Posted inଜାତୀୟ

ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

ଗାଜାଷ୍ଟ୍ରିପ୍‌,୧୭।୪: ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି ରହିଥିଲା। ଗାଜାକୁ ୬ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ଅବରୋଧ କରିବାକୁ ଇସ୍ରାଏଲ୍‌ର ଘୋଷଣା ପରେ ଜାତିସଂଘ ଏହାର ପରିଣାମକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି।

ଜାନୁଆରୀ ୧୯ରୁ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଥିବା ବେଳେ ଗତ ମାସରେ ଜେରୁଜେଲମ୍‌ ଏଥିରୁ ଓହରିଯାଇଥିଲା। ଅସ୍ତ୍ରବିରତି ଚୁକ୍ତିନାମାରେ ପରିବର୍ତ୍ତନକୁ ହମାସ୍‌ ଆତଙ୍କବାଦୀ ମାନିନେବା ନିମନ୍ତେ ଚାପ ପକାଇବା ପାଇଁ ଇସ୍ରାଏଲୀ ସୈନ୍ୟମାନେ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି।

ଦକ୍ଷିଣ ଭାଗରେ ଥିବା ଖାନ୍‌ ୟୁନିସ୍‌ ସହରରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ଗୋଟିଏ ପରିବାରର ୫ ଶିଶୁ, ୪ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଉତ୍ତର ଗାଜାରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ୯ ଛୋଟ ପିଲାଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ଗାଜାର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ବେଳେ ଦାତବ୍ୟ ସଂସ୍ଥାଗୁଡ଼ିକରେ ଦୈନିକ ୧୦ ନିୟୁତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ଯୋଗାଣ ବନ୍ଦ ଯୋଗୁ ଅନ୍ୟାନ୍ୟ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଜାତିସଂଘ ଓ ଅନ୍ୟ ସଂଗଠନଗୁଡ଼ିକ ସେମାନଙ୍କ ଗଚ୍ଛିତ ସାମଗ୍ରୀକୁ ଦାତବ୍ୟ ରୋଷଶାଳାକୁ ପଠାଇଦେଇଛନ୍ତି। ଖାଦ୍ୟ ସଂଗ୍ରହର ଏକମାତ୍ର ଅନ୍ୟ ଉପାୟ ହେଉଛି ବଜାରରୁ କ୍ରୟ କରିବା। ଯୋଗାଣ ଅଭାବ ଯୋଗୁ ଏହିସବୁ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ କିଣିବା ଅବସ୍ଥାରେ ନ ଥିବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି।...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri