ଇନଷ୍ଟାଗ୍ରାମ୍‌ରେ କିଙ୍ଗ୍‌ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା

ମୁମ୍ବାଇ: କିଙ୍ଗ୍‌ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ ଇନଷ୍ଟାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଲୋଅର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଏହା ୧କୋଟି ୪୧ ଲକ୍ଷ ଥିଲା। କିଛି ଦିନ ପୂର୍ବରୁ ଶାହରୁଖଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ କମ୍‌ ଥିଲା ତେବେ ଇତି ମଧ୍ୟରେ ଏହା ବଢ଼ି ଯାଇଛି। ଏବେ କିଙ୍ଗ୍‌ ଖାଁ ବିଗ୍‌ ବିଙ୍କ ଫଲୋଅର୍ସ ସଂଖ୍ୟାକୁ ବି ପଛରେ ପକାଇ ଦେଇଛନ୍ତି। ଏନେଇ ପ୍ରଶଂସକମାନେ କିଙ୍ଗ୍‌ ଖାଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇନଷ୍ଟାରେ ସେ କମ୍‌ ଆକ୍ଟିଭ୍‌ ରହୁଥିବାରୁ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢୁ ନ ଥିବା କୁହାଯାଉଛି। ସେ ଇନଷ୍ଟାରେ ମାତ୍ର ୫୪୭ ପୋଷ୍ଟ ଶେୟାର କରିଛନ୍ତି। ଏବେ ଇନଷ୍ଟାରେ ଆମିର ଖାଁଙ୍କ ଫଲୋଅର୍ସ ସଂଖ୍ୟା ୨୯ ଲକ୍ଷ, କାଜୋଲଙ୍କର ୯୩ ଲକ୍ଷ ଏବଂ ଅଜୟ ଦେବଗନଙ୍କର ୫୨ ଲକ୍ଷ ରହିଛି। ସେହିପରି ଦୀପିକା ପାଦୁକୋନ୍‌ଙ୍କର ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ, ପ୍ରିୟଙ୍କା ଚୋପ୍ରାଙ୍କର ୪ କୋଟି ୮୨ ଲକ୍ଷ, ଶ୍ରଦ୍ଧା କପୁରଙ୍କର ୩ କୋଟି ୮୬ ଲକ୍ଷ, ଆଲିଆ ଭଟ୍ଟଙ୍କର ୪କୋଟି ୧୭ ଲକ୍ଷ, ଜୈକଲିନା ଫର୍ଣ୍ଣାଡିଜ୍‌ଙ୍କର ୩ କୋଟି ୬୦ ଲକ୍ଷ, ଅକ୍ଷୟ କୁମାରଙ୍କର ୩ କୋଟି ୫୩ ଲକ୍ଷ ଫଲୋଅର୍ସ ରହିଛନ୍ତି। ଅପରପକ୍ଷରେ ସନ୍ନୀ ଲିଓନିଙ୍କର ୩ କୋଟି ୨ ଲକ୍ଷ, ସଲମାନ୍‌ ଖାଁଙ୍କର ୨କୋଟି ୯୧ ଲକ୍ଷ, ସୋନମ୍‌ କପୁରଙ୍କର ୨ କୋଟି ୪୩ ଲକ୍ଷ, କ୍ୟାଟରିନା କୈଫ୍‌ଙ୍କର ୩ କୋଟି ୧୧ ଲକ୍ଷ, ବରୁଣ ଧାଓ୍ବନଙ୍କର ୨ କୋଟି ୫୦ ଲକ୍ଷ ଏବଂ ଶାହିଦ୍‌ କପୁରଙ୍କର ୨ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ-କ୍ୟାଟ୍ରିନାଙ୍କ ମଝିରେ ଇମ୍ରାନ କଣ୍ଟା

ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର’ରେ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହାପରେ ଦୁଇଜଣ...

ସାତ ବର୍ଷ ପରେ ଏକାଠି ନଜର ଆସିବେ ଏକତା-ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଏବେ ଦର୍ଶକଙ୍କର ବେଶ୍‌ ପସନ୍ଦ ଆସୁଛି। ଚଳିତ ବର୍ଷ ଓ ଆସନ୍ତା ବର୍ଷ ତାଙ୍କ ହାତରେ...

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ...

୨୦୨୦ କଳାକାର ଜଗତ ପାଇଁ କଳାବର୍ଷ: ଏସବୁ ତାରକାଙ୍କ ଆତ୍ମହତ୍ୟାକୁ ନେଇ ଇଣ୍ଡଷ୍ଟ୍ରି ପ୍ରକମ୍ପିତ

୨୦୨୦ ଏକ କଳାବର୍ଷ। ସମଗ୍ର ବିଶ୍ୱ ପାଇଁ ଏହି ବର୍ଷ ଅଶୁଭ ପାଲଟି ଯାଇଛି। କରୋନା ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଥିବା...

ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ....

ଉର୍ମିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ

ମୁମ୍ବାଇ,୧୭ ।୧୨: ବଲିଉଡ୍ ନାୟିକା ତଥା ରାଜନେତା ଉର୍ମିଳା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି...

ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା।...

ଫ୍ରୋଜନ୍‌ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍‌ ଫିଲ୍ମ ‘ଫ୍ରୋଜନ୍‌-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌...

Play 250+ Trending Games
Archives

Model This Week

Why Dharitri