Posted inଫୁରସତ

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍‌କୁ ପାର ହେବା ବହୁତ କଷ୍ଟକର। ଯଦିଓ ଅନେକ ଲୋକ ପହଁରିକି ବି ଇଂଲିଶ ଚ୍ୟାନେଲ ପାର ହୋଇଛନ୍ତି। ହେଲେ ପ୍ରଥମ ଥର ପାଇଁ ଜଣେ ୩୫ କି.ମି. ଲମ୍ବ ଇଂଲିଶ ଚ୍ୟାନେଲକୁ ଉଡ଼ି ଉଡ଼ି ପାର ହୋଇଛନ୍ତି। ଫ୍ରାନ୍ସ ଆବିଷ୍କାରକ ଜପାଟା ନିଜେ ତିଆରି କରିଥିବା ଜେଟ୍‌ ସଞ୍ଚାଳିତ ହୋଭରବୋର୍ଡ(ଫ୍ଲାଇବୋର୍ଡ)ରେ ଉଡି ଉଡି ଇଂଲିଶ ଚ୍ୟାନେଲ୍‌ ପାର୍‌ ହେବାରେ ସଫଳ ହୋଇଛନ୍ତି। ଫଳରେ ହୋଭରବୋର୍ଡ ସାହାଯ୍ୟରେ ଏଭଳି କାର୍‌ନାମା କରିଥିବା ପୃଥିବୀର ସେ ପ୍ରଥମ ଆବିଷ୍କାରକ ପାଲଟିଗଲେ। ୪୦ ବର୍ଷୀୟ ଫ୍ରାଙ୍କି ଜପାଟା ଫ୍ରାନ୍ସର ସଙ୍ଗେଟ୍‌୍‌ରୁ ଉଡ଼ାଣ ଆରମ୍ଭ କରିଥିଲେ। ଇଂଲିଶ ଚ୍ୟାନେଲ୍‌ ପାର୍‌ ହୋଇ ଡୋଭର୍‌ର ସେଣ୍ଟ ମାର୍ଗାରେଟ୍‌ ବିଚ୍‌ରେ ଓହ୍ଲାଇଥିଲେ। ଉଡୁଥିବା ସମୟରେ ଘଣ୍ଟାକୁ ୧୭୦ କି.ମି. ବେଗ ପର୍ଯ୍ୟନ୍ତ ସେ ପହଞ୍ଚତ୍ୟାଇଥିଲେ। ଏହାପୂର୍ବରୁ ବି ସେ ଇଂଲିଶ ଚ୍ୟାନେଲ୍‌କୁ ଏହିଭଳି ଭାବେ ପାର କରିବାକୁ ପ୍ରୟାସ କରିଥିଲେ। ହେଲେ ଇନ୍ଧନ ଶେଷ ହେବା ଓ ତାକୁ ପୁନଃ ରିଫିଲ୍‌ କରିବାରେ ଅସୁବିଧା ସୃଷ୍ଟି ହେବା ଯୋଗୁ ସେ ସମୁଦ୍ରରେ ପଡିଯାଇଥିଲେ। କିନ୍ତୁ ଏଥର ସେ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇ ତଥା ପୂର୍ବର ତ୍ରୁଟି ସୁଧାରି ଉଡ଼ିବା ଆରମ୍ଭ କରିଥିଲେ। ତାଙ୍କ ସୁରକ୍ଷା ପାଇଁ ଏକ ବଡ଼ଡଙ୍ଗା ସହ ତିନୋଟି ହେଲିକପ୍ଟର ବି ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri