ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୨ ଲକ୍ଷ ୨୧ ହଜାର ଅତିକ୍ରମ କରିଥିବା ବେଳେ ଗଲାଣି ୨.୮୫ ଲକ୍ଷ ଜୀବନ। ସବୁଠାରୁ ବଡ଼କଥା ହେଲା ଉଗ୍ର ସଂକ୍ରମଣ ସ୍ଥିତି। ସୋମବାର ଗୋଟିଏ ଦିନରେ ୪୪ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଓ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। କେବଳ ଆମେରିକାରେ ଏବେ ୧୩.୭୦ ଲକ୍ଷ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୮୦ ହଜାର ୮୭୫ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ ରୁଷିଆରେ ଭୟଙ୍କର ଭାବେ ସଂକ୍ରମଣ ସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ଏଠାରେ ୨.୨୧ ଲକ୍ଷ କରୋନା ରୋଗୀ ଥିବାବେଳେ ଏହି ସଂଖ୍ୟା ଇଟାଲୀକୁ ଟପିଛି। ଇଟାଲୀରେ ୨.୧୯ ଲକ୍ଷ କରୋନା ସଂକ୍ରମିତ ଅଛନ୍ତି। ଫ୍ରାନ୍ସ, ଜର୍ମାନୀ ପରେ ଇଟାଲୀକୁ ଟପି ରୁଷିଆ ଏବେ ବିଶ୍ୱର ସର୍ବାଧିକ କରୋନା ରୋଗୀ ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି। ଯଦିଓ ରୁଷିଆରେ ମୃତ୍ୟୁସଂଖ୍ୟା ୨ ହଜାର ରହିଛି, ତେବେ ଭବିଷ୍ୟତ ସ୍ଥିତି ଜଟିଳ ହେବା ଆଶଙ୍କା ଏଠାରେ ଦେଖାଦେଇଛି।
ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ପେନ୍‌ ଦ୍ୱିତୀୟରେ ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨.୬୮ ଲକ୍ଷ ଟପିଛି। ସ୍ପେନ୍‌ରେ ୨୬,୭୪୪ ମୁଣ୍ଡ କରୋନା ନେଇଥିବା ବେଳେ ଇଟାଲୀରେ ଯାଇଛି ୩୦,୫୬୦ ଜୀବନ। ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ତାଲିକାର ତୃତୀୟ ସ୍ଥାନରେ ରହିଛି ବ୍ରିଟେନ। ଏଠାରେ ସୋମବାର ସୁଦ୍ଧା ୨,୨୩ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୩୨ ହଜାର ଟପିଛି। ୨୪ ଘଣ୍ଟାରେ ଏଠାରେ ୩,୯୦୦ ନୂଆ ମାମଲା ସାମ୍ନାକୁ ଆସିଛି ଓ ୨୧୦ ଜଣ ପ୍ରାଣ ହରାଇଛନ୍ତି। ରୁଷିଆ ଭଳି ବ୍ରିଟେନରେ କରୋନା ଭୟଙ୍କର ତାଣ୍ଡବ ରଚିଚାଲିଛି। ଫ୍ରାନ୍ସରେ ୧.୭୬ ଲକ୍ଷ, ଜର୍ମାନୀରେ ୧.୭୧ ଲକ୍ଷ ସଂକ୍ରମିତ ଅଛନ୍ତି। ଏହି ଦୁଇଦେଶରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୨୬,୩୮୦ ଓ ୭,୫୭୦ରେ ପହଞ୍ଚିଛି। ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି। ଏହି ୩ ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଯଥାକ୍ରମେ ୧୧,୨୦୭; ୩,୭୮୬ ଓ ୬,୬୮୫ କୁ ବୃଦ୍ଧିପାଇଛି।
ଅନ୍ୟଦେଶଗୁଡ଼ିକ ମଧ୍ୟରେ ଚାଇନାରେ ୪,୬୩୩, ବେଲଜିୟମରେ ୮,୭୦୭, ନେଦରଲାଣ୍ଡ୍ସରେ ୫,୪୫୬, ମେକ୍ସିକୋରେ ୩,୪୬୫, ସ୍ବିଡେନରେ ୩,୨୫୬, ଭାରତରେ ୨,୨୫୪, ସୁଇଜରଲାଣ୍ଡରେ ୧,୮୩୭ ଜଣ ପ୍ରାଣ ହରାଇଛନ୍ତି। ବିଶ୍ୱରେ ଯଦିଓ ଏପର୍ଯ୍ୟନ୍ତ ୧୫.୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କଲେଣି, ତଥାପି କରୋନା ଭୂତାଣୁ ଦାଉରୁ ରକ୍ଷାଲାଗି ସଫଳ ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌କୁ ମାନିଚଳିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରିସ୍ଥିତି ଯେତିକି ସ୍ବାଭାବିକ ହେଉଛି, ତା’ଠାରୁ ଅଧିକ ଯତ୍ନବାନ ନ ହେଲେ ଭୂତାଣୁ କର ଲେଉଟାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...

ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା

ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ...

୨ଲକ୍ଷ ସୈନ୍ୟଙ୍କୁ ନେଇ କ୍ୱିଭ୍‌ ଆକ୍ରମଣ ପାଇଁ ପ୍ରସ୍ତୁତ ପୁଟିନ୍‌: ନୂଆ କଟକଣା ଲଗାଇଲା ଇୟୁ

କ୍ୱିଭ୍‌,୧୬।୧୨: ଗତ ୧୦ମାସରୁ ଊର୍ଦ୍ଧ୍ୱ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଅଧିକ...

ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର

ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ...

ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀ

କାବୁଲ,୧୮।୩: ଦୀର୍ଘ ମାସ ପରେ ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀମାନେ। ଆସନ୍ତା ସପ୍ତାହରେ ହାଇସ୍କୁଲ ଖୋଲିଲା ବେଳେ ଛାତ୍ରୀମାନଙ୍କୁ ସ୍କୁଲ ଫେରିବାକୁ ତାଲିବାନ ପକ୍ଷରୁ ଅନୁମତି...

ଚାଇନା ନୁହେଁ: ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା କରୋନା ଭାଇରସ !

ବାର୍ସିଲୋନା,୨୮।୬: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ସୂଚନା ରହିଛି। ହେଲେ...

ଭାରତ ନ ଫେରିବାକୁ ଯୋଜନା କରୁଛନ୍ତି ପଳାତକ ନୀରବ ମୋଦି: ବ୍ରିଟେନକୁ ମାଗିଥିଲେ ରାଜନୈତିକ ଆଶ୍ରୟ

ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା...

ଏଟିଏମ୍‌ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ

କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ...

Advertisement
Archives

Model This Week