ଉଜୁଡ଼ି ଯାଇଛି ରବି ଫସଲ: ଇନପୁଟ୍‌ ସବସିଡି ସହାୟତା ଦାବିକଲେ ଚାଷୀ

ବରଗଡ଼ ଅଫିସ୍‌,୯।୬- କୁଆପଥର ବୃଷ୍ଟି ଯୋଗୁ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅର୍ଜୁଣ୍ଡା ରାଜସ୍ବ ସର୍କଲ ଅଧିନରେ ରହିଥିବା ଗ୍ରାମରେ ରବି ଫସଲ ଉଜୁଡ଼ି ଯାଇଥିଲା । ଏ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳର ଚାଷୀଙ୍କୁ କୌଣସି ସହାୟତା ମିଳିନାହିଁ । ସହାୟତା ପାଇଁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନପତ୍ର ଦାଖଲ କରାଯାଉଥିଲେ ସୁଦ୍ଧା ସେ ନେଇ ଉକ୍ତ ଗ୍ରାମର ଚାଷୀଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏପରିକି ଚାଷୀମାନେ ଇନପୁଟ୍‌ ସବସିଡି ସହାୟତା ପାଇଁ ଆବେଦନ କରିବାକୁ ଗଲେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସମୟସୀମା ସରି ଯାଇଥିବା ଏବଂ ଉଦ୍ଦିଷ୍ଟ ଆବେଦନ ଫର୍ମ ନଥିବା କହୁଥିବା ଚାଷୀମାନେ କହିଛନ୍ତି । ଏଭଳି ଅଭିଯୋଗ ଆଣି ମଙ୍ଗଳବାର ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ଜିଲାପାଳ ଜୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର...

କାର୍‌ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା...

କାଜୁ ଜଙ୍ଗଲକୁ ନେଇ ବିବାଦ: ୫୩ ପରିବାର ଉପ ଜିଲାପାଳଙ୍କ ନିକଟରେ ମାଲିକାନା ଦାବି କଲେ

ଭଞ୍ଜନଗର,୨୪।୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ତହସିଲ ମହୁଲପଲ୍ଲୀ, କରଡ଼ାବଣି, ହରଡ଼ାପଦର, ଚୁଡ଼ାଖାଇ ମୌଜାରେ ଥିବା କିଛି କାଜୁଜଙ୍ଗଲ ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କାଜୁ ଚାଷ କରୁଥିବା ଦଳିତ ଆଦିବାସୀ...

ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ...

ଖତ ଖାଉଛି ସରକାରୀ ଆମ୍ବୁଲାନ୍ସ

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲାରେ ରୋଗୀ ପରିବହନ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକତାଠାରୁ କମ ସଂଖ୍ୟକ ଆମ୍ବୁଲାନ୍ସ ରହିଥିବା ବେଳେ ଚାଳକ ଅଭାବରୁ ବହୁ...

ଛାତ୍ରୀଛାତ୍ରଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ

ଭଟଲି,୧୭।୪(ଡି.ଏନ.ଏ): ଲକ୍‌ଡାଉନ୍‌ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖରେ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼...

ସୁନାହାର ଲୁଟ୍‌ କରି ପଳାଉଥିଲେ, ନିର୍ଧୁମ ଛେଚିଲେ ଲୋକେ

ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ସୋମବାର ମଧ୍ୟାହ୍ନରେ ଜୟନ୍ତୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ କରି ଫେରାର ହୋଇଯାଉଥିବା ୨ଜଣ...

Advertisement
Archives

Model This Week