Posted inଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପରାଜୟବରଣ କରିବା ସହ ଉଭୟ ଲକ୍ଷ୍ୟ ଓ ଶୁଭଙ୍କର ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ଜୁନିୟର ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ୧୮ ବର୍ଷୀୟ ଲକ୍ଷ୍ୟ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୧୩-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ତାନୋଙ୍ଗସାକ ସାଏନସୋମବୁନସୁକଙ୍କଠାରୁ ହାରିଯାଇଛନ୍ତି। ସେହିଭଳି ଶୁଭଙ୍କର ୧୬-୨୧, ୧୨-୨୧ରେ ଅନ୍ୟତମ ଥାଇଲାଣ୍ଡ ଖେଳାଳି ସୁପାନ୍ୟୁ ଅଭିହିଙ୍ଗସାନନ୍‌ଙ୍କଠାରୁ ପରାଜୟ ସାମ୍ନା କରିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ଭାରତର ପିଭି ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ୍‌, ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ୯ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋର,୩।୩: ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ...

ଭାରତ-ପାକିସ୍ତାନ ମ୍ୟାଚ୍‌ କ୍ରେଜ୍‌: ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ,୬।୧୦: ଆଇସିସି ଟି -୨୦ କ୍ରିକେଟ ବିଶ୍ୱକପ୍‌ରେ ମଧ୍ୟ ଗୋଟିଏ ବଲ ବୋଲିଂ କରାଯାଇ ନାହିଁ କିନ୍ତୁ ରେକର୍ଡ ଭାଙ୍ଗିବା ଆରମ୍ଭ ହୋଇସାରିଛି। ବିଜ୍ଞାପନ ଜଗତରେ...

ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍‌ଏଭର୍‌’; ଲୋକେ ଦେଉଛନ୍ତି…

ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍‌କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ...

କୋଚ୍‌ଙ୍କ୍‌ ୨ ଲକ୍ଷ ଟଙ୍କାର ପାଉଣା ସୀମାକୁ ହଟାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍‌ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି...

ମଞ୍ଜୁଳାମଣି ରାଜ୍ୟ ଓପନ ବ୍ଲିଜ୍‌ ଚେସ୍‌: ସ୍ବୟମ୍ସ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଓ ଆମ ପରିବାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜାଭିୟର ଛକସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ...

ଆଇଏସ୍‌ଏଲ୍‌: ନର୍ଥ ଇଷ୍ଟ ବିଜୟୀ

ମାର୍ଗାଓ,୨୪।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ୍‌କୁ ପରାସ୍ତ କରିଛି। ନର୍ଥଇଷ୍ଟ ତରଫରୁ ଭି.ପି....

ସାଉଥାମ୍ପଟନରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...

ଶସ୍ତାରେ ଓପନରଙ୍କୁ ହରାଇଲା ଟିମ୍‌ ଇଣ୍ଡିଆ

ଆଣ୍ଟିଗୁଆ,୨।୨: ଏଠାରେ ବୁଧବାର ଖେଳାଯାଉଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲରେ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କୁ ହରାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବୋଲିଂ ଆଗରେ...

Advertisement
Archives

Model This Week