Posted inଜାତୀୟ

ଇଡି କାର୍ଯ୍ୟାଳୟରେ ୟେସ୍‌ ବ୍ୟାଙ୍କର ଫାଉଣ୍ଡର

ମୁମ୍ବାଇ,୭।୩: ୟସ୍‌ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ ଚିନ୍ତା ବଢି ଯାଇଛି। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କର ସଂସ୍ଥାପକ ଓ ଏହାର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ମନି ଲଣ୍ଡରିଂ ମାମାଲା କରିଛି। ଇଡି ଶୁକ୍ରବାର ରାଣାଙ୍କ ଘର ସହିତ ଅନ୍ୟ କିଛି ସ୍ଥାନରେ ଚଢଉ କରିଥିବା ସୂଚନା ରହିଛି। ଯାଞ୍ଚ ଏଜେନ୍ସି ରାଣାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ମଧ୍ୟ ଜାରି କରିଛି। ଏହାପରେ ରାଣା ଶନିବାର ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୟସ୍‌ ବ୍ୟାଙ୍କ ୨୦୧୯ରେ ଶେୟାର ବଜାରକୁ କହିଥିଲା କି ରାଣା ବ୍ୟାଙ୍କର ବୋର୍ଡରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇ ସାରିଛନ୍ତି। ତେବେ ୟସ୍‌ ବ୍ୟାଙ୍କର ସଙ୍କଟ ଏବେକାର ନ ହୋଇଥିବା ବେଳେ ରାଣା ଏବିଷୟରେ କିଛି ଜାଣି ନ ଥିବା ଏବେ କହିଛନ୍ତି ସତ। ହେଲେ ତାଙ୍କ ଘରେ ଇଡି ଚଢାଉ କରିବା ପରେ ୟସ୍‌ ବ୍ୟାଙ୍କ ସଙ୍କଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତଦେହକୁ କାନ୍ଧରେ ୨ କିମି ବୋହିଲେ ପୋଲିସ୍‌

ଭୋପାଳ,୨୬।୬: ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କର୍ମଚାରୀ ୨ କିମି କାନ୍ଧରେ ବୋହି ନେଇଛନ୍ତି। ରାସ୍ତାରେ କାଦୁଅ ଥିବାରୁ ପୋଲିସ ଏପରି କରି...

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

ଜୁଲାଇ ୧୮ରୁ ୨୩ ଜେଇଇ ମେନ୍‌: ୨୬ ଜୁଲାଇରେ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୫।୫: ଜେଇଇ ମେନ୍‌ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା...

ଆହତ ନୀଳ ଗାଈକୁ ମାଟିରେ ପୋତିଲା ପ୍ରଶାସନ: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୯।୯: ଦେଶରେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ବିହାର ପ୍ରଶାସନ ଓଲଟା କାମ କରିଛି। କିଛି...

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ...

କରୋନା ପ୍ରଭାବ: ହସ୍ପିଟାଲରୁ ୩୫ ହଜାର ଟଙ୍କାର ମାସ୍କ ଚୋରି କଲେ ଫାର୍ମାସିଷ୍ଟ

ପୁଣେ, ୯।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି। ମାସ୍କ...

ସିଏଏ,ଏନଆରସି ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ୨ ମହିଳାଙ୍କୁ ଆକ୍ରମଣ

କୋଲକତା/ଜୟପୁର,୨୩।୧: ସିଏଏ ଓ ଏନଆରସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି।...

Coronavirus Update


Archives

Model This Week

Why Dharitri