ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ
ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ ରାଜନୀତି ବାଛିନେବାକୁ ବାଧ୍ୟ ହେଉଛନ୍ତି, କାରଣ ରାଷ୍ଟ୍ର ଏହା ଉପରେ ଜୋର ଦେଉଛି। ଲୋକମାନେ ପିନ୍ଧିଥିବା ପୋଷାକକୁ ଦେଖି ପ୍ରଧାନମନ୍ତ୍ରୀ ପ୍ରତିବାଦକାରୀଙ୍କୁ ଚିହ୍ନଟ କରିପାରୁଛନ୍ତି। ତାଙ୍କ ଦଳ ଦ୍ୱାରା ଗୃହୀତ ଆଇନରେ ଗୋଟିଏ ଧର୍ମକୁ ବାଦ୍‌ ଦିଆଯାଇଛି ଏବଂ ଦେଶ ସାରା ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି, ସେଥିରେ ଗୋଟିଏ ସମ୍ପ୍ରଦାୟ ସାମୂହିକ ଭାବେ ଜେଲରେ ରହିବେ। ଏହା ୧୯୪୭ ଓ ତା’ର ପୂର୍ବ ବର୍ଷ ଭଳି ପରିସ୍ଥିତି ସୃଷ୍ଟି କରିଛି। ଦେଶସାରା ସଡ଼କ ଉପରେ ପ୍ରବଳ ପ୍ରତିବାଦ ଦେଖିବାକୁ ମିଳୁଛି ଏବଂ ସରକାର ପ୍ରତିବାଦକାରୀଙ୍କୁ ଦୋଷ ଦେଉଛନ୍ତି। ଏହା ମଧ୍ୟ ଆମକୁ ସ୍ମରଣ କରାଇଦେଉଛି ଯେ, ଯାହା ଗୋଟିଏ ପକ୍ଷକୁ ଯୁକ୍ତିଯୁକ୍ତ ମନେହୁଏ, ତାହାକୁ ଅନ୍ୟ ପକ୍ଷ ଗ୍ରହଣ କରିପାରନ୍ତି ନାହିଁ। ଶକ୍ତିଶାଳୀ ପକ୍ଷ ଅନ୍ୟର ଦାବି ନ ଶୁଣିପାରେ। ୧୯୪୭ରେ କଂଗ୍ରେସ ଯାହା କରୁଥିଲା, ୨୦୧୯ରେ ଭାଜପା ସେଇଆ କରୁଛି। ଭାରତରେ ଆମେ ଆମ ଉତ୍ତରପିଢ଼ିକୁ କହିଆସୁଛୁ ଯେ ଜଣେ ମନ୍ଦ ପ୍ରକୃତିର ଲୋକ ଦେଶ ବିଭାଜନ ପାଇଁ ଦାୟୀ। ଯଦି ଆପଣ ହିନ୍ଦୁତ୍ୱ ଚିନ୍ତାଧାରାରେ ବିଶ୍ୱାସ କରୁଥିବେ, ତେବେ ଆପଣଙ୍କ ବିଶ୍ୱାସ ଅନୁସାରେ ମୁସଲମାନମାନେ ହେଉଛନ୍ତି ଖରାପ ଏବଂ ସେମାନେ ଭାରତମାତାର ସନ୍ତାନ ନୁହନ୍ତି। ସେହିପରି ପାକିସ୍ତାନରେ ମଧ୍ୟ ହିନ୍ଦୁ-ବିରୋଧୀ ଚିନ୍ତାଧାରା ରହିଛି।
ଦେଶ ବିଭାଜନର ଦୁଇ ଦଶନ୍ଧି ପୂର୍ବରୁ ଜିନ୍ନା କଂଗ୍ରେସ ଦଳ ସହ ଏକ ରାଜିନାମାରେ ପହଞ୍ଚିବାକୁ ଚେଷ୍ଟା କରି ବିଫଳ ହେଲେ। ଜିନ୍ନାଙ୍କର ୧୪ଟି ଦାବି ଥିଲା। ସେଗୁଡ଼ିକ ହେଉଛି: ୧) ଭାରତର ସମ୍ବିଧାନ ହେବ ସଂଘୀୟ ଏବଂ ରାଜ୍ୟଗୁଡ଼ିକୁ କିଛି କ୍ଷମତା ଦିଆଯିବ। ୨) ସବୁ ରାଜ୍ୟକୁ ସମାନ ଭାବରେ ସ୍ବୟଂଶାସନ କ୍ଷମତା ଦିଆଯିବ। ୩) ସବୁ ରାଜ୍ୟରେ ବିଧାନ ସଭାଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯଥେଷ୍ଟ ପ୍ରତିନିଧିତ୍ୱ ରହିବ କିନ୍ତୁ ସଂଖ୍ୟାଗୁରୁଙ୍କୁ ସଂଖ୍ୟାଲଘୁରେ ପରିଣତ କରାଯିବ ନାହିଁ। ୪) ଲୋକ ସଭାରେ ମୁସଲମାନଙ୍କର ଏକତୃତୀୟାଂଶ ପ୍ରତିନିଧିତ୍ୱ ରହିବ। ୫) ବିଭିନ୍ନ ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ନିର୍ବାଚନମଣ୍ଡଳୀ ରହିବ ଏବଂ ସେମାନେ ଚାହିଁଲେ ମିଳିତ ନିର୍ବାଚନମଣ୍ଡଳୀ କରାଯିବ। ୬) ରାଜ୍ୟଗୁଡ଼ିକର କୌଣସି ପ୍ରକାର ବିଭାଜନ ରାଜ୍ୟରେ ଥିବା ମୁସଲମାନଙ୍କ ସଂଖ୍ୟାଗରିଷ୍ଠତାକୁ ପ୍ରଭାବିତ କରିବ ନାହିଁ। ୭) ସବୁ ସମ୍ପ୍ରଦାୟକୁ ଧାର୍ମିକ ବିଶ୍ୱାସ, ପୂଜା, ନୀତିବିଧି ପାଳନ, ପ୍ରଚାର, ସଂଘଗଠନ ଓ ଶିକ୍ଷାର ପୂର୍ଣ୍ଣ ସ୍ବାଧୀନତା ମିଳିବ। ୮) କୌଣସି ବିଧାନ ସଭାରେ ବା ଲୋକ ସଭାରେ ଏପରି ବିଲ୍‌ ବା ସଂକଳ୍ପନାମା ଗୃହୀତ ହେବ ନାହିଁ, ଯଦି କୌଣସି ସମ୍ପ୍ରଦାୟର ତିନିଚତୁର୍ଥାଂଶ ସଦସ୍ୟ ତାକୁ ବିରୋଧ କରନ୍ତି। ୯) ସିନ୍ଧ୍‌କୁ ବମ୍ବେ ପ୍ରେସିଡେନ୍ସିରୁ ଅଲଗା କରାଯିବ। ୧୦) ଉତ୍ତରପଶ୍ଚିମ ଫ୍ରଣ୍ଟିୟର ପ୍ରୋଭିନ୍ସ ଓ ବେଲୁଚିସ୍ତାନରେ ଅନ୍ୟ ପ୍ରାନ୍ତ ପରି ସଂସ୍କାର କରାଯିବ। ୧୧) ସମ୍ବିଧାନରେ ଏପରି ବ୍ୟବସ୍ଥା ରହିବ, ଯେଉଁଥିରେ ଦକ୍ଷତାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମୁସଲମାନଙ୍କୁ ଅନ୍ୟ ଭାରତୀୟଙ୍କ ସହିତ ଦେଶ ତଥା ରାଜ୍ୟଗୁଡ଼ିକର ସବୁ ସେବାରେ ଯଥେଷ୍ଟ ଭାଗ ମିଳିବ। ୧୨) ମୁସଲମାନ ସଂସ୍କୃତିକୁ ଯଥେଷ୍ଟ ସୁରକ୍ଷା ଦେବା ଲାଗି ସମ୍ବିଧାନରେ ପ୍ରାବଧାନ ରହିବ। ମୁସଲମାନଙ୍କ ଶିକ୍ଷା, ଭାଷା, ଧର୍ମ, ବ୍ୟକ୍ତିଗତ ଆଇନ ଏବଂ ମୁସଲମାନ ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏଥିରେ ସୁରକ୍ଷା ମିଳିବ। ଏସବୁ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଯଥେଷ୍ଟ ଅନୁଦାନ ଯୋଗାଇଦେବେ। ୧୩) କେନ୍ଦ୍ରୀୟ ବା ପ୍ରାନ୍ତୀୟ କୌଣସି କ୍ୟାବିନେଟ୍‌ ଏକତୃତୀୟାଂଶ ମୁସଲମାନ ମନ୍ତ୍ରୀଙ୍କ ବ୍ୟତିରେକେ ତିଆରି କରାଯିବ ନାହିଁ। ୧୪) ରାଜ୍ୟଗୁଡ଼ିକର ବିନା ସହମତିରେ ସମ୍ବିଧାନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।
ଯଦି କଂଗ୍ରେସ ଏସବୁ ସର୍ତ୍ତରେ ରାଜି ହୋଇଥାନ୍ତା, ତେବେ ଦେଶ ବିଭାଜନ ହୋଇ ନ ଥାନ୍ତା। ମୋ ମତରେ ଏହି ଦାବିଗୁଡ଼ିକରେ କିଛି ବି ଭୁଲ୍‌ ନାହିଁ। ଏଥିମଧ୍ୟରୁ କେତେକ ଦାବି ଯଥା ୭ ଓ ୧୨ ଆମ ସମ୍ବିଧାନରେ ସ୍ଥାନିତ ହୋଇଛି। ଅନ୍ୟଗୁଡ଼ିକ ଯଥା ୧, ୨, ୧୦ ଓ ୧୪ ବି ସେଭଳି ବିବାଦୀୟ ନୁହେଁ। ଉକ୍ତ ଦାବିଗୁଡ଼ିକ ଭିତରେ ମୁଖ୍ୟତଃ ମୁସଲମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ନେହେରୁ ଓ ଗାନ୍ଧୀଙ୍କ ପରି ନେତାମାନେ ସେତେବେଳେ ହୁଏତ ଭାବିପାରି ନ ଥିଲେ ଯେ ୨୦୧୯ରେ ଶାସକ ଦଳ ୩୦୦ରୁ ଅଧିକ ଆସନ ହାସଲ କରିବ, ଯେଉଁଥିରେ ପ୍ରାୟତଃ ମୁସଲମାନ ନ ଥିବେ। କିନ୍ତୁ ତାହା ହିଁ ହେଲା। ଜିନ୍ନା ବୁଝିଥିଲେ ଯେ ଭାରତୀୟମାନେ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ସଂଖ୍ୟାଗୁରୁବାଦୀ ଅଟନ୍ତି ଏବଂ ସେ ଭୁଲ୍‌ ଥିଲେ ବୋଲି କହିହେବ ନାହିଁ। ବର୍ତ୍ତମାନ ଭାରତୀୟମାନେ ପୁଣିଥରେ ସେପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ଯେଉଁଥିରେ ପ୍ରମୁଖ ରାଜନୈତିକ ଶକ୍ତି ତାଙ୍କର ସଂଖ୍ୟାଗୁରୁବାଦକୁ ନେଇ କାର୍ଯ୍ୟ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ଅବହେଳା କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଆମେ ଇତିହାସରୁ କିଛି ବି ଶିଖିଲୁ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri