ଉଚ୍ଛେଦ ନୋଟିସ୍‌ ବିରୋଧରେ ପ୍ରତିବାଦ ସଭା

ବାରିପଦା ଅଫିସ,୨।୮- ବାରିପଦା ସହର ୱାର୍ଡ ନଂ.୨୭ର ଦେବେନ୍ଦ୍ରପୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଭୂମହୀନମାନଙ୍କୁ ଉଚ୍ଛେଦ କରିବା ପାଇଁ ବାରିପଦା ଉପଜିଲାପାଳ ନୋଟିସ କରିଛନ୍ତି। ଏହି ନୋଟିସକୁ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ୱାର୍ଡ ବାସିନ୍ଦାଙ୍କୁ ନେଇ ଏକ ବୈଠକ ସଂଘର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାରିପଦା ପୌରାଞ୍ଚଳରେ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରାଯିବାରେ ଅହେତୁକ ବିଳମ୍ବ ହୋଇଛି। ଏହି ଆଇନ କାର୍ଯ୍ୟକାରୀ କରିବା ପରେ ୱାର୍ଡବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ ଏକ ବିଶାଳ ରାଲି କରାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସମ୍ପାଦକ କାହ୍ନୁଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆଇନଜୀବୀ ରବି ଗୋସ୍ବାମୀ, ଭାରତୀ ପାତ୍ର, ପ୍ରୀୟଜିତ ମଦିନା, ଦେବେନ୍ଦ୍ରନାଥ କୁଣ୍ଡୁ, ସେଖ ରାଜୁ, ଗୌର କାଳନ୍ଦି, ରଙ୍ଗଲତା ରାୟଚୌଧୁରୀ, ସୁଶୀଳା ତୁଙ୍ଗ, ପ୍ରସନ୍ନ ବିନ୍ଧାଣୀ, ବୁଧୁ ସିଂ, ରତିକାନ୍ତ ସେଠୀ, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ସୃଷ୍ଟିଧର ମହାନ୍ତ, ସୃଷ୍ଟିଧର ବେହେରା ଓ ମହେଶ୍ୱର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ....

ପିପିଇ କିଟ୍‌, ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୯।୬: କରୋନା ଭୁତାଣୁର ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ଓ ମାସ୍କ କିଣିଛନ୍ତି ରାଜ୍ୟ ସରକାର। ଏଥିରେ ଦୁର୍ନୀତି ହୋଇଥିବା...

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ...

ସିଏଏ, ଏନ୍‌ଆରସି ବିରୋଧରେ ରାୟଗଡ଼ାରେ ଭାରତବନ୍ଦ ଡାକରା

ରାୟଗଡ଼ା ଅଫିସ,୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏନ୍‌ଆରସି ଏବଂ ସିଏଏ ବିରୋଧରେ ରାଷ୍ଟ୍ରବ୍ୟାପୀ ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାୟଗଡ଼ାରେ ଏହା ପାଳନ...

ଗଛରେ ପିଟିହେଲା ଟାଟା ମ୍ୟାଜିକ୍‌, ୩ ଗୁରୁତର

ଆରଡ଼ି,୧୦।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବାଇପାସ୍‌ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ସାଇକେଲ ଚାଳକକୁ ରକ୍ଷା କରିବାକୁ ଯାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବାରୁ...

କରୋନା ସଚେତନ ହେଲେ ଦଇତାପତି ସେବକ

ପୁରୀ ଅଫିସ,୧୫ା୫: ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା। ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ହେଲେ ସମ୍ପୃକ୍ତ ସେବକମାନଙ୍କୁ ଏବେଠାରୁ କରୋନା...

କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭ ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପଦ୍ମପୁର,୯ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ନୂତନ ଭାବେ ପେନସନଧାରୀ ସେମାନଙ୍କର ୧ମାସ ୧ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ...

Coronavirus Update


Archives

Model This Week

Why Dharitri