ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି।
ପାର୍ଲାମେଣ୍ଟ ସଦସ୍ୟମାନେ ଦେଶରୁ ବିଦେଶୀ ସାମରିକ ଉପସ୍ଥିତି ହଟାଇବା ପାଇଁ ଅଣାଯାଇଥିବା ଏକ ସଂକଳ୍ପନାମା ସପକ୍ଷରେ ଭୋଟ ଦେଇଛନ୍ତି। ଇରାକର ବିଭିନ୍ନ ଭାଗରେ ଥିବା ୫,୦୦୦ ଆମେରିକୀୟ ସୈନ୍ୟଙ୍କୁ ଆମେରିକାକୁ ପ୍ରତ୍ୟାହାର କରାଇବା ସକାଶେ ଅଣାଯାଇଥିବା ଏହି ସଂକଳ୍ପନାମାକୁ ସଂଖ୍ୟାଗରିଷ୍ଠ ଶିୟା ସଦସ୍ୟ ସମର୍ଥନ କରିଛନ୍ତି। ଇରାନ ସେନା କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀଙ୍କୁ ଇରାକ୍‌ ବିମାନବନ୍ଦରରେ ଶୁକ୍ରବାର ଆମେରିକା ରକେଟ ମାଡ଼ କରି ହତ୍ୟା କରିଥିଲା। ଏହାକୁ ନେଇ କ୍ଷେତ୍ରୀୟ ଉତ୍ତେଜନା ବୃଦ୍ଧିପାଇଥିବାରୁ ଇରାକ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପ୍ରକାଶ ଯେ, ଇରାକରେ ଇସ୍‌ଲାମିକ୍‌ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ସହଯୋଗ କରିବା ପାଇଁ ୪ ବର୍ଷ ତଳେ ଓ୍ବାଶିଂଟନ ପକ୍ଷରୁ ସେଠାକୁ ସୈନ୍ୟ ପଠାଯାଇଥିଲା। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ ବିରୋଧରେ ଇରାକ ଜାତିସଂଘରେ ଫେରାଦ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଦୁଇଟି ଅଭିଯୋଗପତ୍ର ଦାଖଲ କରାଯାଇଥିବା ଇରାକ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
:


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସଙ୍କଟରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବଢ଼ିଲା, ଜର୍ମାନୀ କିଣିବ ଏଫ୍‌-୩୫ ବିମାନ…

ବର୍ଲିନ,୨୮।୨  : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟସ୍ତରରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବୃଦ୍ଧି ପାଇଛି। ଯୁଦ୍ଧକୁ ଦୃଷ୍ଟିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ...

୧୦ ଟଙ୍କିଆ ଏହି ପୁରୁଣା ନୋଟ ଥିଲେ ହୋଇଯିବେ ମାଲାମାଲ୍‌: ଜାଣନ୍ତୁ ଏହା ବଦଳରେ ପାଇବେ ଏତିକି ଟଙ୍କା

ଲୋକମାନେ ଏବେ ଆଉ ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଡିଜିଟାଲ ଯୁଗରେ ଅନ୍‌ଲାଇନ୍‌ ଟଙ୍କା କାରବାର କରିବାକୁ ସମସ୍ତେ ଭଲ ପାଉଛନ୍ତି।...

ଏଭରେଷ୍ଟରେ ଶତାଧିକ ସଂକ୍ରମିତ

ଏଭରେଷ୍ଟ ଉପରେ ଶତାଧିକ ପର୍ବତାରୋହଣକାରୀ, ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ସଂକ୍ରମଣ ନ ଥିବା ନେଇ ନେପାଳ ସରକାରୀ ଅଧିକାରୀ କହୁଥିଲେ...

ଯୁଦ୍ଧକୁ ନିନ୍ଦା କଲେ ରୁଷୀୟ ପାଇଲଟ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, ୧୫ା୩: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ଜଣେ ରୁଷୀୟ ପାଇଲଟ ନିଜ ଦେଶକୁ ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଏକ ଅପରାଧ ବୋଲି...

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌...

୧୩୮ ନିୟୁତ ଘଣ୍ଟା ନିଦ ଚୋରି

ହେଲସିନ୍‌କି,୯ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶବାସୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଦେଇଥିଲା। ସ୍ବାଭାବିକ ସମୟ ଅପେକ୍ଷା ମତଦାନ ରାତିରେ ଲୋକଙ୍କ ଚାପ ଓ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା...

ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ...

ଏବେ ଦୃଷ୍ଟିହୀନ ବି ଦେଖିପାରିବେ ଦୁନିଆ….

ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ଏକ ଗବେଷଣା ରିପୋର୍ଟରେ ଏହା...

Advertisement
Archives

Model This Week