ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୨ ଲକ୍ଷ ୨୧ ହଜାର ଅତିକ୍ରମ କରିଥିବା ବେଳେ ଗଲାଣି ୨.୮୫ ଲକ୍ଷ ଜୀବନ। ସବୁଠାରୁ ବଡ଼କଥା ହେଲା ଉଗ୍ର ସଂକ୍ରମଣ ସ୍ଥିତି। ସୋମବାର ଗୋଟିଏ ଦିନରେ ୪୪ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଓ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। କେବଳ ଆମେରିକାରେ ଏବେ ୧୩.୭୦ ଲକ୍ଷ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୮୦ ହଜାର ୮୭୫ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ ରୁଷିଆରେ ଭୟଙ୍କର ଭାବେ ସଂକ୍ରମଣ ସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ଏଠାରେ ୨.୨୧ ଲକ୍ଷ କରୋନା ରୋଗୀ ଥିବାବେଳେ ଏହି ସଂଖ୍ୟା ଇଟାଲୀକୁ ଟପିଛି। ଇଟାଲୀରେ ୨.୧୯ ଲକ୍ଷ କରୋନା ସଂକ୍ରମିତ ଅଛନ୍ତି। ଫ୍ରାନ୍ସ, ଜର୍ମାନୀ ପରେ ଇଟାଲୀକୁ ଟପି ରୁଷିଆ ଏବେ ବିଶ୍ୱର ସର୍ବାଧିକ କରୋନା ରୋଗୀ ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି। ଯଦିଓ ରୁଷିଆରେ ମୃତ୍ୟୁସଂଖ୍ୟା ୨ ହଜାର ରହିଛି, ତେବେ ଭବିଷ୍ୟତ ସ୍ଥିତି ଜଟିଳ ହେବା ଆଶଙ୍କା ଏଠାରେ ଦେଖାଦେଇଛି।
ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ପେନ୍‌ ଦ୍ୱିତୀୟରେ ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨.୬୮ ଲକ୍ଷ ଟପିଛି। ସ୍ପେନ୍‌ରେ ୨୬,୭୪୪ ମୁଣ୍ଡ କରୋନା ନେଇଥିବା ବେଳେ ଇଟାଲୀରେ ଯାଇଛି ୩୦,୫୬୦ ଜୀବନ। ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ତାଲିକାର ତୃତୀୟ ସ୍ଥାନରେ ରହିଛି ବ୍ରିଟେନ। ଏଠାରେ ସୋମବାର ସୁଦ୍ଧା ୨,୨୩ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୩୨ ହଜାର ଟପିଛି। ୨୪ ଘଣ୍ଟାରେ ଏଠାରେ ୩,୯୦୦ ନୂଆ ମାମଲା ସାମ୍ନାକୁ ଆସିଛି ଓ ୨୧୦ ଜଣ ପ୍ରାଣ ହରାଇଛନ୍ତି। ରୁଷିଆ ଭଳି ବ୍ରିଟେନରେ କରୋନା ଭୟଙ୍କର ତାଣ୍ଡବ ରଚିଚାଲିଛି। ଫ୍ରାନ୍ସରେ ୧.୭୬ ଲକ୍ଷ, ଜର୍ମାନୀରେ ୧.୭୧ ଲକ୍ଷ ସଂକ୍ରମିତ ଅଛନ୍ତି। ଏହି ଦୁଇଦେଶରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୨୬,୩୮୦ ଓ ୭,୫୭୦ରେ ପହଞ୍ଚିଛି। ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି। ଏହି ୩ ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଯଥାକ୍ରମେ ୧୧,୨୦୭; ୩,୭୮୬ ଓ ୬,୬୮୫ କୁ ବୃଦ୍ଧିପାଇଛି।
ଅନ୍ୟଦେଶଗୁଡ଼ିକ ମଧ୍ୟରେ ଚାଇନାରେ ୪,୬୩୩, ବେଲଜିୟମରେ ୮,୭୦୭, ନେଦରଲାଣ୍ଡ୍ସରେ ୫,୪୫୬, ମେକ୍ସିକୋରେ ୩,୪୬୫, ସ୍ବିଡେନରେ ୩,୨୫୬, ଭାରତରେ ୨,୨୫୪, ସୁଇଜରଲାଣ୍ଡରେ ୧,୮୩୭ ଜଣ ପ୍ରାଣ ହରାଇଛନ୍ତି। ବିଶ୍ୱରେ ଯଦିଓ ଏପର୍ଯ୍ୟନ୍ତ ୧୫.୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କଲେଣି, ତଥାପି କରୋନା ଭୂତାଣୁ ଦାଉରୁ ରକ୍ଷାଲାଗି ସଫଳ ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌କୁ ମାନିଚଳିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରିସ୍ଥିତି ଯେତିକି ସ୍ବାଭାବିକ ହେଉଛି, ତା’ଠାରୁ ଅଧିକ ଯତ୍ନବାନ ନ ହେଲେ ଭୂତାଣୁ କର ଲେଉଟାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?