Posted inଭଦ୍ରକ

ଉଚ୍ଛେଦ ପରେ ଜବରଦଖଲ

ଭଦ୍ରକ ଅଫିସ,୨୨।୯ – ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ମୁଖ୍ୟରାସ୍ତାଗୁଡ଼ିକୁ ଜବରଦଖଲମୁକ୍ତ ଲାଗି ଉଦ୍ୟମ କରାଯାଇଛି। ଗତ ଜୁନ୍‌ ଶେଷ ସପ୍ତାହରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଷ୍ଟେଟ୍‌ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସେହିପରି ଅପର୍ତ୍ତିବିନ୍ଧା ଷ୍ଟେଟ୍‌ବ୍ୟାଙ୍କ ଛକଠାରୁ ଘୋଷରା ବଜାର ପର୍ଯ୍ୟନ୍ତ ଏକ ପାଖ ମଧ୍ୟ ଜବରଦଖଲ ହଟାଯାଇଥିଲା। ଏତିକିରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ କରିଥିଲା। ଉଚ୍ଛେଦ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ଉଭୟପାର୍ଶ୍ୱର ଡ୍ରେନ ନିର୍ମାଣ କାର୍ଯ୍ୟ ସରିନାହିଁ। ଅନ୍ୟପକ୍ଷେ ଉଚ୍ଛେଦ ପରେ ଜବରଦଖଲ କରି ଷ୍ଟେଟବ୍ୟାଙ୍କ ଛକ ସମ୍ମୁଖରେ ୨୧ ଡିସିମିଲ ସରକାରୀ ଜାଗାରେ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ମାର୍କେଟ୍‌ କମ୍ପ୍ଲେକ୍ସ ରାତାରାତି ନିର୍ମାଣ କରୁଥିଲେ। ପ୍ରଶାସନ ଏହାକୁ ଜାଣି ଅଜଣା ଭଳି ପରୋକ୍ଷରେ ସମର୍ଥନ କରାଯାଉଥିବା ଅଭିଯୋଗ ହୋଇଥିଲା। କଳା ପାଲ ଟାଙ୍ଗି ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିଭଳି ଦେଖିପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଚଳିତ ମାସରେ ଉଚ୍ଛେଦ ଦୋକାନୀମାନଙ୍କ ମଧ୍ୟରୁ କେତେକ ଏ ସମ୍ପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ନିକଟରେ ଉକ୍ତ ସରକାରୀ ଜାଗାରେ ନିର୍ମାଣାଧୀନ ମାର୍କେଟ୍‌ କମ୍ପ୍ଲେକ୍ସ ବନ୍ଦ କରିବା ପାଇଁ କୋର୍ଟ ଆଦେଶନାମା ଜାରି କରିଛନ୍ତି। ଏହି ମାମଲାରେ ଜିଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଭଦ୍ରକ ତହସିଲଦାର ଉକ୍ତ ସ୍ଥାନରେ ଏକ ସୂଚନା ଫଳକ ଲଗାଇ କାର୍ଯ୍ୟ ବନ୍ଦ କରିଛନ୍ତି। ଏଥିସହ ସରକାରୀ ଖାତାକୁ ଉକ୍ତ ଜାଗା ନିଆଗଲା ବୋଲି ସର୍ବସାଧାରଣକୁ ଅବଗତ କରାଇଛନ୍ତି।
ଶନିବାର କୋର୍ଟଙ୍କ କପି ସରକାରୀ ଭାବେ ଜିଲା ପ୍ରଶାସନ ନିକଟରେ ପହଞ୍ଚିଛି। ଏତେଦିନ ଧରି ପ୍ରଶାସନ କିଭଳି ଚୁପ୍‌ ରହିଥିଲା ବୋଲି ଏଠାରେ ଦୀର୍ଘବର୍ଷ ଧରି ଦୋକାନ କରି ଦାନା ପାଉଥିବା ବ୍ୟବସାୟୀ ଓ ଶ୍ରମିକ ସଙ୍ଗଠନ ନେତା ଦିବ୍ୟସିଂହ ନାୟକ ସମାଲୋଚନା କରି କହିଛନ୍ତି। ସହର ସମ୍ପ୍ରସାରଣ ଏବଂ ରାସ୍ତାଘାଟ ଚଉଡ଼ା ଆଳରେ ପ୍ରଶାସନ ଗରିବ ବ୍ୟବସାୟୀଙ୍କ ଦୋକାନ ଘର ଭାଙ୍ଗି ସେମାନଙ୍କୁ ବେସାହାରା କରିଦେଇଛନ୍ତି। ଏପରିସ୍ଥଳେ ଜବରଦଖଲ ଉଚ୍ଛେଦ ସ୍ଥାନରେ ଏତେ ବଡ ମାର୍କେଟ୍‌ କମ୍ପ୍ଲେକ୍ସ କରିବା ପାଇଁ କିଭଳି ସୁଯୋଗ ଦିଆଗଲା ବୋଲି ବ୍ୟବସାୟୀ ଅରୁଣ ବାରିକ କହିଛନ୍ତି। ଉଲ୍ଲେଖନୀୟ ଯେ, ଉଚ୍ଛେଦ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ହେଲେ କାହାରିକୁ ଜିଲା ପ୍ରଶାସନ ଥଇଥାନ କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri