Posted inଖେଳ

ଇଡେନ୍‌ ଗାର୍ଡେନରେ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ: ଗାଙ୍ଗୁଲି

କୋଲକାତା,୨୯।୧୦(ପି.ଟି.)- ଭାରତ ଏବେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି। ଐତିହାସିକ ଇଡେନ ଗାର୍ଡେନରେ ଭାରତ ପଡୋଶୀ ବାଂଲାଦେଶ ବିପକ୍ଷରେ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଏନେଇ ନବ ନିର୍ବାଚତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଫଳରେ ଏ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ଟେଷ୍ଟ ମ୍ୟାଚ୍‌ ଆସନ୍ତା ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଖେଳାଯିବ। ଆଗାମୀ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍‌ ସାବ୍ୟସ୍ତ ହେବ। ବିବାରାତ୍ର ଟେଷ୍ଟ ନେଇ ଗାଙ୍ଗୁଲି ବାଂଲଦେଶ କ୍ରିକେଟ ବୋର୍ଡ (ବିସିବି)କୁ ବୁଝାଇବାରେ ସକ୍ଷମ ହୋଇଛନ୍ତି।
ଗାଙ୍ଗୁଲି ପ୍ରଥମେ ବିସିବକୁ ଏ ନେଇ ପ୍ରସ୍ତାବ ଦେଇଥିଲେ। ବାଂଲାଦେଶ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଏକାଧିକ ବୈଠକ ବସିଥିଲା ଓ ଶେଷରେ ବିସିବି ଦିବାରାତ୍ର ଟେଷ୍ଟ ଖେଳିକୁ ରାଜି ହୋଇଥିଲା। ଏହା ଏକ ସକାରାତ୍ମକ ଅଗ୍ରଗତି। ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇଁ ଏବେ ଏହା ଜରୁରୀ ହୋଇପଡିଛି। ଏଥିପାଇଁ ଅଧିନାୟକ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଗାଙ୍ଗୁଲି କହିଛନ୍ତି।

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ଅବସରରେ ଦେଶର କିମ୍ବଦନ୍ତୀ ଖେଳାଳି ତଥା ଅଲିମ୍ପିଆନମାନଙ୍କୁ ସମର୍ଦ୍ଧିତ କରାଯିବ। ଦେଶର ଅଲିମ୍ପିକ୍‌ ବିପ୍ଳବରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅଭିନବ ବିନ୍ଦ୍ରା, ଏମ୍‌ସି ମେରୀକମ ଓ ପି.ଭି. ସିନ୍ଧୁଙ୍କ ଭଳି ଖେଳାଳିଙ୍କ ସମ୍ମାନିତ କରାଯିବ। ପ୍ରତିବର୍ଷ ଦିବାରାତ୍ର ଟେଷ୍ଟ ଆୟୋଜନ କରାଯିବା ଉପରେ ଗାଙ୍ଗୁଲି ଗୁରୁତ୍ୱ ଦେଇଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ଭାରତୀୟ କ୍ରିକେଟରମାନେ ପିଙ୍କ୍‌ ବଲ୍‌ରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ବିରୋଧ କରିଆସୁଥିଲେ। ପୁରୁଣା ହେବା ପରେ ବଲ୍‌କୁ ଦେଖିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ଖେଳାଳିମାନେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପଛଘୁଞ୍ଚା ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ଟେଷ୍ଟରେ ହିଟ୍‌ମ୍ୟାନ୍‌ ‘ହିଟ୍‌’

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶନିବାର ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ରୋହିତ ନିଜ କ୍ୟାରିୟରର ୭ମ ଶତକ...

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ...

ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିଲେ: ଆମେରିକା ବିମାନରୁ ଖସି ପଡ଼ି ପ୍ରାଣ ହରାଇଲେ ଏହି ଫୁଟବଲ୍‌ ତାରକା

କାବୁଲ,୨୦।୮: ଆଫଗାନିସ୍ତାନ ଜାତୀୟ ଟିମ୍‌ର ଫୁଟବଲ ଖେଳାଳି ଜାକି ଅନଓ୍ବାରୀଙ୍କ ପରଲୋକ ଘଟିଛି। କାବୁଲ ବିମାନବନ୍ଦରରେ ଆମେରିକାର ଏକ ବିମାନରୁ ଖସି ପଡ଼ିବା ଯୋଗୁ ତାଙ୍କର...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ,୯ା୬: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିଚ୍‌ରେ ଘାସ...

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ...

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।...

‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର...

Advertisement
Archives

Model This Week