ଇ-ଅଫିସ୍‌ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ

ଜଗତ୍‌ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍‌ ସହାୟକ ହୋଇପାରିଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। କୌଣସି ଲୋକ ଜିଲାପାଳଙ୍କ ନିକଟକୁ ନ ଆସି ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଅଭିଯୋଗ କରିପାରିବେ। ଅନ୍ୟପକ୍ଷରେ ଜିଲାର ୨ଜଣ କରୋନା ସନ୍ଦିଗ୍ଧ ସୋମବାର ଚିହ୍ନଟ ହୋଇଥିଲେ। ସଙ୍ଗେସଙ୍ଗେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ବଡ ଡାକ୍ତରଖାନା ପଠାଯାଇଥିଲା। କିନ୍ତୁ ସେମାନେ ବିପଦମୁକ୍ତ ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ, ପାରାଦୀପ ପୋର୍ଟ ହସ୍ପିଟାଲ ଓ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୃଥକ ଅଲଗା ରଖାଯିବା (ଆଇସୋଲେଶନ୍‌) ୱାର୍ଡ ଖୋଲାଯାଇ କରୋନା ସନ୍ଦିଗ୍ଧଙ୍କୁ ପରୀକ୍ଷା କରାଯାଉଛି। ପାରାଦୀପ ପୋର୍ଟ ତରଫରୁ ବାହାରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଇ ସନ୍ଦେହ ହେଲେ ନମୁନା ପରୀକ୍ଷା ବ୍ୟବସ୍ଥା ହେଉଛି। ଏଥିସହ ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରଗୁଡିକରେ ପୋଷ୍ଟର, ବ୍ୟାନର ମରାଯାଇଛି। ପାରାଦୀପ ଓ ଜଗତ୍‌ସିଂହପୁରରେ ୨ଟି ହୋର୍ଡିଂ ଲଗାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨ଟି ଏଲ୍‌ଇଡି ଟିଭି ଲଗାଯାଇ କରୋନା ଭୂତାଣୁ ସଂକ୍ରାନ୍ତରେ ସତର୍କ ସୂଚନା ପ୍ରଦର୍ଶନ କରାଯାଉଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଜିଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର, ହଷ୍ଟେଲ, ମେସ୍‌ ଆଦିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଯୁଗ୍ମ ଜନଅଭିଯୋଗ ଶୁଣାଣି, ଓକାକ୍‌ ଅଧୀନରେ ଚାଲୁଥିବା ସମସ୍ତ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଗୋଷ୍ଠୀ ହୋଇ ଭୋଜି କରିପାରିବେ ନାହିଁ। କେହି ରାଜ୍ୟ ବାହାରୁ ଆସୁଥିବା ସୂଚନା ପାଇଲେ ନିଜେ ଯେପରି ଅଲଗା ଭାବେ ରହିବେ ସେଥିନେଇ ବିଡିଓ, ସରପଞ୍ଚ ଆଦି ପରାମର୍ଶ ଦେବାକୁ କୁହାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ୍‌ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ କାବୁଲ ଆହତ

ଜୟପୁର, ୧୭।୭(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ହାତୀଶାଳ ଛକରେ ବୁଧବାର ଭୋରରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତଥା ଗଞ୍ଜେଇ ମାଫିଆ କାବୁଲ ଖରା ଆହତ...

ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଜନବସତିରେ ମାତାଲ ହାତୀଙ୍କ ଉତ୍ପାତ

ପାଟଣା,୧୦ା୧୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ବୁଲୁଥିବା ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଜନବସତିମୁହଁା ହୋଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନରେ ହାତୀ ମାତାଲ ହୋଇ କାଜୁ ଜଙ୍ଗଲରେ...

ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା

ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା...

ଦୁଆଁ, ଛାଟି ଦେଉଛେ ପେଟ୍‌କେ ଦାନା

ଲୋଇସିଂହା,୨୮।୧୧(ଡି.ଏନ.ଏ)- ଦିନୁ ଦିନ୍‌କେ ସମାଜରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ସେ ହିସାବେ ଲୁକ୍‌କର ବୁର୍‌ତି, ବେଉସା ବି ବଦଲୁଛେ। ଆଘ ଲୋକ୍‌ ଚାଷ୍‌ବାସରେ ଦଁରା,...

ଆରମ୍‌ ହେଲା ବଡ଼କଟାର ପୁନରୁଧାର କାମ୍‌

ଅତାବିରା, ୨୮।୬ (ଡି.ଏନ୍‌.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍‌କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍‌ନତିକରନ୍‌ ନାଇଁ ହେବାର...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ ନିଲମ୍ବିତ

କେନ୍ଦୁଝର,୧୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡା ବ୍ଲକ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଗତ ଶନିବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ,...

୧୨ବର୍ଷରେ ପୋଡ଼ିଲାଣି ୧୯ ମୃତ ହାତୀ

ବାରିପଦା ଅଫିସ,୧୨ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଗଜରାଜଙ୍କ ଲାଗି ବିପଦ ସାଜିଛି। ଶିକାରୀମାନେ ଅବାଧରେ ପଶି ହାତୀ ଶିକାର କରୁଥିବା ବେଳେ ବନ...

Advertisement
Archives

Model This Week