Posted inଖେଳ

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଶତକ ମ୍ୟାଚ୍‌ରେ ଗୋଆ ବିଜୟୀ

ମାର୍‌ଗାଓ, ୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜର ଶତକୀୟ ମ୍ୟାଚ୍‌ରେ ଏଫ୍‌ସି ଗୋଆ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଏଫ୍‌ସି ଗୋଆ ୨-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଉଭୟ ଗୋଲ ଦେଖିବାକୁ ମିଳିଥିଲା। ୬୮ତମ ମିନିଟ୍‌ରେ ନର୍ଥଇଷ୍ଟର ମିସ୍ଲାଭ କୋର୍ମୋସ୍କିଙ୍କ ଆତ୍ମଘାତୀ ଗୋଲ ବଳରେ ଗୋଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ୮୨ତମ ମିନିଟ୍‌ରେ ଫେରାନ କୋରୋମିନାସ ପେନଲ୍ଟିକୁ ଗୋଲରେ ରୂପାନ୍ତରିତ କରି ଗୋଆକୁ ୨-୦ ଗୋଲରେ ବିଜୟୀ କରାଇଥିଲେ। ଆଇଏସ୍‌ଏଲ୍‌ରେ ଫେରାନଙ୍କ ଏହା ୪୯ତମ ଗୋଲ ଥିଲା। ଏହି ବିଜୟ ସହ ଏଫ୍‌ସି ଗୋଆ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱାଦଶ ମ୍ୟାଚ୍‌ରୁ ୭ମ ବିଜୟ, ୨ଟି ପରାଜୟ ଓ ୩ଟି ଡ୍ର ସହ ୨୪ ପଏଣ୍ଟ ହାସଲ କରି ଏଟିକେ (୨୧) ଉପରେ ଏନ ନମ୍ବର ସ୍ଥାନେjର ରହିଛି। ଅପରପକ୍ଷରେ ନର୍ଥଇଷ୍ଟ ୧୦ ମ୍ୟାଚରୁ ୩ୟ ପରାଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ୮ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୧୫।୧୧(ପି.ଟି.)- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିଠାରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଚଳିତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରୁ ଭାରତୀୟ ଦଳ ଫେରିବା...

ପଦକ ନିଶ୍ଚିତ କଲେ ପଙ୍ଘାଲ, କୌଶିକ

ଏକଟେରିନବର୍ଗ, ୧୮।୯ (ପି.ଟି.): ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ପଙ୍ଘାଲ (୫୨ କିଗ୍ରା) ଓ ମନୀଷ କୌଶିକ (୬୩ କିଗ୍ରା) ଏଠାରେ ଚାଲିଥିବା...

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି...

ଟି୨୦ ସିରିଜ ଜିତିଲା ଅଷ୍ଟ୍ରେଲିଆ: ପାକିସ୍ତାନ ୧୦ ଉଇକେଟରେ ପରାସ୍ତ

ପର୍ଥ,୯।୧୧(ଏଏଫ୍‌ପି)- ପ୍ରଥମେ ପେସର ଓ ପରେ ଓପନରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନକୁ ଅତି...

ନୀତିଶ ୟୁପି ଯୋଦ୍ଧା ଅଧିନାୟକ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଜୁଲାଇ ୨୦ରୁ ଆରମ୍ଭ ହେବ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ର ୭ମ ସଂସ୍କରଣ। ମଙ୍ଗଳବାର ଯୁବ ଡିଫେଣ୍ଡର ନୀତିଶ କୁମାରଙ୍କୁ ୟୁପି ଯୋଦ୍ଧାର...

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି...

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ...

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି...

Coronavirus Update

Archives

Model This Week

Why Dharitri