Posted inଖେଳ

ଇମାମ୍‌ ପାକିସ୍ତାନ ମହିଳା ଟିମ୍‌ କୋଚ: ମାହାରୁଫ ଅଧିନାୟିକା

କରାଚୀ,୧୪।୧୧(ପି.ଟି.)- ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଇକ୍‌ବାଲ ଇମାମ ପାକିସ୍ତାନ ଜାତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେହିପରି ଅଲରାଉଣ୍ଡର ବିସ୍‌ମା ମାହାରୁଫ୍‌ ଅଧିନାୟିକା ପଦ ବଜାର ରଖିଛନ୍ତି। ଅନ୍ତର୍ଜାତୀୟ ମହିଳା ଟି୨୦ ବିଶ୍ୱକପ୍‌ ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ। ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ମହିଳା ଦଳ କୁଆଲାଲମ୍ପୁରରେ ଇଂଲଣ୍ଡକୁ ଭେଟିବ। ଇଂଲଣ୍ଡ ଓ ପାକିସ୍ତାନ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବେ।
ନ୍ୟୁଜିଲାଣ୍ଡର ମାର୍କ କୋଲ୍ସ ଇସ୍ତଫା ଦେବା ପରେ ଇମାମଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ୧୦୫ଟି ଦିନିକିଆ ଖେଳିଥିବା ୨୮ ବର୍ଷୀୟା ମହାରୁଫ୍‌ ୧୦୩ଟି ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ୨୦୧୬ରେ ସେ ପାକିସ୍ତାନର ଟି୨୦ ଅଧିନାୟିକା ନିଯୁକ୍ତ ହୋଇଥିଲେ। ସେ ୧୫ ଦିନିକିଆ ଓ ୩୩ ଟି୨୦ ମ୍ୟାଚ୍‌ରେ ପାକିସ୍ତାନର ନେତୃତ୍ୱ ନେଇଛନ୍ତି। ସେହିପରି ଇମାମ ୧୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ୧୯୮୯ରୁ ୨୦୦୫ ମଧ୍ୟରେ ଖେଳିଛନ୍ତି। ୧୩୬ଟି ଉଇକେଟ ନେବା ସହ ସେ ୬, ୨୪୯ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇରେ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ

ମୁମ୍ବାଇ,୨୧।୯ (ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିକୁ ମୁମ୍ବାଇରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ଏ ନେଇ ଭାରତୀୟ...

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ...

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ...

ଅଷ୍ଟ୍ରେଲିଆକୁ ବଡ ଝଟ୍‌କା

ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ବାଦ୍‌ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ...

ଇତିହାସ ରଚିଲେ ଏହି କ୍ରିକେଟ୍‌ର

ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଭାରତର ତାରକା ବୋଲର ଜସପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଦୁଇଟି ବଡ଼...

ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର...

କ୍ରୀଡ଼ାକ୍ଷେତ୍ରରେ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର,୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌...

ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉନି ବିରାଟ ବାହିନୀ

ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପରାସ୍ତ ହେଲା ଟିମ୍‌ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

Advertisement
Ten Cric Info


Archives

Model This Week