Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ପରାଜୟ

ମାରଗାଓ,୨୨।୧୨(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପରାସ୍ତ ହୋଇଛି। ସ୍ଥାନୀୟ ଜାବହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ଘରୋଇ ଏଫ୍‌ସି ଗୋଆ ଦଳ ୩-୦ ଗୋଲରେ ଓଡ଼ିଶାକୁ ହରାଇଛି। ଏଥିସହିତ ଗୋଆ ୯ ଟି ମ୍ୟାଚ୍‌ ଖେଳି ୫ ବିଜୟ, ୩ ଡ୍ର ଓ ଗୋଟିଏ ପରାଜୟ ସହ ମୋଟ ୧୮ ପଏଣ୍ଟ ପାଇଁ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଓଡ଼ିଶା ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୯ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ବେଙ୍ଗାଲୁରୁ ଏଫ୍‌ସି ୯ଟି ମ୍ୟାଚ୍‌ ଖେଳି ୪ ବିଜୟ, ୪ ଡ୍ର ଓ ଗୋଟିଏ ପରାଜୟ ସହ ୧୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଏଟିକେ ୯ ମ୍ୟାଚ୍‌ ଖେଳି ୪ ବିଜୟ,୩ ଡ୍ର ଓ ୨ ପରାଜୟ ସହ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସମ୍ପୂର୍ଣ୍ଣ ଏକ ପାଖିଆ ଏହି ମ୍ୟାଚ୍‌ରେ ଗୋଆ ତରଫରୁ ତାରକା ଫରଓ୍ବାର୍ଡ ସ୍ପେନ୍‌ର ଫେରାନ କୋରୋମିନାସ ୧୯ ଓ ୮୯ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ୮୫ତମ ମିନିଟ୍‌ରେ ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ୍‌ ଗୋଟିଏ ଗୋଲ ଦେଇଥିଲେ। ଅପରପକ୍ଷରେ ଓଡ଼ିଶା ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ହେଲେ ବି ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା। ଓଡ଼ିଶା ଏବେ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୨୭ ତାରିଖ ଶୁକ୍ରବାର ଦିନ ଜାମସେଦପୁରକୁ ଭେଟିବ। ଅନ୍ୟପଟେ ଗୋଆ ତାର ପରବର୍ତ୍ତୀ ମ୍ୟାଚରେ ୨୬ ତାରିଖ ଗୁରୁବାର ଚେନ୍ନାଇ ଏଫ୍‌ସିକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ: ତାରିଖ ଧାର୍ଯ୍ୟ କରିବାକୁ ଆଇଓସିର ନିର୍ଦ୍ଦେଶ

ଲୋସେନ,୧୯।୫(ପି.ଟି.): ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ନେଇ ତାରିଖ ଧାର୍ଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସବୁ ଅନ୍ତର୍ଜତାୟ ଫେଡେଶେନଗୁଡିକୁ ନିର୍ଦ୍ଦେଶ ଦେଇଛି। କୋଭିଡ-୧୯...

ରାହାନେଙ୍କୁ କଟାକ୍ଷ କଲେ ମାଞ୍ଜରେକର୍‌: କୋହଲି କହିଲେ ଏଭଳି…

ଚେନ୍ନାଇ,୧୦।୨: ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ୨୨୭ ରନ୍‌ରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ...

ହୃଦଘାତରେ ଆଖି ବୁଜିଲେ ଏହି ଯୁବ କ୍ରିକେଟର; ଏସ୍‌ସିଏ ସ୍ତବ୍ଧ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ଭାରତ ଅଣ୍ଡର-୧୯ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ...

ଗମ୍ଭୀରଙ୍କ ଦାବି; ଦୁନିଆରେ କେବଳ ଜଣେ ବ୍ୟାଟ୍ସମ୍ୟାନ ବୁମ୍‌ରାଙ୍କୁ ଖେଳିପାରନ୍ତି; ସେ ହେଲେ…

ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ...

ଭାରତ ଏ’ ପାଇଁ ଖେଳିବେ ଧାଓ୍ବନ

ନୂଆଦିଲ୍ଲୀ,୩୧।୮(ପି.ଟି.)- ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଭାରତ ଏ’ ପାଇଁ ଖେଳିବେ। ଫର୍ମ ଫେରିପାଇବା ପାଇଁ ସେ...

ଏହି ୪ଟି ଅନ୍ଧବିଶ୍ୱାସକୁ ଭରସା କରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା

ଭାରତୀୟ କ୍ରିକେଟର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ରୋହିତ ପଡିଆକୁ ଆସିବା ପୂର୍ବରୁ ଏବଂ ପରେ ୪ଟି ଅନ୍ଧବିଶ୍ୱାସକୁ...

ଭୁବନେଶ୍ୱର, ଗୋଆ, ନଭି ମୁମ୍ବାଇ ଭେନ୍ୟୁ

ଭୁବନେଶ୍ୱର, ୧୪।୪ (କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆଉ ୬ ମାସରୁ କମ୍‌ ସମୟ ଥିବାବେଳେ ଏହା ଭୁବନେଶ୍ୱର, ଗୋଆ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଲକ୍ଷ୍ନୌ,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ...

Advertisement
Archives

Model This Week