ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨ ଲକ୍ଷ କର୍ମଚାରୀ ଛଟେଇ ହେବାର ଆଶଙ୍କା ରହିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତିି। ଇନ୍‌ଫୋସିସ ଏବଂ କଗ୍‌ନିଜାଣ୍ଟ ଭଳି କମ୍ପାନୀ ଗତ ୬ ମାସ ମଧ୍ୟରେ ଅନେକ କର୍ମଚାରୀଙ୍କୁ ଛଟେଇ କରି ସାରିଛନ୍ତି। ଏହି ସମୟ ମଧ୍ୟରେ ଆଇଟି କମ୍ପାନୀଗୁଡିକ ସେମାନଙ୍କ ଅତିରିକ୍ତ ଶ୍ରମ ଶକ୍ତିକୁ ଛଟେର ଧାରା ଜାରି ରଖିବେ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଧାରା ଲାଗି ରହିବ ବୋଲି ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ଆଣ୍ଡ ସର୍ଭିସେସ କମ୍ପାନୀଜ(ନାସକମ୍‌) ପକ୍ଷରୁ ସୂଚନା ରହିଛି। ଛଟେଇ ସତ୍ତ୍ୱେ ବିଗ୍‌ ଡାଟା, ଡାଟା ଆନାଲିସିସ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ ଏବଂ ସାଇବର ସିକ୍ୟୁରିଟି ଭଳି କ୍ଷେତ୍ରଗୁଡିକରେ ଏବେ ମଧ୍ୟ ଆଇଟି ପ୍ରଫେସନାଲଙ୍କ ଚାହିଦା ବଳବତ୍ତର ରହିଥିବା ଜଣାପଡିଛି।
ନାସକମ୍‌ର ବରିଷ୍ଠ ଉପସଭାପତି ସଙ୍ଗୀତା ଗୁପ୍ତା କହିଛନ୍ତି ଯେ, ଆଇଟି ଶିଳ୍ପରେ ଏବେ ଦ୍ରୁତ ହାରରେ ପରିବର୍ତ୍ତନ ଆସୁଛି। ଏହି କ୍ଷେତ୍ରରେ ନିଜର ସ୍ଥାନ ବଜାୟ ରଖିବା ଲାଗି ନିଜର ଦକ୍ଷତା ଏବଂ ଜ୍ଞାନକୁ ବଢାଇବା ଜରୁରୀ। ଯେଉଁ ଲୋକମାନେ ଏହା କରିବାକୁ ସକ୍ଷମ ହେବେ ନାହିଁ ସେମାନଙ୍କ ଚାକିରି ଯିବାର ସମ୍ଭାବନା ରହିଛି। ଆଇଟି ଶିଳ୍ପରେ ଛଟେଇ ଧାରା ଆଗାମୀ ୩ ବର୍ଷ ଯାଏ ଚାଲିବ। ମାତ୍ର କୁଶଳୀଙ୍କ ଚାହିଦା ଏବେ ମଧ୍ୟ ରହିଥିବା ଗୁପ୍ତା ସ୍ପଷ୍ଟ କରିଛନ୍ତି। ମିଡ୍‌ ଲେଭଲର କର୍ମଚାରି ଛଟେଇ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବେ। ଏମାନେ ପରିବର୍ତ୍ତିତ ସମୟ ସହ ନିଜକୁ ପ୍ରସ୍ତୁତ କରାଇ ପାରି ନ ଥିବା କୁହାଯାଉଛି। ଏହି କ୍ଷେତ୍ରରେ ୮ରୁ ୧୨ ବର୍ଷର ଅଭିଜ୍ଞତା ଥିବା ପ୍ରାୟ ୧୪ ଲକ୍ଷ ଲୋକ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଦକ୍ଷତା ତାଲିମ ମଧ୍ୟ ପ୍ରଦାନ କରାଯାଉଛି।
ଆଇଟି କ୍ଷେତ୍ରରେ ପ୍ରାୟ ୩ ଲକ୍ଷ ଲୋକଙ୍କର ନିଯୁକ୍ତି ହରାଇବାର ଆଶଙ୍କା ରହିଥିବା ରେଣ୍ଡଷ୍ଟେଡ ଟେକ୍ନୋଲୋଜିର ଉପସଭାପତି ୟେଶାବ ଗିରି କହିଛନ୍ତି। ଏହି ଲୋକଙ୍କୁ ପୁଣି ଥରେ ତାଲିମ ମଧ୍ୟ ଦିଆଯାଇପାରିବ ନାହିଁ। ଛଟେଇର କାରଣ କେବଳ ସ୍କିଲ ନୁହେଁ କମ୍ପାନୀ ନୂଆ ପ୍ରୋଜେଷ୍ଟ ଏବଂ ବାଣିଜ୍ୟକୁ ଧ୍ୟାନରେ ରଖି କର୍ମଚାରୀଙ୍କୁ କାଢୁଥିବା ସେ କହିଛନ୍ତି। ଆଇଟି କମ୍ପାନୀଗୁଡିକ ସେମାନଙ୍କ କ୍ଷମତାଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ବଡ ପ୍ରକଳ୍ପଗୁଡିକ ଶେଷ ହେବା ଲାଗି ଅଧିକ ସମୟ ଲାଗୁଛି। ଏଭଳି ସ୍ଥିତିରେ ଏଣ୍ଟ୍ରି ଲେଭଲରେ ସ୍ଥିତି ଭିନ୍ନ ରହିଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଟିସିଏସ୍‌ ୩୦ ହଜାର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବା ନେଇ ନିକଟରେ ଘୋଷଣା କରିଥିଲା। ସେହିଭଳି ଇନଫୋସିସ ୧୮ ହଜାର ଏବଂ ଓ୍ବିପ୍ରୋ ୨୦ ହଜାର ନୂଆ ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?