ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର ଦୁଇ ପ୍ରମୋଟର ତଥା ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ କମ୍ପାନୀର ନିୟନ୍ତ୍ରଣକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଦୁଇ ପ୍ରମୋଟର ରାହୁଲ ଭାଟିୟା ଏବଂ ରାକେଶ ଗଙ୍ଗଓ୍ବାଲ ବିବାଦର ସମାଧାନ ପାଇଁ ଏବେ ଆଇନ ପରାମର୍ଶଦାତା କମ୍ପାନୀଙ୍କ ଶରଣ ନେଇଛନ୍ତି ବୋଲି ମିଡିଆ ରିପୋର୍ଟରୁ ଜଣାପଡିଛି। ତେବେ ଏ ସଂକ୍ରାନ୍ତରେ କମ୍ପାନୀ କିମ୍ବା ପ୍ରମୋଟରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇଛି।
ଇଣ୍ଡିଗୋ ପ୍ରମୋଟରଙ୍କ ମଧ୍ୟରେ ମତଭେଦ ପ୍ରକାଶ ପରେ କମ୍ପାନୀ ସିଇଓ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ, କମ୍ପାନୀର ରଣନୀତିରେ ଅପରିବର୍ତ୍ତିତ ରହିଛି। କାରବାର ବଢ଼ାଇବା ଲାଗି ମ୍ୟାନେଜମେଣ୍ଟକୁ ବୋର୍ଡ ଅଫ୍‌ ଡାଇରେକ୍ଟର୍ସର ପୂର୍ଣ୍ଣ ସମର୍ଥନ ରହିଛି। ମିଡିଆ ରିପୋର୍ଟରୁ ଜଣାପଡିଛି ଯେ, ଭାଟିୟା ଏବଂ ଗଙ୍ଗଓ୍ବାଲଙ୍କ ମଧ୍ୟରେ ଏୟାରଲାଇନ୍ସର ରଣନୀତି ଏବଂ ମହତ୍ତ୍ୱକାଂକ୍ଷାକୁ ନେଇ ମତଭେଦ ଆରମ୍ଭ ହୋଇଛି। ତେବେ ଉଭୟ ପ୍ରତିଷ୍ଠାତା ମତଭେଦ ଦୂର କରିବା ଲାଗି ପ୍ରୟାସ ଚଳାଇଛନ୍ତି ବୋଲି ସୂଚନା ମିଳିଛି। କାରଣ ଏହାଦ୍ୱାରା ଦୈନନ୍ଦିନ କାମ ଉପରେ ଗୁରୁତର ପ୍ରଭାବ ପଡିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲରେ ଏୟାରଲାଇନ୍ସ ସିଇଓ ପଦରୁ ଆଦିତ୍ୟ ଘୋଷ ଇସ୍ତଫା ଦେବା ପରେ ମୁଖ୍ୟ କମର୍ସିିଆଲ ତଥା ନେଟ୍‌ଓ୍ବର୍କ ସଞ୍ଜୟ କୁମାର ମଧ୍ୟ କମ୍ପାନୀ ଛାଡ଼ି ଥିଲେ। ଚଳିତବର୍ଷ ରନୋଜୟ ଦତ୍ତଙ୍କୁ ଇଣ୍ଡିଗୋର ସିଇଓ ଭାବେ ନିଯୁକ୍ତ କରାଯାଇଛି। ସେ ଦୁଇ ବର୍ଷ ଏୟାର ସାହାରାରେ କାର୍ଯ୍ୟ କରିଥିଲେ। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ଦୁଇଟି ଲିଗାଲ ଫାର୍ମ ମତଭେଦ ଦୂର କରିବା କାର୍ଯ୍ୟରେ ଲାଗିପଡିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗଙ୍ଗଓ୍ବାଲ ଏୟାରଲାଇନ୍ସରେ ନିଜ ଟିମ୍‌ ବଢ଼ାଇ ଏହାର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଭାଟିୟା ଅନୁଭବ କରୁଛନ୍ତି। ଶସ୍ତା ଦରରେ ବିମାନ ଯାତ୍ରା ସେବା ଯୋଗାଉଥିବା ଇଣ୍ଡିଗୋ ଏବେ ଅନ୍ତର୍ଜାତୀୟ ଉଡ଼ାଣ ଲାଗି ଯୋଜନା ପ୍ରସ୍ତୁତ କରୁଛି। ଉଭୟ ଭାଟିୟା ଏବଂ ଗଙ୍ଗଓ୍ବାଲ ଯଥାକ୍ରମେ ଜେଏସ୍‌ଏ ଲ’ ଏବଂ ଖୈତାନ ଆଣ୍ଡ କମ୍ପାନୀ ଲ’ ଫାର୍ମ ମାଧ୍ୟମରେ ବିବାଦର ସମାଧାନ କରିବାକୁ ଆଗେଇଛନ୍ତି। ଜେଟ୍‌ ଏୟାରଓ୍ବେଜ ସାମୟିକ ଭାବେ ବନ୍ଦ ହୋଇଯିବା ପରେ ଇଣ୍ଡିଗୋ ପ୍ରମୋଟରଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ଗଙ୍ଗଓ୍ବାଲ ଜଣେ ଆମେରିକା ନାଗରିକ ଏବଂ ସେ କମ୍ପାନୀରେ ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ରହିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତାଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଇଣ୍ଡିଗୋରେ ତାଙ୍କର ପ୍ରାୟ ୩୭ ପ୍ରତିଶତ ଅଂଶଧନ ରହିଛି। ଅନ୍ୟପକ୍ଷରେ ଭାଟିୟା ୩୮ ପ୍ରତିଶତ ଶେୟାର ନିଜ ପାଖରେ ରଖିଛନ୍ତି। ୨୦୦୩-୦୪ରେ ଦୁଇଜଣ ଏକାଠି ହୋଇ ଭାରତରେ ଇଣ୍ଡିଗୋ ଏୟାରଲାଇନ୍ସ ଆରମ୍ଭ କରିଛନ୍ତି। ପାଖାପାଖି ୨/୩ ବର୍ଷ ଭାଟିୟା ଏୟାରଲାଇନ୍ସକୁ ଭଲ ଭାବେ ଚଳାଇଥିଲେ। ଏହାପରେ ଶସ୍ତା ବିମାନ ଯାତ୍ରା କରୁଥିବା ଇଣ୍ଡିଗୋର ବିମାନ ସେବାର ବିସ୍ତାର ହେଲା। ଫଳରେ ଏୟାରଲାଇନ୍ସ ସେକ୍ଟରରେ କମ୍ପାନୀ ମାର୍କେଟ ଶେୟାର ହିସାବରେ ଏକ ନମ୍ବର ସ୍ଥାନ ହାସଲ କରିପାରିଛି। ଅନ୍ୟପକ୍ଷରେ ବିଦେଶରେ ଟପ୍‌ ଏଭିଏଶନ ପ୍ରଫେସନାଲଙ୍କ ସହ କାମ କରିଥିବା ଗଙ୍ଗଓ୍ବାଲ ଇଣ୍ଡିଗୋକୁ ବିଦେଶୀ ବଜାରରେ ବିସ୍ତାର ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ। ଦୁଇ ପ୍ରମୋଟରଙ୍କ ଭିତରେ ମତଭେଦ ବୃଦ୍ଧି କାରଣରୁ ଏବେ ବହୁ ଦିନ ହେବ ଇଣ୍ଡିଗୋର ଟପ୍‌ ପୋଜିଶନରେ ବହୁ ପଦ ଖାଲି ପଡିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୦୬ ଅଗଷ୍ଟ ୪ରୁ ଇଣ୍ଡିଗୋ ଦିଲ୍ଲୀରୁ ନିଜର ପରିଚାଳନା ଆରମ୍ଭ କରିଥିଲା। ଚଳିତବର୍ଷ ମେ ୧୫ ସୁଦ୍ଧା ବିମାନ କମ୍ପାନୀର ମାର୍କେଟ କ୍ୟାପିଟାଇଲେଜଶନ ୬୧,୮୩୩ କୋଟି ଟଙ୍କା ଥିଲା। କମ୍ପାନୀର ଘରୋଇ ମାର୍କେଟ ଶେୟାର ୪୪.୩% ରହିଛି। ଇଣ୍ଡିଗୋ ଦୈନିକ ୧୪୦୦ ବିମାନ ଉଡ଼ାଣ ଭରିଥାଏ। ଏଥିସହିତ କମ୍ପାନୀ ନିକଟରେ ମୋଟ୍‌ ୨୨୫ ବିମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri