ଇଭିଏମ୍‌ରେ ତ୍ରୁଟି : ବିଳମ୍ବରେ ମତଦାନ

ସୁନ୍ଦରଗଡ଼,୧୮ା୪(ଡି.ଏନ୍‌.ଏ) : ସୁନ୍ଦରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଜିଲାର ଲୋକ ସଭା ଓ ଏହା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୧୮୪୬ଟି ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରଗଡ଼ ମ୍ୟୁନିସପାଲିଟିର ୨୧୬ ନଂ ବୁଥ ଓ ବ୍ଲକ କଲୋନୀ୍‌ର ଦୁଇଟି ବୁଥରେ ଇଭିଏମରେ ତୃଟି ଯୋଗୁ ନିର୍ଦ୍ଧାରିତ ସମୟଠାରୁ ୧/୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ପ୍ରଥମ କରି ଭୋଟ ଦେଉଥିବା ଯୁବଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି। ସ୍ବେଚ୍ଛାସେବୀମାନେ ସେମାନଙ୍କୁ ନେବା ଆଣିବା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ଚାଲିଥିଲେ ହେଁ ନିର୍ବାଚନ ପୂର୍ବ ରାତିରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରେ ଦୁଇଟି ନିର୍ବାଚନୀ ହିଂସା ଘଟିଛି। ଜଣେ ଖବରଦାତାଙ୍କ ଗାଡ଼ି ଭଙ୍ଗାରୁଜା କରାଯିବା ସହ ସୁନ୍ଦରଗଡ଼ ପୂର୍ବତନ ବିଧାୟକଙ୍କ ସମର୍ଥକ ଏବଂ ସମ୍ପର୍କୀୟମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସେହିପରି ବିଳମ୍ବିତ ରାତିରେ ଭୋଟରଙ୍କୁ ବଣ୍ଟନ ପାଇଁ ଯାଉଥିବା ଟଙ୍କାକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ...

୧୪ରୁ ୨ୟ ପର୍ଯ୍ୟାୟ ଡାକ୍ତରୀ ନାମଲେଖା

ଭୁବନେଶ୍ୱର,୧୧ା୮(ଅସମାପିକା ସାହୁ): ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ୨୦୨୩ ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଏଫ୍‌ଏମ୍‌ ଏମ୍‌ସିଏଚ୍‌ ବାଲେଶ୍ୱରରେ...

କିରୋସିନ ବଣ୍ଟନରେ ଅନିୟମିତତା

ବାସୁଦେବପୁର, ୨୯।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ରିଟେଲର କିରୋସିନ ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ...

ସନ୍ଦେହ ବଢ଼ାଉଛି ବେହିସାବ ଖର୍ଚ୍ଚ

ଯାଜପୁର ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବାବଦ ପୁନରୁଦ୍ଧାର ଓ ଥଇଥାନ ରାଶିର ହିସାବ ତଥା ବିନିଯୋଗ...

ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ...

ଜାନୁୟାରୀ ପହିଲାରୁ ଇ- ଡିଟେକ୍ଟସନ

ଭୁବନେଶ୍ୱର, ୨୪ା୧୧(ବ୍ୟୁରୋ): ବିନା ଦଲିଲରେ ଯାତାୟାତ କରୁଥିବା ଯାନକୁ ଧରିବ ଇ-ଡିଟେକ୍‌ଶନ(ଚିହ୍ନଟ)। ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି।...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ...

ସହଯୋଗୀଙ୍କୁ ବେଲ୍‌ରେ ନେବାକୁ ଆସି ଧରାପଡ଼ିଲେ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ନେଉଥିବା ମାମଲାରେ ନୂଆ ନୂଆ ତଥ୍ୟ...

Advertisement
Archives

Model This Week