ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା

ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ ତୈଳ କମ୍ପାନୀ କହିଛି ସବିତି ନାମକ ସୁପର ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଯେଦ୍ଦା ବନ୍ଦରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଆକ୍ରମଣ କରାଯାଇଛି। ଇରାନ ସମାଚାର ଏଜେନ୍ସି ISNAର ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଭେସେଲର ଦୁଇଟି ଟ୍ୟାଙ୍କର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏବେ ଲୋହିତ ସାଗରରେ ତେଲ ଲିକ୍‌ କରିବା ଅନୁମାନ କରାଯାଉଛି। ଲୋହିତ ସାଗର ମଧ୍ୟ ଦେଇ ଏହି ଟ୍ୟାଙ୍କର ନିଜ ଗନ୍ତବ୍ୟ ପଥରେ ବାହାରି ଯାଇଥିବା ବେଳେ ଏହି ଆକ୍ରମଣ କରାଯାଇଛି। ତେବେ ଚାଇନା ଓ ଆମେରିକା ମଧ୍ୟରେ ମତଭେଦ ଚରମ ସୀମାନେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ବେଳେ ଏପଟେ ଏହାକୁ ନେଇ ସୌଦି ଆରବ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏଥିରେ ଥିବା ଚାଳକ ଦଳ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରାଯାଉଥିବା ବେଳେ ଏହାପରେ ଇରାନ ଓ ସୌଦି ଆରବ ମଧ୍ୟରେ ଶତ୍ରୁତା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ

ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍‌ବାସ୍‌କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଦୁଇଭାଗ କରି...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ...

ବିପଦ ବେଳର ବନ୍ଧୁ: ମଜଭୁତ ରହିବା ପାଇଁ ଭାରତକୁ ନିଆରା ବାର୍ତ୍ତା ଦେଲା ୟୁଏଇ

ଆବୁଧାବି,୨୬।୪: ଭାରତ କରୋନା ମହାମାରୀ ସହ ସଂଘର୍ଷ କରୁଛି। ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହି ଗୁରୁତର ସଙ୍କଟବେଳେ ଅନେକ ଦେଶ ଭାରତକୁ...

ଫ୍ଲୋର ଟେଷ୍ଟ ପୂର୍ବରୁ ବିରୋଧୀ ଦଳର ବୈଠକ

ଇସ୍‌ଲାମାବାଦ,୯।୪: ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା। ଆଉ କିଛି ସମୟ ପରେ ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ। ତେବେ...

ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ...

ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍‌

ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍‌ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍‌ସନ ବୋଲସୋନାରୋ, ଆଡିଲୋ...

କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ...

ଶାର୍କ ଆକ୍ରମଣ ପରେ ବନ୍ଦ ହେଲା ସିଡ୍‌ନୀ ବିଚ୍‌

ସିଡ୍‌ନୀ,୧୭।୨: ସିଡ୍‌ନୀର ସମୁଦ୍ର କୂଳରେ ଶାର୍କ ଆକ୍ରମଣରେ ବୁଧବାର ଅପରାହ୍ନରେ ଜଣେ ସନ୍ତରଣକାରୀ ପ୍ରାଣ ହରାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଶାର୍କ ଆକ୍ରମଣର ଏହା...

Advertisement
Archives

Model This Week