପାଣିର ଗାର୍‌ ହୋଇ ରହିଯାଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଗଙ୍ଗାକୂଳରେ ଥିବା ହାଂସନଗର ଅଞ୍ଚଳର ୪ ହଜାର ୨ଶହ ଏକର ଜମି ଦୁଇ ରାଜ୍ୟର ସୀମା ବିବାଦରେ ଫଶି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri