ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିବେ ଗଜପତି

ପୁରୀ ଅଫିସ, ୬ା୨: ବିଧି ପରମ୍ପରାକୁ ବେଖାତିର କରି ବିଭିନ୍ନ ସ୍ଥାନରେ ଅଦିନରେ ହେଉଛି ରଥଯାତ୍ରା। ଗତ ଗୁରୁବାର ମୁମ୍ବାଇରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା କରାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହି ପୁରୀରେ ଏହାକୁ ଘୋର ବିରୋଧ କରାଯାଇଛି। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି, ପରମ୍ପରାକୁ ମାନୁ ନ ଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକ ତୀବ୍ର ପ୍ରତିବାଦ କରିଛନ୍ତି। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏ ପ୍ରସଙ୍ଗ ଉଠିଛି। ସଦସ୍ୟମାନଙ୍କ ମଧ୍ୟରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏ ନେଇ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଅତିଥିରେ ରଥଯାତ୍ରା ନ କରିବାକୁ ଚିଠିରେ ଦର୍ଶାଯିବ। ସେହିପରି ଏ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ଅଦିନିଆ ରଥଯାତ୍ରାକୁ ନେଇ ପୂର୍ବରୁ ଇସ୍କନର କେତେକ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଇସ୍କନର ବରିଷ୍ଠ ନେତୃତ୍ୱମାନେ ଯୋଗଦେଇଥିଲେ। ଆସନ୍ତା ଏପ୍ରିଲରେ ମାୟାପୁରରେ ହେବାକୁ ଥିବା ଇସ୍କନ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ସେମାନେ କହିଥିଲେ। ପୂର୍ବରୁ ମଧ୍ୟ ଲୁଧିଆନାରେ ଅଦିନରେ ରଥଯାତ୍ରା ଆୟୋଜନ ଲାଗି ଇସ୍କନ ନିଷ୍ପତ୍ତି ନେଇଥିଲା। ମାତ୍ର ପରେ ଏଥିରୁ ଓହରିଯାଇଥିଲା। କିନ୍ତୁ ନିକଟରେ ମୁମ୍ବାଇରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଛି। ମହାପ୍ରଭୁଙ୍କର ଯେଉଁ ପରମ୍ପରା ରହିଛି ସେହି ଅନୁସାରେ ରଥଯାତ୍ରା ହେବା କଥା। ବିଶେଷକରି ହିନ୍ଦୁ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଲାଗି ସମସ୍ତେ ଉଦ୍ୟମ କରିବା ଦରକାର। ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଇସ୍କନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ତଥାପି ଗଜପତି ମହାରାଜା ନିଜେ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇବେ। ଆଗକୁ ଅତିଥିରେ ରଥଯାତ୍ରା ନ କରିବାକୁ ଏଥିରେ ଉଲ୍ଲେଖ କରାଯିବ। ଏଥିସହ ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଜଣାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଏପ୍ରିଲରେ ଇସ୍କନ ବୈଠକରେ ସକାରାତ୍ମକ ନିଷ୍ପତ୍ତି ହେବା ନେଇ ଆଶା ରଖିଛୁ ବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଅଦିନିଆ ରଥଯାତ୍ରାକୁ ନେଇ ଗତବର୍ଷ ସେପ୍ଟେମ୍ବର ୬ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ରଥଯାତ୍ରର ବିଧି ବିଶ୍ୱବାସୀଙ୍କୁ ଜଣାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ବେ କେତେକ ଅନୁଷ୍ଠାନ ଏହାକୁ ବେଖାତିର କରୁଛନ୍ତି। ଗତବର୍ଷ ନଭେମ୍ବରରେ ଇସ୍କନ ପଞ୍ଜାବ ଲୁଧିଆନାରେ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି ନେଇଥିଲା। ସେହିପରି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ଗତବର୍ଷ ଡିସେମ୍ବର ୨୯ରେ ରଥଯାତ୍ରା ଆୟୋଜନ ଲାଗି ନିମନ୍ତ୍ରଣପତ୍ର ବାଣ୍ଟି ସାରିଥିଲା। ମାତ୍ର ତୀବ୍ର ବିରୋଧ ଏବଂ ଥାନାରେ ଏତଲା ଦିଆଯିବା ପରେ ଉଭୟେ ସେମାନଙ୍କ ନିଷ୍ପତ୍ତିରୁ ଓହରିଥିଲାବେଳେ ଗତ ଗୁରୁବାର ଇସ୍କନ ପକ୍ଷରୁ ମୁମ୍ବାଇରେ ରଥଯାତ୍ରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri