Posted inଖେଳ

ଇଣ୍ଡିଆ-ସି ୧୦ରନରେ ବିଜୟୀ

କଟକ ଅଫିସ,୭।୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ସୋମବାର ଇଣ୍ଡିଆ-ସି ଦଳ ୧୦ରନରେ ଇଣ୍ଡିଆ-ଏ’କୁ ପରାସ୍ତ କରିଛି। ଇଣ୍ଡିଆ-ସି ପକ୍ଷରୁ ଧାର୍ଯ୍ୟ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ଏ ୧୧୩ ରନ କରିଥିଲା। ପ୍ରତିଯୋଗିତାରେ ଦୁଇଟି ମ୍ୟାଚ୍‌ ଖେଳି ସାରିଥିବା ଇଣ୍ଡିଆ-ସି ଦଳର ଏହା ପ୍ରଥମ ବିଜୟ। ତେବେ ଏହି ଦଳରେ ସ୍ଥାନ ପାଇଥିବା ପ୍ରତିଭାବାନ ଓଡ଼ିଆ ଖେଳାଳି ମାଧୁରୀ ମେହେତାଙ୍କୁ ସୋମବାର ମ୍ୟାଚ୍‌ରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା।
ଅଧିନାୟିକା ଭେଦା କ୍ରୀଷ୍ଣାମୃର୍ତ୍ତି ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ୟସ୍ତିକା ଭାଟିଆ ଓ ଶେଫାଳି ବର୍ମା ଚମତ୍କାର ଆରମ୍ଭ କରିଥିଲେ। ପାୱାର ପ୍ଲେ’ରେ ଉଭୟ ୫୦ରନ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୫୮ ହୋଇଥିବାବେଳେ ଇଣ୍ଡିଆ-ସି ସେହି ସ୍କୋରରେ ଦୁଇ ଓପନରଙ୍କୁ ହରାଇଥିଲା। ୟସ୍ତିକା ୧୮ ରନରେ ଓ ସେଫାଳୀ ୩୮ ରନ (୨୪ ବଲ, ୭ ଚୌକା, ୧ ଛକା)ରେ ଆଉଟ ହୋଇଥିଲେ। ଦୁଇ ଓପନର ପ୍ୟାଭିଲିୟନ ଫେରିବା ପରେ ରନ୍‌ ସଂଗ୍ରହ ଧୀମା ହୋଇ ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ-ସି ୭ ଉଇକେଟ ହରାଇ ୧୨୩ ରନ କରିଥିଲା। ଅଧିନାୟିକା କ୍ରୀଷ୍ଣାମୃତ୍ତି ୧୭, ଦୟଲାନ ହେମଲତା ୨୪, ଉଇକେଟ୍‌କିପର ନୁଜହତ ପରୱିନ ୧୦, ଅରୁନ୍ଧତୀ ରେଡ୍ଡୀ ୯, ଭୃଷାଳି ଭଗତ ୪ ରନ କରିଥିବାବେଳେ ମନାଲୀ ଦକ୍ଷିଣୀ ଖାତା ଖୋଲି ପାରି ନ ଥିଲେ। ଇଣ୍ଡିଆ-ଏ ପକ୍ଷରୁ ଦୀପ୍ତି ଶର୍ମା ୨ଟି ଏବଂ ରାଧା ଯାଦବ, ସ୍ନେହ ରାଣା, ମାନସୀ ଯୋଶୀ ଓ ଦେବିକା ବୈଦ୍ୟଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ପ୍ରିୟା ପୁନିଆଙ୍କ ଇଣ୍ଡିଆ-ଏ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ଦୁଇ ଓପନର ପ୍ରିୟା ଓ ଜେସିଆ ଅଖତାର ବଡ୍‌ ଶଟ୍‌ ମାରିବାକୁ ପ୍ରଚେଷ୍ଟା କରିଥିଲେ। ୯ରନ କରିଥିବା ବେଳେ ଜେସିଆଙ୍କୁ କ୍ଲିନ ବୋଲ୍ଡ କରିଥିଲେ ମନାଲୀ ଦକ୍ଷିଣୀ। ପରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ସୃଷ୍ଟି ନହେବାରୁ ଇଣ୍ଡିଆ-ଏ ଦଳ ବିଜୟ ଲକ୍ଷ୍ୟ ଠାରୁ ପଛରେ ପଡ଼ି ଯାଇଥିଲା । ଦଳର ଅଧିନାୟିକା ତଥା ଭାରତୀୟ ମହିଳା କ୍ରିକେଟର ଧୁଆଁଧାର ଖେଳାଳି ହରମନପ୍ରିତ କୌରଙ୍କ ବ୍ୟାଟିଂ ବିଫଳତା ମଧ୍ୟ ଦଳ ଉପରେ ଭାରି ପଡ଼ିଥିଲା । ହରମନପ୍ରିତ ୧୩ରନରେ ଆଉଟ ହୋଇଥିଲେ। ଦୀପ୍ତି ଶର୍ମା ଦଳ ପକ୍ଷରୁ ସର୍ବାଧିକ ୩୪ରନ କରିଥିବା ବେଳେ ମିନୁ ମାନି ୧୦ରନ, ସ୍ନେହ ରାଣା ୬ରନ, ରାଧା ଯାଦବ ୨ରନ, ତାନିଆ ଭାଟିଆ ୧ରନ କରିଛନ୍ତି। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ, ଦୟଲାନ ହେମଲତା, ତନୁଶ୍ରୀ ସରକାର, ରାଜେଶ୍ୱରୀ ଗାଏକ୍ବାଡ, ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ଦଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ...

ଅଲିମ୍ପିକ୍ସରେ କ୍ରୀଡ଼ାବିତ୍‌ଙ୍କ ବିରଳ ମହାନୁଭବତା

କ୍ରୀଡ଼ାରେ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଲିମ୍ପିକ୍‌ ଇତିହାସରେ କେତେଜଣ ମହାନ୍‌ କ୍ରୀଡ଼ାବିତ୍‌ ଅଭୂତପୂର୍ବ ଖେଳୁଆଡ଼ ମନୋଭାବ, ପରସ୍ପର...

ପଦକ ନିଶ୍ଚିତ କଲେ ଗୌରବ, ଗୋବିନ୍ଦ

ନୂଆଦିଲ୍ଲୀ,୨।୮(ପିଟି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ଗୌରବ ସୋଲାଙ୍କି ଓ ଇଣ୍ଡିଆନ ଓପନ୍‌ ରୌପ୍ୟ ପଦକ ବିଜେତା ଗୋବିନ୍ଦ ସାହାଣି ରୁଷିଆର କାସପିୟସ୍କଠାରେ ଚାଲିଥିବା ମାଗମେଦ...

ମହିଳା ସିଙ୍ଗଲ୍ସ: ସେରେନା ଓହରିଲେ, ପିରୋଙ୍କୋଭା, ବୌଚାର୍ଡ ତୃତୀୟ ରାଉଣ୍ଡରେ

ପ୍ୟାରିସ୍‌,୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ମଧ୍ୟ ତାରକା ଖେଳାଳିମାନେ ଅଗ୍ରଗତି କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆହତ ସମସ୍ୟା ଯୋଗୁ ସେରେନା ଓ୍ବଲିୟମ୍ସ...

ଚାମ୍ପିୟନଶିପ୍‌ ଫାଇନାଲ ପୋର୍ତ୍ତୋ କୁ ସ୍ଥାନାନ୍ତର

ଲଣ୍ଡନ, ୧୪ା୫(ପି.ଟି.)-ଚେଲ୍‌ସି ବନାମ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଫାଇନାଲ ଇସ୍ତାନବୁଲ୍‌ରୁ ପୋତ୍ତେର୍ର୍ା ସ୍ଥାନାନ୍ତର କରାଯାଇଛି। ଷ୍ଟାଡିୟମରେ ମ୍ୟାଚ ଦେଖିବା ଲାଗି ଦୁଇ ଦଳର...

ଲିଭରପୁଲକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ

ଲଣ୍ଡନ,୨୮।୬(ଏପି): ଦୀର୍ଘ ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିବା ଲିଭରପୁଲ କ୍ଲବକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ। ଏ...

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ  ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ...

ଶାହା ନୁହେଁ ଏହି କ୍ରିକେଟରଙ୍କୁ ଦିଆଯିବ ସୁଯୋଗ: କୋହଲି

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେବା ପରେ ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର କିଏ ହେବ ସେ ନେଇ ଚର୍ଚ୍ଚା ଜାରି...

Advertisement
Ten Cric Info


Archives

Model This Week