Posted inଜାତୀୟ

ଇନୋଭେଶନ ଇଣ୍ଡେକ୍ସ:ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୮-୧୦:ରାଜ୍ୟଗୁଡ଼ିକର ଇନୋଭେଶନ ସାମର୍ଥ୍ୟ ଓ ପ୍ରଦର୍ଶନକୁ ତଉଲିବା ଲାଗି ନୀତି ଆୟୋଗ ପକ୍ଷରୁ ଗୁରୁବାର ପ୍ରଥମ ଥର ଭାରତର ନବପ୍ରବର୍ତ୍ତନ ସୂଚକାଙ୍କ (ଇନୋଭେଶନ ଇଣ୍ଡେକ୍ସ) ପ୍ରକାଶ ପାଇଛି। ବୃହତ୍‌ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ଏହି ରାଜ୍ୟକୁ ପୁଞ୍ଜିପ୍ରବାହ ଖୁବ୍‌ କମ୍‌ ରହିଥିବାବେଳେ ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ବିନିଯୋଗ ଏବଂ ଜ୍ଞାନଭିତ୍ତିକ ନିଯୁକ୍ତି ସୃଷ୍ଟି ଯଥେଷ୍ଟ ନୁହେଁ। ଇନୋଭେଶନରେ ଓଡ଼ିଶା ୧୨.୬୬ ନମ୍ବର ରଖି ଦ୍ୱାଦଶ ସ୍ଥାନରେ ରହିଥିବାବେଳେ ସମର୍ଥ କରାଇବାରେ ୧୫.୨୫ ନମ୍ବର ରଖି ଦଶମ ଏବଂ ପ୍ରଦର୍ଶନ କ୍ଷେତ୍ରରେ ୧୦.୦୮ ନମ୍ବର ସହ ୧୧ତମ ତାଲିକାରେ ରହିଛି।
ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ, କ୍ଷତି ସମ୍ଭାବନା ଥିବା ଉଦ୍ୟୋଗରେ ପୁଞ୍ଜି କାରବାରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେହିପରି ରାଜ୍ୟରେ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ସ୍ଥାପନ ଯଥେଷ୍ଟ କମ୍‌ ବୋଲି ରିପୋର୍ଟରେ କୁହାଯାଇଛି। ତୃଣମୂଳ ସ୍ତରର ଇନୋଭେଶନ ଓ ଷ୍ଟାର୍ଟଅପ୍‌ ସଂଖ୍ୟାରେ ମଧ୍ୟ ରାଜ୍ୟର ପ୍ରଦର୍ଶନ ଭଲ ନୁହେଁ। ତେବେ ମାନବ ପୁଞ୍ଜି, ନିରାପତ୍ତା ଓ ନ୍ୟାୟିକ ପରିବେଶ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି।
ଇନୋଭେଶନ ଇଣ୍ଡେକ୍ସ ଉନ୍ମୋଚନ ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଏହା ରାଜ୍ୟଗୁଡ଼ିକ ମଧ୍ୟରେ ନବପ୍ରବର୍ତ୍ତନର ଏକ ସଂସ୍କୃତି ଆଣିବା ସହ ଏଥିପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିପାରିବ। ଦେଶର ଆର୍ଥତ୍କ
ବିକାଶରେ ଇନୋଭେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ରାଜୀବ କୁମାର କହିଛନ୍ତି। ଇନୋଭେଶନ ସୂଚକାଙ୍କର ବୃହତ୍‌ ରାଜ୍ୟ ବର୍ଗରେ କର୍ନାଟକ ପ୍ରଥମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ତାମିଲନାଡୁ ଓ ମହାରାଷ୍ଟ୍ର ରହିଛି। ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ତାଲିକାର ତଳେ ରହିଛି। ପାର୍ବତ୍ୟାଞ୍ଚଳ ରାଜ୍ୟ ବର୍ଗରେ ସିକିମ ଓ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ବୃହତ୍‌ ରାଜ୍ୟ, ଉତ୍ତରପୂର୍ବାଞ୍ଚଳ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଓ କ୍ଷୁଦ୍ର ରାଜ୍ୟ ଏହିପରି ତିନୋଟି ବର୍ଗରେ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଇନୋଭେଶନ କ୍ଷେତ୍ରରେ ତେଲେଙ୍ଗାନା, ହରିୟାଣା, କେରଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଭଲ ରହିଛି। ସେହିପରି ଉତ୍ତରପୂର୍ବ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ମଧ୍ୟରେ ମଣିପୁର, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଆଗରେ ଥିଲାବେଳେ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଦିଲ୍ଲୀ, ଲାକ୍ଷାଦ୍ୱୀପ ଓ ଗୋଆ ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri