Posted inଖେଳ

ଇଣ୍ଡିଆ ଓପନ୍‌ ବକ୍ସିଂ: ଶିବ, ଅମିତ୍‌ ସେମିରେ

ଗୁଆହାଟୀ,୨୩।୫ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଇଣ୍ଡିଆ ଓପନ ବକ୍ସିଂ ଟୁର୍ନାମେଣ୍ଟରେ ଦୁଇ ଭାରତୀୟ ବକ୍ସର ଶିବ ଥାପା ଓ ଅମିତ ପଙ୍ଘାଲ ଆଶାନୁରୂପ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ କର୍ମବୀର ନବିନ ଚନ୍ଦ୍ର ବୋର୍ଦୋଲୋଇ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ଅନ୍ୟ ୫ ଭାରତୀୟ ବକ୍ସର ମଧ୍ୟ ସେମିରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଥାପା ୫-୦ ରେ ମରିସସ୍‌ର ହେଲେନ ଡାମିଏନ୍‌ଙ୍କୁ ହରାଇ ସେମିକୁ ଉଠିଛନ୍ତି। ୬୦ କେ.ଜି. ବର୍ଗ ସେମିରେ ସେ ୫-୦ରେ ହେଲେନ ଡାମିଏନଙ୍କୁ ଭେଟିବେ। ଗତ ମାସ ଥାପା ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ କ୍ରମାଗତ ଚତୁର୍ଥଥର ପାଇଁ ଏସିଆନ୍‌ ପଦକ ହାସଲ କରିଥିଲେ। ସେହିପରି ଅଙ୍କିତ୍‌ ଓ ମନୀଷ କୌଶିକ ୫-୦ରେ ସେମାନଙ୍କ ପ୍ରତିପକ୍ଷ ଖେଳାଳିଙ୍କୁ ହରାଇ ୬୦ କେ.ଜି. ବର୍ଗ ସେମିରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ୩ ଖେଳାଳି ୬୦ କେ.ଜି. ବର୍ଗ ସେମିକୁ ଉଠିଛନ୍ତି। ୫୨ କେ.ଜି. ବର୍ଗରେ ଭାରତ ଅମିତ ପଙ୍ଘାଲ, ନ୍ୟାଶନାଲ ଚାମ୍ପିୟନ ପି.ଏଲ. ପ୍ରସାଦ, ପୂର୍ବତନ ବିଶ୍ୱ ଯୁବ ଚାମ୍ପିୟନ ସଚିନ ସିଓ୍ବାଚ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଗୌରବ ସୋଲାଙ୍କି ସେମିରେ ପ୍ରବେଶ କରିଛନ୍ତି। ଫଳରେ ୪ ଭାରତୀୟ ସେମିରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଅମିତ୍‌ ୫-୦ରେ ଥାଇଲାଣ୍ଡର ଚକାପୋଙ୍ଗ ଚାନପିରୋମଙ୍କୁ ହରାଇଥିଲେ। ସେମିରେ ଅମିତ ଏବେ ପ୍ରସାଦଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଇନାଙ୍କୁ କେହି କିଣିଲେନି !

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ନିଲାମରେ କ୍ରିକେଟର ସୁରେଶ ରାଇନାଙ୍କୁ କୌଣସି ବିଡ୍‌ ମିଳିନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିଣିବା ଲାଗି କେହି ଆଗ୍ରହ ଦେଖାଇ ନ ଥିବାରୁ...

ଦ୍ୱିତୀୟ ଆଶେସ ଟେଷ୍ଟ: ଇଂଲଣ୍ଡ ଦଳରୁ ମୋଇନ୍‌ ବାଦ୍‌

ଲଡର୍‌ସ,୧୦।୮- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରୁ ଅଲରାଉଣ୍ଡର ମୋଇନ...

ଚତୁର୍ଥ ଦିନର ଖେଳ ଶେଷ: ଭାରତ ୮୮ ରନ୍‌ରେ ଅଗ୍ରଣୀ

ଅହମ୍ମଦାବାଦ୍‌,୧୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨...

ସାଇନା, ଶ୍ରୀକାନ୍ତଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଶେଷ

ନୂଆଦିଲ୍ଲୀ,୧୩।୫(ପି.ଟି.): ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ମହିଳା ଖେଳାଳି ସାଇନା ନେହ୍ବାଲଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା ଶେଷ ହୋଇଛି। ସିଙ୍ଗାପୁର...

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ...

ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ...

୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ଏହି କ୍ରିକେଟର୍‌ଙ୍କ ଟୋପି

ଅଷ୍ଟ୍ରେଲିଆ କ୍ରିକେଟ ମହାନ ଖେଳାଳି ତାଲିକାରେ ସେନ୍‌ ୱାର୍ଣ୍ଣ ଅନ୍ୟତମ। ଅନେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ୱାର୍ଣ୍ଣଙ୍କ ଜନ୍ମବାର୍ଷିକୀ।...

Advertisement
Archives

Model This Week