Posted inଜାତୀୟ

ଇନୋଭେଶନ ଇଣ୍ଡେକ୍ସ:ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୮-୧୦:ରାଜ୍ୟଗୁଡ଼ିକର ଇନୋଭେଶନ ସାମର୍ଥ୍ୟ ଓ ପ୍ରଦର୍ଶନକୁ ତଉଲିବା ଲାଗି ନୀତି ଆୟୋଗ ପକ୍ଷରୁ ଗୁରୁବାର ପ୍ରଥମ ଥର ଭାରତର ନବପ୍ରବର୍ତ୍ତନ ସୂଚକାଙ୍କ (ଇନୋଭେଶନ ଇଣ୍ଡେକ୍ସ) ପ୍ରକାଶ ପାଇଛି। ବୃହତ୍‌ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ଏହି ରାଜ୍ୟକୁ ପୁଞ୍ଜିପ୍ରବାହ ଖୁବ୍‌ କମ୍‌ ରହିଥିବାବେଳେ ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ବିନିଯୋଗ ଏବଂ ଜ୍ଞାନଭିତ୍ତିକ ନିଯୁକ୍ତି ସୃଷ୍ଟି ଯଥେଷ୍ଟ ନୁହେଁ। ଇନୋଭେଶନରେ ଓଡ଼ିଶା ୧୨.୬୬ ନମ୍ବର ରଖି ଦ୍ୱାଦଶ ସ୍ଥାନରେ ରହିଥିବାବେଳେ ସମର୍ଥ କରାଇବାରେ ୧୫.୨୫ ନମ୍ବର ରଖି ଦଶମ ଏବଂ ପ୍ରଦର୍ଶନ କ୍ଷେତ୍ରରେ ୧୦.୦୮ ନମ୍ବର ସହ ୧୧ତମ ତାଲିକାରେ ରହିଛି।
ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ, କ୍ଷତି ସମ୍ଭାବନା ଥିବା ଉଦ୍ୟୋଗରେ ପୁଞ୍ଜି କାରବାରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେହିପରି ରାଜ୍ୟରେ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ସ୍ଥାପନ ଯଥେଷ୍ଟ କମ୍‌ ବୋଲି ରିପୋର୍ଟରେ କୁହାଯାଇଛି। ତୃଣମୂଳ ସ୍ତରର ଇନୋଭେଶନ ଓ ଷ୍ଟାର୍ଟଅପ୍‌ ସଂଖ୍ୟାରେ ମଧ୍ୟ ରାଜ୍ୟର ପ୍ରଦର୍ଶନ ଭଲ ନୁହେଁ। ତେବେ ମାନବ ପୁଞ୍ଜି, ନିରାପତ୍ତା ଓ ନ୍ୟାୟିକ ପରିବେଶ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି।
ଇନୋଭେଶନ ଇଣ୍ଡେକ୍ସ ଉନ୍ମୋଚନ ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଏହା ରାଜ୍ୟଗୁଡ଼ିକ ମଧ୍ୟରେ ନବପ୍ରବର୍ତ୍ତନର ଏକ ସଂସ୍କୃତି ଆଣିବା ସହ ଏଥିପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିପାରିବ। ଦେଶର ଆର୍ଥତ୍କ
ବିକାଶରେ ଇନୋଭେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ରାଜୀବ କୁମାର କହିଛନ୍ତି। ଇନୋଭେଶନ ସୂଚକାଙ୍କର ବୃହତ୍‌ ରାଜ୍ୟ ବର୍ଗରେ କର୍ନାଟକ ପ୍ରଥମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ତାମିଲନାଡୁ ଓ ମହାରାଷ୍ଟ୍ର ରହିଛି। ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ତାଲିକାର ତଳେ ରହିଛି। ପାର୍ବତ୍ୟାଞ୍ଚଳ ରାଜ୍ୟ ବର୍ଗରେ ସିକିମ ଓ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ବୃହତ୍‌ ରାଜ୍ୟ, ଉତ୍ତରପୂର୍ବାଞ୍ଚଳ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଓ କ୍ଷୁଦ୍ର ରାଜ୍ୟ ଏହିପରି ତିନୋଟି ବର୍ଗରେ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଇନୋଭେଶନ କ୍ଷେତ୍ରରେ ତେଲେଙ୍ଗାନା, ହରିୟାଣା, କେରଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଭଲ ରହିଛି। ସେହିପରି ଉତ୍ତରପୂର୍ବ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ମଧ୍ୟରେ ମଣିପୁର, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଆଗରେ ଥିଲାବେଳେ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଦିଲ୍ଲୀ, ଲାକ୍ଷାଦ୍ୱୀପ ଓ ଗୋଆ ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri