‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ ଉପରେ ମତ ରଖିଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ, ସୁସ୍ଥ ମୃତ୍ତିକା, ସୁସ୍ଥ ଜଳ, ବାୟୁ ଆଦି ଅପରିହାର୍ଯ୍ୟ ବୋଲି ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ରାଧାମୋହନ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ବ୍ୟାଙ୍କର ପୂର୍ବତନ ଆର୍ଥତ୍କ ପରାମର୍ଶଦାତା ବିନୋଦ ନାୟକ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ଷୁଦ୍ର ଋଣ ଇନସ୍ୟୁରାନ୍ସର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ମିଲେଟ ମିଶନ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ। ମ୍ୟାଲେରିଆ ଜନିତ ମୃତ୍ୟୁକୁ ରୋକିବା ଦିଗରେ ସରକାରଙ୍କ ସହ ଅଂଶୀଦାରମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନର୍ସିଂ ନିର୍ଦ୍ଦେଶକ ଡ. ସୁଶୀଲ କର ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଳପତି ଜନ୍ମେଜୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ କୀର୍ତ୍ତି ପ୍ରଧାନ, ଡ.ଓମ୍‌କାର ମହାନ୍ତି, ଶ୍ରୀଜିତ ମିଶ୍ର, ପ୍ରିୟଦର୍ଶନ ପାତ୍ର, ଲୁନା ସାମନ୍ତ, ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପିନାକୀ ପାଣିଗ୍ରାହୀ, ଡ.ନରେନ୍ଦ୍ର କୁମାର ଜେନା, ବିଶ୍ୱବିଦ୍ୟାଳୟର ଡିନ୍‌ ଡ.କଳ୍ପନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟିଆ ଛକରୁ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ଼, ୩।୮(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ...

ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ନିରଞ୍ଜନ, କହିଲେ ଆମେ ଅହିଂସା ନୀତିରେ ବିଶ୍ୱାସ କରୁ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ପ୍ରଦୀପ ମାଝିଙ୍କ ମନ୍ତବ୍ୟରେ ମୁଁ ଦୁଃଖିତ। ସେ ଭାବବିହ୍ବଳ ହୋଇ ଏଭଳି କଥା କହିଛନ୍ତି। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ...

ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୯।୩(ବ୍ୟୁରୋ): ପୂର୍ଣ୍ଣ ଟିକାକରଣରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଜାତୀୟ ପୂର୍ଣ୍ଣ ଟିକାକରଣ ହାରଠାରୁ ମଧ୍ୟ ବହୁ ଆଗୁଆ ଅଛି। ମଙ୍ଗଳବାର ମୁଖ୍ୟ...

ମୁଖ୍ୟ ଶାସନ ସଚିବଙ୍କୁ ଲୋକାୟୁକ୍ତଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ୬୯ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଏ ସଂକ୍ରାନ୍ତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଓଡ଼ିଶା ସରକାର ଚାପି...

୪ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ: ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି…

ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକୁଥିବା ୪ ସାଇବର ଠକଙ୍କୁ ରାଜଧାନୀରୁ ଗିରଫ କରାଯାଇଛି। ସାଇବର ଠକଙ୍କ ମଧ୍ୟରେ ସିମ୍‌ ପ୍ରୋଭାଇଡର...

କେତେ ସଫେଇ ଦେବେ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି କରିବାକୁ ଯୋଜନା କରାଯାଉଛି। ଏକ ଲିଖିତ ପ୍ରଶ୍ନର...

କୁଶଭଦ୍ରା ଗଣ୍ଡରେ ବୁଡ଼ିଗଲେ ୩ କଲେଜ ଛାତ୍ର: ନିମାପଡ଼ାରେ ପ୍ରବଳ ଉତ୍ତେଜନା, ରାସ୍ତାରୋକୋ

ନିମାପଡ଼ା,୧୭।୪(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀର ଧୀରପୁର ବାଲିଘାଟ ଗଣ୍ଡରେ ଗାଧୋଉଥିବାବେଳେ ୩ଜଣ କଲେଜ ଛାତ୍ର ବୁଡି ଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ...

ରେଡ୍‌ ଜୋନ୍‌ରେ ୨୫ ଜିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି...

Advertisement
Archives

Model This Week