ଇଡିରେ ବି ଗୋଷ୍ଠୀ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବି କ’ଣ ସିବିଆଇ ବାଟରେ ଯାଉଛି? ନିକଟରେ ଜଣେ ବରିଷ୍ଠ ତଦନ୍ତ ଅଧିକାରୀଙ୍କୁ ନେଇ ଦେଖାଦେଇଥିବା ବିବାଦରୁ ଜଣାପଡ଼ୁଛି ଯେ, ସଂସ୍ଥାରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଯାଇଛି। ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର ମୁମ୍ବାଇ ଜୋନାଲ ୟୁନିଟ୍‌ ଏବଂ କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାର ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଥିଲେ। ତାଙ୍କୁ କୋଇଲା ବ୍ଲକ୍‌ ଆବଣ୍ଟନ ମାମଲା ବ୍ୟତୀତ ମୁମ୍ବାଇ ଜୋନାଲ ୟୁନିଟ୍‌ର ସମସ୍ତ ଦାୟିତ୍ୱରୁ ମୁକ୍ତ କରିଦିଆଯିବା ସହ ଅତିରିକ୍ତ ନିର୍ଦ୍ଦେଶକ (ଡବ୍ଲ୍ୟୁଆର୍‌) ଭାବେ ସବୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ଆଦେଶନାମା ବାହାରିବାର ମାତ୍ର କେଇ ଘଣ୍ଟା ଭିତରେ ତାହା ପୂରା ଓଲଟିଗଲା ଏବଂ ଜଣାପଡ଼ିଲା ଯେ ଇଡିର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ସ୍ବତନ୍ତ୍ର ନିର୍ଦ୍ଦେଶକ ବିନୀତ ଅଗ୍ରଓ୍ବାଲ ଇଡି ମୁଖ୍ୟାଳୟ ସହ ପରାମର୍ଶ ନ କରି ଏହି ଆଦେଶନାମା ଜାରି କରିଥିଲେ। ବରିଷ୍ଠ ଅଧିକାରୀମାନଙ୍କୁ ଏହା ଭଲ ଲାଗିଲା ନାହିଁ, ତେଣୁ ଆଦେଶନାମାଟି କେଇ ଘଣ୍ଟା ଭିତରେ ରଦ୍ଦ ହୋଇଗଲା। ଅଗ୍ରଓ୍ବାଲ ନିଶ୍ଚୟ ଇଡି ମୁଖ୍ୟଙ୍କ ବିନା ଅନୁମୋଦନରେ ଏହି ଆଦେଶନାମା ରୁଜୁ କରି ତାଙ୍କ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଛନ୍ତି। କେତେକେ ଭାବୁଛନ୍ତି, ଏହି ଘଟଣାର ସିବିଆଇରେ ଘଟିଥିବା ଘଟଣା ସହ ସାଦୃଶ୍ୟ ରହିଛି, ଯାହା ଉକ୍ତ ଗୋଇନ୍ଦା ସଂସ୍ଥାର ମର୍ଯ୍ୟାଦାହାନି ଘଟାଇଥିଲା। ଏହି ଘଟଣାରୁ ଇଡି ଆଉ ସିବିଆଇ ପରି ଗୋଷ୍ଠୀ ବିବାଦ ଆଡ଼କୁ ମୁହାଁଉ ନାହିଁ ତ?
କେରଳ ବାବୁ ରୋଷର ଶିକାର
କେରଳର ମୁଖ୍ୟ ଶାସନ ସଚିବ ଟମ୍‌ ଜୋସ୍‌ ଆଉ ରାଜ୍ୟ ସରକାରଙ୍କ ସୁନଜରରେ ନାହାନ୍ତି। ପ୍ରାପ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଜୋସ୍‌ ଗତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ କୃଷିଋଣ ଆଦାୟ ସ୍ଥଗିତ କରିବା ସହ ସରକାରଙ୍କ କୃଷି ପ୍ୟାକେଜ କାର୍ଯ୍ୟକାରୀ କରିବାକୁ ଆଦେଶନାମା ଜାରି କରି ନ ଥିବାରୁ ରାଜ୍ୟ କ୍ୟାବିନେଟ୍‌ର ରୋଷର ଶିକାର ହୋଇଛନ୍ତି। ରାଜସ୍ବମନ୍ତ୍ରୀ ଇ. ଚନ୍ଦ୍ରଶେଖରନ୍‌ ଅନୁମୋଦନ ଦେବା ପରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଆଦେଶନାମା ଜାରି କରି ନ ଥିବାରୁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ମଧ୍ୟ ଜୋସ୍‌ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ବାବଦରେ ଜୋସ୍‌ ଯେଉଁ କୈଫିୟତ୍‌ ପ୍ରଦାନ କରିଛନ୍ତି, ତାହାକୁ କ୍ୟାବିନେଟ୍‌ ଅଗ୍ରାହ୍ୟ କରିବା ସହିତ ଋଣ ଆଦାୟ ସ୍ଥଗିତୀକରଣ ସହ କୃଷି ପ୍ୟାକେଜ୍‌ କାର୍ଯ୍ୟକାରୀ କରିବାକୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛି। ମୁଖ୍ୟ ଶାସନ ସଚିବ ଜୋସ୍‌ ଏବଂ ପ୍ରମୁଖ ରାଜସ୍ବ ସଚିବ ଡ. ବେଣୁ ଭି. କ୍ୟାବିନେଟ୍‌କୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, କୃଷି ବିଭାଗର ନିର୍ଦ୍ଦେଶ ଏବଂ ଋଣ ଆଦାୟ ସ୍ଥଗିତୀକରଣ ପାଇଁ ଆଦେଶନାମା ଜାରି କରିଥିଲେ ତାହାଦ୍ୱାରା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ହୋଇଥାନ୍ତା। ଜୋସ୍‌ ମଧ୍ୟ ସୂଚାଇଛନ୍ତି ଯେ, ଋଣ ଆଦାୟ ସ୍ଥଗିତୀକରଣ ଆସନ୍ତା ଅକ୍ଟୋବର ସୁଦ୍ଧା ଲଗୁ କରାଯାଇପାରିବ ଏବଂ ଏଥିରେ କୃଷକମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କିନ୍ତୁ ତାଙ୍କର ଏହି ସ୍ପଷ୍ଟୀକରଣ କ୍ରୁଦ୍ଧ ନେତାମାନଙ୍କୁ ଶାନ୍ତ କରିପାରି ନାହିଁ।
ସିଭିସି: ଏକ ଗ୍ରୀଷ୍ମ ମଧ୍ୟାନ୍ତର
ଅଷ୍ଟ୍ରିଆର ଲାକ୍‌ଜେନ୍‌ବର୍ଗ ହେଉଛି ଭିଏନାର ଦକ୍ଷିଣକୁ ଅବସ୍ଥିତ ଏକ ଶାନ୍ତ ସହର ଏବଂ ଏହା ତା’ର ଅପରୂପ ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ। ଏହା ମଧ୍ୟ ଇଣ୍ଟର୍‌ନ୍ୟାଶ୍‌ନାଲ ଆଣ୍ଟିକରପ୍ସନ ଏକାଡେମୀ (ଆଇଏସିଏ)ର ମୁଖ୍ୟାଳୟ, ଯାହା କିପରି ଦୁର୍ନୀତି ବିରୋଧରେ ପଦକ୍ଷେପ ନେବାକୁ ହେବ ସେ ବିଷୟରେ ସରକାରୀ ବାବୁମାନଙ୍କୁ ତାଲିମ ଦିଏ। ଆସନ୍ତା ଜୁନ୍‌ ପ୍ରାରମ୍ଭରେ ଭାରତରୁ ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ)ମାନଙ୍କର ଏକ ଦଳ ସେଠାକୁ ଭିଜିଲାନ୍ସ-ସମ୍ପର୍କିତ ତାଲିମ ନେବାକୁ ଯାଉଛନ୍ତି। କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ଏହି ଦଳରେ ସାମିଲ ହେବା ପାଇଁ ଅନେକ ଯୋଗ୍ୟ ମୁଖ୍ୟ ଭିଜିଲାନ୍ସ ଅଫିସର ଅଛନ୍ତି। କିଛିଦିନ ପାଇଁ ହେଉ ପଛେ ଦିଲ୍ଲୀର ଗରମ ପାଣିପାଗଠାରୁ ଦୂରରେ ରହିବା ଲାଗି ବାବୁମାନଙ୍କର କାହିଁରେ କ’ଣ ଉତ୍ସାହ ଦେଖିବାକୁ ମିଳୁଛି। ଆୟୋଗର କହିବା ଅନୁସାରେ ଯେଉଁ ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ସିଭିଓ)ମାନେ ଚଳିତ ଏପ୍ରିଲ ପହିଲା ସୁଦ୍ଧା ଗତ ଦୁଇବର୍ଷ ଭିତରେ ବିଦେଶରେ କୌଣସି ତାଲିମ ନେଇ ନ ଥିବେ ସେମାନେ ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହେବେ। ଯାହା ଜଣାଯାଏ, ବାବୁମାନଙ୍କର ଦେଶରେ ଓ ଦେଶ ବାହାରେ ତାଲିମ ପାଇଁ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ୨୪୦ କୋଟି ଟଙ୍କା ମଞ୍ଜୁର କରିଛି। କାର୍ମିକ ମନ୍ତ୍ରଣାଳୟ ସିଭିସି ପାଇଁ ଏକ ନୋଡାଲ ବିଭାଗ ପରି କାମ କରୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri