Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଜାମ୍‌ସେଦପୁର ବିଜୟୀ

ମାରଗାଓ,୨୭।୧୧(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମ୍‌ସେଦପୁର ଏଫ୍‌ସି ୧-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସର୍ଗିଓ କ୍ୟାସଲ ୧୭ତମ ମିନିଟ୍‌ରେ ଗୋଲ ସ୍କୋର କରି ଜାମସେଦ୍‌ପୁରକୁ ଅଗ୍ରଣୀ କରାଇଥିଲେ। ଏଥିସହିତ ସର୍ଗିଓ ସେସନର ଚତୁର୍ଥ ଗୋଲ ସ୍କୋର କରିଛନ୍ତି। ସର୍ବାଧିକ ଗୋଲ ସ୍କୋରର ତାଲିକରେ ସର୍ଗିଓ ଶୀର୍ଷକୁ ଉଠିଛନ୍ତି। ଏହି ବିଜୟ ସହ ଜାମସେଦପୁର ଦ୍ୱିତୀୟ ସ୍ଥାନକୁ ଉଠିଛି। ଜାମସେଦପୁର ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇଛି। ସମାନ ୧୦ ପଏଣ୍ଟ ପାଇଥିଲେ ମଧ୍ୟ ଏଟିକେ ଗୋଲ ବ୍ୟବଧାନରେ ଆଗରେ ରହି ଶୀର୍ଷ ସ୍ଥାନରେ ରହିଛି। ସେହିପରି ଗୋଆ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ପରାଜୟ ଓ ୨ଟି ଡ୍ର ସହ ୮ ପଏଣ୍ଟ ପାଇ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛି। ଘରୋଇ ପରିବେଶରୁ ଫାଇଦା ଉଠାଇ ଗୋଆ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା। ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲେ। ସର୍ଗିଓ ଉଭୟ ଦଳ ମଧ୍ୟରେ ଫରକ ଆଣିଥିଲେ। ୭୨ତମ ମିନିଟରେ ଗୋଆର ଅହମ୍ମଦ ଜାହୋଉ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ମ୍ୟାଚ୍‌ର ଅନ୍ତିମ ଭାଗରେ ଗୋଆ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଗୋଆ ତା’ର ପରବର୍ତ୍ତୀ ମ୍ୟାଚ୍‌ ୧ ତାରିଖର ରବିବାର ଦିନ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ସେହିପରି ଜାମ୍‌ସେଦପୁର ୨ ତାରିଖ ସୋମବାର ଦିନ ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଆୟୋଜନ କରିବାକୁ ଏହି ଦେଶ ଆଗ୍ରହୀ

ନୂଆଦିଲ୍ଲୀ,୬।୭(ପି.ଟି.): ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏନେଇ ଭାରତୀୟ...

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ-ଏ, ବି ମ୍ୟାଚ୍‌ ବାତିଲ

କଟକ ଅଫିସ,୫।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ...

ଏସି ମିଲନକୁ ଫେରିବେ ଇବ୍ରାହିମୋବିଚ୍‌

ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍‌ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା...

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ...

ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି

ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍‌ରେ ୧୫୦ ରନ୍‌ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ...

ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …

ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ...

କୌଣସି ବି ପରିସ୍ଥିତିରେ ମୁଁ ଦଳକୁ ଜିତାଇବାକୁ ଚାହେଁ: କୋହଲି

ଦୁବାଇ,୨୭।୮: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଏସିଆ କପ୍‌ ମୁକାବିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ହେଲେ...

କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ...

Advertisement
Archives

Model This Week