ଇପିଏଫ୍‌ ପେନସନ୍‌ ଭୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

କଟକ ଅଫିସ,୧୧।୬: ଓଡ଼ିଶାରେ ଥିବା ୧ଲକ୍ଷ ୬୨ହଜାର ଇପିଏଫ୍‌ ପେନସନ୍‌ ଭୋଗୀ ଘୋର ଆର୍ଥିକ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି। ବିନା ମହଙ୍ଗାଭତ୍ତାରେ ମାସିକ ମାତ୍ର ୩୦୦ରୁ ୩୦୦୦ଟଙ୍କା ମଧ୍ୟରେ ପେନସନ୍‌ ପାଉଥିବା ଏହି ବରିଷ୍ଠ ନାଗରିକମାନେ କେନ୍ଦ୍ର ସରକାରଙ୍କ ଅବହେଳା ଓ ପାତରଅନ୍ତର ନୀତିର ଶିକାର ହେଉଥିବାସ୍ଥଳେ କେନ୍ଦ୍ର କିମ୍ବା ରାଜ୍ୟସରକାରଙ୍କର କୌଣସି ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାର ସେମାନଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୯୦୦୦ ଟଙ୍କା ପେନସନ ସହ ମହାଙ୍ଗାଭତ୍ତା ଜାନୁୟାରୀ ୨୦୧୬ ମସିହାରୁ ଦେଇଆସୁଥିବା ବେଳେ ଇପିଏଫ୍‌ ପେନସନଭୋଗୀ ମାନଙ୍କପାଇଁ ୨୦୧୪ ସେପ୍ଟେମ୍ବରରୁ ବିନା ମହଙ୍ଗାଭତ୍ତାରେ ଲାଗୁ ହୋଇଥିବା ୧୦୦୦ ସର୍ବନିମ୍ନ ପେନସନର ବୃଦ୍ଧି ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଚାଲିଛନ୍ତି। ଯାହା ଫଳରେ ବରିଷ୍ଠ ନାଗରିକମାନ ପରିଣତ ବୟସରେ ଭୋକଉପାସରେ ଦିନକାଟୁଛନ୍ତି। ସାମାଜିକ ସୁରକ୍ଷାରୁ ବଞ୍ଚିତ ଏହି ପେନସନ ଭୋଗୀ ମାନେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେଉଥିଲେ ମଧ୍ୟ ଅର୍ଥାଭାବରୁ ଚିକିତ୍ସା ସୁବିଧା ନପାଇ ରୋଗଗ୍ରସ୍ତ ଜୀବନ ନେଇ ବଞ୍ଚିବାସହ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଖୁସିରକଥା ଯେ, ଓଡ଼ିଶାସରକାର ରାଜ୍ୟର ଗରିବ ଜନସାଧାରଣଙ୍କୁ ମାଗଣା ଚିକିତ୍ସାସୁବିଧା ଯୋଗାଇ ଦେବାପାଇଁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି ଯୋଜନାର ସୁଫଳ ଗରିବ ଜନସାଧାରଣମାନେ ପାଇପାରୁଛନ୍ତି। ଏଣୁ ଓଡ଼ିଶା ସରକାର ରାଜ୍ୟରେ ଥିବା ଇପିଏଫ୍‌ ପେନସନ ଭୋଗୀମାନଙ୍କ ଦୟନୀୟ ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରି ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଅଲ ଓଡ଼ିଶା ଇପିଏଫ୍‌ ପେନସନ୍‌ରସ୍‌ ଆସୋସିଏଶନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ପତ୍ର ଲେଖାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଟଣା ହେଲା ରଥ, ସହସ୍ରାଧିକ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୨୫ା୭(ଅଶେଷ ନାଥ ମିଶ୍ର): ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ…

ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଦିଗପହଣ୍ଡି,୨୫ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମରେ ଶନିବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri