Posted inଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପରାଜୟବରଣ କରିବା ସହ ଉଭୟ ଲକ୍ଷ୍ୟ ଓ ଶୁଭଙ୍କର ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ଜୁନିୟର ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ୧୮ ବର୍ଷୀୟ ଲକ୍ଷ୍ୟ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୧୩-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ତାନୋଙ୍ଗସାକ ସାଏନସୋମବୁନସୁକଙ୍କଠାରୁ ହାରିଯାଇଛନ୍ତି। ସେହିଭଳି ଶୁଭଙ୍କର ୧୬-୨୧, ୧୨-୨୧ରେ ଅନ୍ୟତମ ଥାଇଲାଣ୍ଡ ଖେଳାଳି ସୁପାନ୍ୟୁ ଅଭିହିଙ୍ଗସାନନ୍‌ଙ୍କଠାରୁ ପରାଜୟ ସାମ୍ନା କରିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ଭାରତର ପିଭି ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ୍‌, ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri