Posted inଜାତୀୟ

‘ଇଭିଏମ୍‌ ସଂଖ୍ୟାରେ ଅମେଳ ହେଲେ ସବୁ ଭିଭିପିଏଟି ସ୍ଲିପ୍‌ ଗଣାଯାଉ’

ନୂଆଦିଲ୍ଲୀ,୨୧।୫(ପି.ଟି.): ଇଭିଏମ୍‌ ବିଶ୍ୱସନୀୟତାର ପ୍ରମାଣ ଲାଗି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ର ଇଭିଏମ୍‌ ସଂଖ୍ୟା ସହ ଭିଭିପିଏଟି ସ୍ଲିପ୍‌ ଗଣନା କରିବା ଲାଗି ବ୍ୟବସ୍ଥା ହୋଇଛି। ଯଦି ଉଭୟ ସଂଖ୍ୟା ମେଳ ନ ଖାଏ, ତେବେ ଭିଭିପିଏଟି ସଂଖ୍ୟାକୁ କାଏମ ରଖାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ଇଭିଏମ୍‌ ଏବଂ ଭିଭିପିଏଟି ସଂଖ୍ୟାରେ ତାଳମେଳ ନ ରହିଲେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ସବୁ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ କରିବା ଲାଗି ନୂଆ ନିୟମ ପ୍ରଣୟନ କରାଯାଉ ବୋଲି ସିପିଆଇ(ଏମ୍‌) ପକ୍ଷରୁ ଦାବି କରାଯାଇଛି। ୫୦ ପ୍ରତିଶତ ଇଭିଏମ୍‌କୁ ଭିଭିପିଏଟି ସ୍ଲିପ୍‌ ସହ ମେଳ କରିବାକୁ ୨୧ଟି ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନ ସୁପ୍ରିମକୋର୍ଟରେ ଖାରଜ ହୋଇଯିବା ପରେ ଏଥିପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ବିରୋଧୀ ଦଳଗୁଡିକ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାବି କରିଥିଲେ। ଯଦି ଗୋଟିଏ ଭିଭିପିଏଟି ଗଣନା ଇଭିଏମ୍‌ ସହ ସମାନ ନ ହୁଏ, ତେବେ ଏହାର ନିର୍ବାଚନ ପ୍ରକ୍ରିୟାର ସାଧୁତା ଉପରେ ପ୍ରଶ୍ନ ଉଠାଇବ। ସେଥିପାଇଁ ଉକ୍ତ ନର୍ବାଚନ ମଣ୍ଡଳୀର ସମସ୍ତ ଭିଭିପିଏଟି ଯାଞ୍ଚ ହେବା ଜରୁରୀ ବୋଲି ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି...

ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ଦିନକୁ ଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ସାବଧାନ ! ଛୋଟପିଲା-ଯୁବବର୍ଗଙ୍କ ଉପରେ ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଳୀ,୧୮।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ...

୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ

କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩...

ସାଧାରଣ ବଜେଟରେ ଧନୀଙ୍କ ଉପରେ ଟ୍ୟାକ୍ସ ବୋଝ: ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବଜେଟରେ ଧନୀଙ୍କ ଉପରେ ଅତିରିକ୍ତ ଟ୍ୟାକ୍ସ ବୋଝ ଲଗାଇଛନ୍ତି ସରକାର। ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ...

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪...

ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍‌

ନୂଆଦିଲ୍ଲୀ,୩୧ା୧୦: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରୀତ୍‌ ଏ.ଡି.ସିଂହ। ହରପ୍ରୀତ୍‌ ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସେ...

ଜୀବନ-ମୃତ୍ୟୁର ୩୨ କାହାଣୀ, କରୋନା ଯୋଦ୍ଧାଙ୍କ ଉପରେ ପୁସ୍ତକ…

ନୂଆଦିଲ୍ଲୀ, ୨୩।୭ : ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କରୋନା ସଙ୍କଟ ସମୟରେ ଦେଶର ଲୋକଙ୍କୁ ସେବା କରୁଥିବା ତଥା ଜୀବନ...

Advertisement
Archives

Model This Week