ଇଦ୍‌ ବଳିରୁ ବର୍ତ୍ତିଲା ‘ଡୋନାଲ୍ଡ ଟ୍ରମ୍ପ୍‌’: ପୂରା ଘଟଣା ଜାଣିଲେ…

ଢାକା, ୨୯ା୫ (ପି.ଟି.):ବାଂଲାଦେଶରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଇଦ୍‌ ପର୍ବ ଅବସରରେ ବଳି (କୁରବାନୀ) ପାଇଁ ପ୍ରସ୍ତୁତ ହୋଇଥିବା ‘ଡୋନାଲ୍ଡ ଟ୍ରମ୍ପ’ ନାମକ ବିରଳ ଆଲବିନୋ (ଧଳା) ମଇଁଷିକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ଚମତ୍କାର ସୁନେଲୀ ରଙ୍ଗର କେଶ ଥିବାରୁ ଏହି ମଇଁଷିର ନାମ ‘ଡୋନାଲ୍ଡ ଟ୍ରମ୍ପ୍‌’ ରଖାଯାଇଥିଲା। ସରକାରୀ ନିର୍ଦ୍ଦେଶକ୍ରମେ ଏହି ବିରଳ ପ୍ରାଣୀକୁ ବଳିରୁ ରକ୍ଷା କରାଯାଇ ଢାକାସ୍ଥିତ ଜାତୀୟ ଚିଡ଼ିଆଖାନାରେ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୭୦୦ କିଲୋଗ୍ରାମ ଓଜନର ଏହି ମଇଁଷିକୁ ଗୁରୁବାର ଇଦ୍‌ ପର୍ବରେ ବଳି ଦିଆଯିବାର ଥିଲା। ମାତ୍ର ଏହାର କିଛି ଘଣ୍ଟା ପୂର୍ବରୁ ସରକାରୀ ନିର୍ଦ୍ଦେଶ ପାଇ ପୋଲିସ ଏହାକୁ ନିଜ ହେପାଜତକୁ ନେଇଥିଲା। ମଇଁଷିର ମାଲିକ ମନିରୁଜ୍‌ ଜମାନ୍‌ ଗଣମାଧ୍ୟମକୁ କହିଛନ୍ତି, ‘ବୁଧବାର ଅପରାହ୍ନରେ ପୋଲିସ ଆସି ସରକାର ଏହି ମଇଁଷିକୁ ସଂରକ୍ଷଣ ପାଇଁ ନେଉଥିବା ଜଣାଇଥିଲେ। ଆମେ ସରକାରଙ୍କ ସହ କୌଣସି ବିବାଦ ଚାହୁଁ ନ ଥିବାରୁ ଏହାକୁ ହସ୍ତାନ୍ତର କରିଦେଲୁ।’ ଢାକା ଉପକଣ୍ଠ କେରାଣୀଗଞ୍ଜରେ ରହୁଥିବା ଜମାନ୍‌ ବଳି ପାଇଁ ମାତ୍ର ତିନି ଦିନ ପୂର୍ବରୁ ଏହି ମଇଁଷିକୁ କିଣିଥିଲେ। ଏହା ବଦଳରେ ସରକାର ତାଙ୍କୁ ଉପଯୁକ୍ତ କ୍ଷତିପୂରଣ କିମ୍ବା ଅନ୍ୟ ଏକ ଗୋରୁ କିମ୍ବା ମଇଁଷି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କେରାଣୀଗଞ୍ଜ ଥାନା ଅଧିକାରୀ ରୁହୁଲ କୁଦ୍ଦୁସ କହିଛନ୍ତି, ପ୍ରାଣିସମ୍ପଦ ବିଭାଗର ଅଧିକାରୀଙ୍କ ମତରେ ମଇଁଷିଟି ଅଳ୍ପ ବୟସର ଏବଂ ଏହାକୁ ଆହୁରି ଅନେକ ବର୍ଷ ବଞ୍ଚାଇ ରଖାଯାଇପାରିବ। ଜାତୀୟ ଚିଡ଼ିଆଖାନାର କ୍ୟୁରେଟର ଆତିକୁର ରହମାନ୍‌ କହିଛନ୍ତି, ଏହି ବିରଳ ମଇଁଷିର ଯତ୍ନ ପାଇଁ ଚିଡ଼ିଆଖାନାରେ ଏକ ସ୍ବତନ୍ତ୍ର ସେଡ୍‌ ଏବଂ ଜଣେ କେୟାରଟେକର ବ୍ୟବସ୍ଥା କରାଯାଇଛି।
ଉକ୍ତ ମଇଁଷିର ପୂର୍ବତନ ମାଲିକ ତଥା ଆଗ୍ରୋ ଫାର୍ମ ବ୍ୟବସାୟୀ ଜିଆ ଉଦ୍ଦିନ ମିର୍ଧା କହିଛନ୍ତ, ଆମେରିକା ରାଷ୍ଟ୍ରପତିଙ୍କ ଭଳି ସୁନେଲୀ କେଶ ଥିବାରୁ ତାଙ୍କ ଭାଇ ଏହାର ନାମ ‘ଡୋନାଲ୍ଡ ଟ୍ରମ୍ପ୍‌’ ରଖିଥିଲେ। ବିକ୍ରି ହେବା ପୂର୍ବରୁ ମଧ୍ୟ ଏହାକୁ ଦେଖିବା ପାଇଁ ଫାର୍ମରେ ଲୋକଙ୍କ ପ୍ରବଳ ଭିଡ଼ ହେଉଥିଲା ଏବଂ ସୋସିଆଲ ମିଡିଆରେ ଏହା ବେଶ୍‌ ଭାଇରାଲ ହୋଇଥିଲା। ଏହାକୁ ଦିନକୁ ଚାରିଥର ଗାଧୋଇବା ଏବଂ ଚାରିଥର ଖାଦ୍ୟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିଲା।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସୁନେଲୀ କେଶ, କ୍ରିମ୍‌ ରଙ୍ଗର ଶରୀର ଏବଂ ଗୋଲାପୀ ନାକ ଯୋଗୁ ‘ଟ୍ରମ୍ପ୍‌’ ଇଦ୍‌ ବଜାରରେ ଥିବା ବହୁ ହଜାର ପ୍ରାଣୀଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଥିଲା। ସାଧାରଣତଃ ବାଂଲାଦେଶରେ କଳା ରଙ୍ଗର ମଇଁଷି ଦେଖାଯାଉଥିବାରୁ ଏଭଳି ଧଳା ବା ଆଲବିନୋ ମଇଁଷି ଅତ୍ୟନ୍ତ ବିରଳ। ସୂଚନାଯୋଗ୍ୟ, ଚଳିତ ବର୍ଷ ବାଂଲାଦେଶରେ ଇଦ୍‌ ଅବସରରେ ଗାଈ, ମଇଁଷି ଓ ଛେଳିକୁ ମିଶାଇ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଅଧିକ ପ୍ରାଣୀଙ୍କୁ ବଳି ଦିଆଯାଉଛି, ଯାହା ଗରିବ ପରିବାରଗୁଡ଼ିକୁ ମାଂସ ଖାଇବାର ସୁଯୋଗ ଦେଇଥାଏ। ମାତ୍ର ଏହି ସମସ୍ତ ପ୍ରାଣୀଙ୍କ ମଧ୍ୟରୁ କେବଳ ‘ଡୋନାଲ୍ଡ ଟ୍ରମ୍ପ୍‌’ ନିଜର ସ୍ବତନ୍ତ୍ରତା ପାଇଁ ନୂଆ ଜୀବନ ପାଇବାରେ ସଫଳ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

ରାଜଧାନୀରେ ମାତିଲେଣି ଲୁଟେରା, ଘରେ ପଶି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ରାଉରକେଲା,୧୪।୭: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ଟ୍ରକ ବାଇକ୍‌କୁ ଧକ୍କା ଦେଇ ଉପରେ ଚଢ଼ିଯାଇଥିଲା।…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri