Posted inଖେଳ

ଇଟାଲିଆନ ଓପନ୍‌ ଟେନିସ୍‌: ଜୋକୋଭିଚ୍‌- ନାଡାଲ ଫାଇନାଲ

ରୋମ,୧୯।୫(ଏଏଫ୍‌ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ସ୍ପେନ୍‌ର ରାଫେଲ ନାଡ଼ାଲ ପରସ୍ପରକୁ ଭେଟିବେ। ଏଥିସହ ନାଡ଼ାଲ ଓ ଜୋକୋଭିଚ୍‌ ୫୪ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଜୋକୋଭିଚ୍‌ ସେମିଫାଇନାଲରେ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩,୬-୭, ୬-୩ ସେଟରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ସେହିପରି ନାଡ଼ାଲ ଗ୍ରୀସ୍‌ର ଷ୍ଟିଫାନୋ ସିଟସିପାସଙ୍କୁ ୬-୩, ୬-୪ ସେଟରେ ହରାଇ କ୍ୟାରିୟର ୫୦ତମ ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରିଚନ୍ତି। ଗତ ସପ୍ତାହରେ ଜୋକୋଭିଚ୍‌ ମାଡ୍ରିଡ ଓପନ୍‌ ଟାଇଟଲ ହାସଲ କରିଥିଲେ। ୨୪ତମ ର଼୍ୟାଙ୍କର ସ୍ବାର୍ଜମ୍ୟାନଙ୍କୁ ହରାଇବା ପାଇଁ ୩୧ ବର୍ଷୀୟ ଜୋକୋଭିଚ୍‌ଙ୍କୁ ୨ ଘଣ୍ଟା ୩୧ ମିନିଟ ସମୟ ଆବଶ୍ୟକ ହୋଇଥିଲା। ସେହିପରି ସେମିଫାଇନାଲରେ ବିଜୟୀ ହେବା ପାର୍ଇ ୩୨ ବର୍ଷୀୟ ନାଡ଼ାଲଙ୍କୁ ବେଶି କଷ୍ଟ କରିବାକୁ ପଡି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତ୍ୟବତୀଙ୍କ ଡବଲ୍‌ ଗୋଲ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ସିନିୟର ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଶୁକ୍ରବାର ୨-୦ ଗୋଲରେ ଚଣ୍ଡିଗଡ଼କୁ ପରାସ୍ତ...

ମହିଳା ବିବିଏଲ: ପଡ଼ିଆରେ ମହିଳା କ୍ରିକେଟରଙ୍କୁ ବିବାହ ନିବେଦନ

ଆଡିଲେଡ୍‌,୨୦।୧୦- ଚଳିତ ମହିଳା ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଶନିବାର ମେଲବୋର୍ନ ରେନେଗାଡେସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବା ପରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଲେଗ୍‌ ସ୍ପିନର...

ଜୀବନରେ ପ୍ରଥମ ଥର ପାଇଁ ନେଲେ ଏଭଳି ପଦକ୍ଷେପ, ସ୍ତ୍ରୀ ଅନୁଷ୍କାଙ୍କୁ କହିଲେ ‘ଥ୍ୟାଙ୍କ ୟୁ’

ନୂଆଦିଲ୍ଲୀ,୪।୪: ଓ୍ବାଲର୍‌ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ...

ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ

ଦୋହା,୮।୬: ଭାରତୀୟ ଫୁଟ୍‌ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦...

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ପୁରୁଷ ବର୍ଗରେ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା...

ମେସି, ରାପିନୋଙ୍କୁ ମିଳିପାରେ ବାଲୋନ ଡି’ ଅର

ପ୍ୟାରିସ,୦୧।୧୨(ଏଏଫ୍‌ପି)- ଚଳିତବର୍ଷର ସମ୍ମାନଜନକ ବାଲୋନ ଡି’ଅର ପୁରସ୍କାର ପୁରୁଷ ବର୍ଗରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ମହିଳା ବର୍ଗରେ ବିଶ୍ୱକପ୍‌ ଚାମ୍ପିୟନ ଆମେରିକା ଦଳର ଷ୍ଟାର...

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ...

Advertisement
Archives

Model This Week